Ramayana: ନୀତେଶ ତିୱାରୀ ‘ରାମାୟଣ’ରେ ଅମିତାଭ ବଚ୍ଚନଙ୍କ ଏଣ୍ଟ୍ରି, ଜାଣନ୍ତୁ କେଉଁ ଭୂମିକାରେ ଆସିବେ ନଜର
Advertisement

Ramayana: ନୀତେଶ ତିୱାରୀ ‘ରାମାୟଣ’ରେ ଅମିତାଭ ବଚ୍ଚନଙ୍କ ଏଣ୍ଟ୍ରି, ଜାଣନ୍ତୁ କେଉଁ ଭୂମିକାରେ ଆସିବେ ନଜର

Ramayana: ନୀତେଶ ତିୱାରୀ ତାଙ୍କ ଅପକମିଙ୍ଗ୍ ଡ୍ରିମ୍ ପ୍ରୋଜକ୍ଟ ‘ରାମାୟଣ’କୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହି ଫିଲ୍ମରେ ବଡ଼ ବଡ଼ ଷ୍ଟାରକାଷ୍ଟଙ୍କୁ ସାମିଲ କରିବା ନେଇ ଉଦ୍ୟମ ଚଳାଇଛନ୍ତି ନିର୍ଦ୍ଦେଶକ ।

ଖବର ଅନୁଯାୟୀ, ମାତା ସୀତା ଭୂମିକାରେ ସାଇ ପଲ୍ଲବୀ ଓ ରାମ ଭୂମିକାରେ ରଣବୀର କପୁରଙ୍କୁ କାଷ୍ଟ କରାଯାଇଛି । ତେବେ ଏବେ ଖବର ଆସୁଛି ଯେ,  ବିଗ ବି ଅମିତାଭ ବଚ୍ଚନ ମଧ୍ଯ ଏହି ଫିଲ୍ମରେ ନଜର ଆସିବେ । ନୀତେଶଙ୍କ ‘ରାମାୟଣ’ରେ ଅମିତାଭଙ୍କୁ ରାଜା ଦଶରଥଙ୍କ ଭୂମିକାରେ ଅଭିନୟ ନେଇ ଆପ୍ରୋଜ କରାଯାଇଛି । ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ସଞ୍ଜୟ ଖାନ୍ ‘ଦି ଲିଜେଣ୍ତ ଅଫ୍ ରାମ’ ଟାଇଟଲ ସହିତ ଏକ ଚଳଚ୍ଚିତ୍ର ନିର୍ମାଣ କରୁଥିଲେ । ସେତେବେଳେ ମଧ୍ଯ ରାଜା ଦଶରଥଙ୍କ ଭୂମିକା ପାଇଁ ଅମିତାଭଙ୍କୁ ଅଫର ଦିଆଯାଇଥିଲା । ଏହି ଫିଲ୍ମରେ ରାମ ଭୂମିକାରେ ହ୍ରିତିକ୍ ରୋଶନ ଓ ଲକ୍ଷ୍ମଣ ଭୂମିକାରେ ସଞ୍ଜୟଙ୍କ ପୁଅ ଜାଏଦ ଖାନ୍ ନଜର ଆସିନାହାନ୍ତି । ତେବେ କୌଣସି କାରଣରୁ ପରବର୍ତ୍ତୀ ସମୟରେ ଏହି ଫିଲ୍ମର ନିର୍ମାଣକୁ ବନ୍ଦ କରାଯାଇଛି ।  ତେବେ ବର୍ତ୍ତମାନ  ନୀତେଶ ତିୱାରୀଙ୍କ ‘ରାମାୟଣ’ରେ ଅମିତାଭ ଦଶରଥ ଭୂମିକାରେ ନଜର ଆସିବା ନେଇ ଚର୍ଚ୍ଚା ହେଉଛି । ଏନେଇ ତାଙ୍କ ସ୍ବର ଓ କଥାବର୍ତ୍ତା ଶୈଳୀରେ କାର୍ଯ୍ୟ ଚାଲିଛି । ଏଥିପାଇଁ ଏକ ଟିମ୍ ଗଠନ କରାଯାଇଛି । ଏହାସହ ପୋଷାକ ଉପରେ ମଧ୍ଯ ବିଶେଷ ଧ୍ୟାନ ରଖାଯାଉଛି ।  ନିକଟରେ ବିଗ୍ ବି ତୁଳସୀ ପୂଜା କରିବା ସମୟର ଏକ ଫଟୋ ସୋସିଆଲ ମଡ଼ିଆରେ ସେୟାର କରିଛନ୍ତି ।

ସେହିପରି ଏହି ଚଳଚ୍ଚିତ୍ରରେ ପ୍ରଭୁ ହନୁମାନଙ୍କ ଭୂମିକାରେ ସନ୍ନି ଦେଓଲଙ୍କୁ କାଷ୍ଟ କରାଯାଇଛି । 'ହନୁମାନଙ୍କ' (Lord Hanuman) ଭୂମିକାରେ ଅଭିନୟ ପାଇଁ ପ୍ରାୟ ୪୫ କୋଟି ଟଙ୍କା ଚାର୍ଜ କରିଛନ୍ତି ଅଭିନେତା । ସେହିପରି ସାଉଥ ସୁପରଷ୍ଟାର ୟଶ୍ (Super Star Yash )ମଧ୍ଯ ଏହି ଫିଲ୍ମରେ ନଜର ଆସିବେ । ଅଭିନେତା ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ ପାଇଁ ୧୫୦ କୋଟି ଚାର୍ଜ କରିଛନ୍ତି । ପ୍ରଥମେ ସେ ରାବଣ ଭୂମିକାରେ ଅଭିନୟ କରିବେ ନାହିଁ ବୋଲି ମନା କରିଦେଇଥିଲେ । କିନ୍ତୁ ପରେ ନିର୍ମାତାଙ୍କ ଏହି ଅଫରକୁ ଏଡ଼ାଇ ନପାରି ଅଭିନୟ ନେଇ ରାଜି ହୋଇଥିଲେ ଅଭିନେତା ।