Allu Arjun Birthday: ଅଲ୍ଲୁ ଅର୍ଜୁନଙ୍କ ସହ ବିବାହ ପାଇଁ ରାଜି ନଥିଲେ ସ୍ନେହାଙ୍କ ପରିବାର ଲୋକେ,ଏମିତି ହୋଇଥିଲା ବାହାଘର
Advertisement

Allu Arjun Birthday: ଅଲ୍ଲୁ ଅର୍ଜୁନଙ୍କ ସହ ବିବାହ ପାଇଁ ରାଜି ନଥିଲେ ସ୍ନେହାଙ୍କ ପରିବାର ଲୋକେ,ଏମିତି ହୋଇଥିଲା ବାହାଘର

Allu Arjun Birthday: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଜନ୍ମଦିନରେ ଆସନ୍ତୁ ଜାଣିବା ଷ୍ଚାରଙ୍କୁ ନେଇ କିଛି ଜଣା ଓ ଅଜଣା କଥା ।

ସୌ(ସୋସିଆଲ ମିଡିଆ)

Allu Arjun Birthday: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ(Allu Arjun) ଆଜି ସାରା ବିଶ୍ବରେ ପ୍ରସିଦ୍ଧ । “ପୁଷ୍ପା”( Pushpa: The Rise) ଫିଲ୍ମରେ କାମ କରିବା ପରେ ତାଙ୍କ ଷ୍ଟାରଡମ୍ ଆହୁରୀ ଅଧିକ ବଢିବାରେ ଲାଗିଛି । ପାନ ଇଣ୍ତିଆ ସ୍ତରରେ ନିର୍ମିତ ଏହି ଚଳଚ୍ଚିତ୍ରଟି ସୁପରହିଟ୍ ହୋଇଥିଲା । ଫିଲ୍ମର ଗୀତ ଓ ଡ଼ାଏଲଗ ଦର୍ଶକଙ୍କୁ ପାଗଳ କରିଥିଲା । ଅଭିନୟ ଠାରୁ ଆରମ୍ଭ କରି ଲୁକ୍ ରେ ମଧ୍ୟ ସେ ସବୁ ଷ୍ଟାରଙ୍କୁ ପଛରେ ପକାଇଛନ୍ତି । କେବଳ ଦକ୍ଷିଣ ଭାରତ କାହିଁକି ସାରା ଦେଶରେ ଅଲ୍ଲୁ ଅର୍ଜୁନଙ୍କ ଜବରଦସ୍ତ ଫ୍ୟାନ୍ସ ଫଲୋୟର୍ସ(Fan followers)ରହିଛି । ଆଜି ଏହି ସୁପରଷ୍ଟାରଙ୍କ ଜନ୍ମଦିନ ଅଟେ । ତେବେ ଆସନ୍ତୁ ଏହି ଷ୍ଚାରଙ୍କୁ ନେଇ ଜାଣିବା କିଛି ଜଣା ଓ ଅଜଣା କଥା ।

ଏପ୍ରିଲ ୮ ତାରିଖ ୧୯୮୨ ମସିହାରେ ମାଡ୍ରାସର ଏକ ତାମିଲ ପରିବାରରେ(Tamil family) ସେ ଜନ୍ମଗ୍ରହଣ କରିଥିଲେ। ମାତ୍ର ୩ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ କ୍ୟାମେରାର ସମ୍ମୁରେ ଅଭିନୟ କରିଥିଲେ । ସେ 'ବିଜେତା'(vijetha) ଓ 'ଡାଡି଼'ରେ ଶିଶୁ କଳାକାର ଭାବରେ କାମ କରିଥିଲେ। ଫିଲ୍ମ 'ଗାଙ୍ଗୋତ୍ରି'ରେ(Gangotri) ଅଲ୍ଲୁ ତାଙ୍କ କ୍ୟାରିୟରର ପ୍ରଥମ ବଡ଼ ବ୍ରେକ୍ ପାଇଥିଲେ । ଏହି ଚଳଚ୍ଚିତ୍ରରେ ସେ ପ୍ରଥମ ଥର ହିରୋ ଭାବେ ଡେବ୍ୟୁ କରିଥିଲେ । ୨୦୦୪କୁ ଅଲ୍ଲୁ ଅର୍ଜୁନଙ୍କ କ୍ୟାରିୟରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ବର୍ଷ ଭାବେ ଗଣାଯାଇଥାଏ । ଏହି ବର୍ଷ ଫିଲ୍ମ “ଆର୍ଯ୍ୟ”(Arya)ରିଲିଜ ହୋଇଥିଲା । ଏହି ଫିଲ୍ମକୁ ଦର୍ଶକଙ୍କ ବହୁତ ଭଲ ପାଇବା ମିଳିଥିଲା । ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଅଲ୍ଲୁଙ୍କୁ ସଫଳତାର ଶୀର୍ଷକୁ ନେଇଥିଲା । ନିଜର ଦମଦାର ଅଭିନୟ ଓ ଆକ୍ସନ(Actions) ଲାଗି ଅଲ୍ଲୁ ପାଞ୍ଚଟି ଫିଲ୍ମଫେୟାର(Filmfare Awards) ବ୍ୟତୀତ ୫ ଥର ନନ୍ଦୀ ପୁରସ୍କାର ପାଇଛନ୍ତି। ଅଭିନୟ ହେଉ କି ଆକ୍ସନ ହେଉ ବା କମେଡ଼ି ସବୁଥିରେ ପାରଙ୍ଗମ ଅଲ୍ଲୁ ଅର୍ଜୁନ୍ । ତେବେ ଭଲ ଡ଼ାନ୍ସର ହେବା ସହ ଅଭିନେତା ଭଲ ଗୀତ ମଧ୍ୟ ଗାଆନ୍ତି । ୨୦୧୬ ମସିହାରେ ସେ 'ସାରେନୋଡୁ'(sarrainodu)ରେ ଗୀତ ଗାଇଥିଲେ । ତାଙ୍କର ଏହି ଗୀତକୁ ଖୁବ ପସନ୍ଦ କରିଥିଲେ ଦର୍ଶକ ।

ଏମିତି ଓ ଏଠାରେ ହୋଇଥିଲା ପତ୍ନୀ ସେହ୍ନାଙ୍କ ସହ ପ୍ରଥମ ଦେଖା

ଅଲ୍ଲୁ ଅର୍ଜୁନ ଓ ସ୍ନେହାଙ୍କର(Sneha Reddy) ପ୍ରଥମ ଦେଖା ଏକ ବିବାହରେ ହୋଇଥିଲେ। ଅଲ୍ଲୁ ପ୍ରଥମ ଦେଖାରେ ହିଁ ସ୍ନେହାଙ୍କୁ ପସନ୍ଦ କରିଥିଲେ । ତଥାପି, ସେ ସ୍ନେହାଙ୍କୁ କିଛି କହିବାକୁ ସାହସ କରିପାରିନଥିଲେ । ପରେ ଉଭୟଙ୍କ ମଧ୍ଯରେ ବନ୍ଧୁତା ହୋଇଥିଲା । ଧିରେ ଧିରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ସ୍ନେହା ଏକ ବ୍ୟବସାୟ ପରିବାରରୁ ଆସିଛନ୍ତି । ସେତେବେଳେ ସେ ଆମେରିକାରୁ ମାଷ୍ଟର ଡିଗ୍ରୀ ସମାପ୍ତ କରି ଭାରତ ଫେରିଥିଲେ। ସ୍ନେହା ଭାରତକୁ ଫେରିବା ବେଳକୁ ଅଲ୍ଲୁ(Allu Arjun)ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିସାରିଥିଲେ। କିନ୍ତୁ ସ୍ନେହା ପରିବାର ଲୋକେ ଅଲ୍ଲୁଙ୍କ ସହ ତାଙ୍କ ବିବାହ ନେଇ ରାଜି ନଥିଲେ । ସ୍ନେହାଙ୍କ ପିତାମାତା ଚାହୁଁ ନଥିଲେ ଯେ ସେ ଜଣେ ଅଭିନେତାଙ୍କୁ ବିବାହ କରନ୍ତୁ । କିନ୍ତୁ ସ୍ନେହାଙ୍କ ଜିଦ୍ ଆଗରେ ପରିବାର ସଦସ୍ୟଙ୍କୁ ହାରିବାକୁ ପଡି଼ଥିଲା। ପରେ ଉଭୟ ବିବାହ କରିଥିଲେ । ବର୍ତ୍ତମାନ ଅଲ୍ଲୁ ଓ ସେହ୍ନାଙ୍କର ଦୁଇ ପୁଅ ଅଛନ୍ତି ।

ଏହା ବି ପଢନ୍ତୁ-HBD Allu Arjun: ଏତିକି କୋଟିର ମାଲିକ ଅଲ୍ଲୁ ଅର୍ଜୁନ, ତାଲିକାରେ ପଛରେ ପଡ଼ିଯିବେ କ୍ରିକେଟର