Alia Bhatt: ଡିପ୍ ଫେକ୍ ଭିଡିଓର ଶିକାର ହେଲେ ଆଲିଆ ଭଟ୍ଟ, ଭୟରେ ଏବେ ବଲିଉଡ ଅଭିନେତ୍ରୀ
Advertisement
Article Detail0/zeeodisha/odisha1981048

Alia Bhatt: ଡିପ୍ ଫେକ୍ ଭିଡିଓର ଶିକାର ହେଲେ ଆଲିଆ ଭଟ୍ଟ, ଭୟରେ ଏବେ ବଲିଉଡ ଅଭିନେତ୍ରୀ

Alia Bhatt: ଅଭିନେତ୍ରୀ ରଶ୍ମିକା ମଧ୍ୟ ଭୟରେ ବିବ୍ରତ ହେବା ସହ ସୋସିଆଲ ମିଡିଆ ଓ କ୍ୟାମେରାରୁ ଦୂରେଇ ରହିଥିଲେ। ଏହାର କିଛି ଦିନ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ କାଜୋଲ ମଧ୍ୟ ଡିପ୍ ଫେକ୍ ଭିଡିଓର ପଞ୍ଝାରେ ଆସିଥିଲେ।

 

Alia Bhatt: ଡିପ୍ ଫେକ୍ ଭିଡିଓର ଶିକାର ହେଲେ ଆଲିଆ ଭଟ୍ଟ, ଭୟରେ ଏବେ ବଲିଉଡ ଅଭିନେତ୍ରୀ

Alia Bhatt: ସୋସିଆଲ ମିଡିଆ ଓ ଟେକ୍ନୋଲୋଜିର ଅଗ୍ରଗତି ଅନେକ କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେଉଛି । କିନ୍ତୁ ଏହାକୁ ନେଇ ଏବେ ବେଶି ଅପବ୍ୟବହାର ମଧ୍ୟ ଦେଖିବାକୁ ମିଳୁଛି। ବଲିଉଡ ସେଲିବ୍ରିଟି ମାନେ ଏବେ ଡିପ୍ ଫେକ୍ ଭିଡିଓର ଶିକାର ହେଉଛନ୍ତି।  ବର୍ତ୍ତମାନ ଏହି ତାଲିକାରେ ଆଲିଆ ଭଟ୍ଟଙ୍କ ନାମ ମଧ୍ୟ ଯୋଡି ହୋଇଛି । ଆଲିଆଙ୍କୁ ନେଇ ଏହି AI ଜେନେରେଟେଡ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭୟଙ୍କର ଭାବରେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଯୁବତୀ ବିଛଣାରେ ବସି ଅଙ୍ଗଭଙ୍ଗୀ କରୁଥିବା ନଜର ଆସିଛନ୍ତି। 

ଆଉ ଏହି ଭିଡିଓରେ ଅନ୍ୟ ଜଣେ ଯୁବତୀଙ୍କ ଶରୀରରେ ଆଲିଆଙ୍କ ମୁହଁ ଦୃଶ୍ୟ ମାନ ହେଉଛି। ଡିପ୍ ଫେକ୍ ଭିଡିଓ ସେହି ସମୟରେ ବେଶ୍ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଫେକ୍ ଭିଡିଓ (Rashmika Deep Fake Video) ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଆଉ ଏହା ଉପରେ ରୋକ୍ ଲଗାଇବାକୁ ଅନେକ ତର୍କ ବିତର୍କ ମଧ୍ୟ ଦେଖିବାକୁ ମିଳିଥିଲା। ଏହା ଦେଖି ଅଭିନେତ୍ରୀ ରଶ୍ମିକା ମଧ୍ୟ ଭୟରେ ବିବ୍ରତ ହେବା ସହ ସୋସିଆଲ ମିଡିଆ ଓ କ୍ୟାମେରାରୁ ଦୂରେଇ ରହିଥିଲେ। ଏହାର କିଛି ଦିନ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଓ କାଜୋଲ ମଧ୍ୟ ଡିପ୍ ଫେକ୍ ଭିଡିଓର ପଞ୍ଝାରେ ଆସିଥିଲେ।

ସୋସିଆଲ ମିଡିଆରେ ହେଉଛି ଭାଇରାଲ
ରଣବୀର କପୁରଙ୍କ ପତ୍ନୀ ତଥା ବଲିଉଡର ଜଣାଶୁଣା ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ (Alia Bhatt) ଏହି ଡିପ୍ ଫେକ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ କ୍ଲିପ୍‌ରେ ଜଣେ ଯୁବତୀ ଅଶ୍ଳିଳ ଭାବେ ଅଙ୍ଗଭଙ୍ଗୀ କରୁଥିବା ଦେଖାଯାଇଛି ଏବଂ ଆଲିଆଙ୍କ ଚେହେରା ଟେକ୍ନୋଲୋଜି ସାହାଯ୍ୟରେ ଏଥିରେ ଲଗାଯାଇଛି। ଏଠାରେ କହିରଖୁଛୁ ଯେ,ଡିପ୍ ଲର୍ନିଙ୍ଗ ମାଧ୍ୟମରେ ଡିପ ଫେକ ଶବ୍ଦ ଆସିଛି । ଏହା ମେସିନ୍ ଲର୍ନିଙ୍ଗର ଏକ ଅଂଶ ଏବଂ ଏଠାରେ ଡିପ୍ ଫେକ୍ ଅର୍ଥ ହେଉଛି ଏକାଧିକ ସ୍ତର । ଏହା ଆର୍ଟିଫିସିଆଲ ନ୍ୟୁରଲ ନେଟୱାର୍କ ଉପରେ ଆଧାରିତ । ଏଥିରେ ନକଲି ବିଷୟବସ୍ତୁ ପ୍ରକୃତ ବିଷୟବସ୍ତୁରେ ପରିଣତ ହୁଏ ଏବଂ ଏଥିପାଇଁ AI ବ୍ୟବହୃତ ହୁଏ। 

ଅଭିନେତ୍ରୀ ଆଲିଆ ଭଟ୍ଟ ସେଲିବ୍ରିଟିଙ୍କ ଡିପ୍ ଫେକ (Deep Fake Technology) ଟେକ୍ନୋଲୋଜିର ଶିକାର ହୋଇଛନ୍ତି। ଏହି ଭାଇରାଲ ଭିଡିଓରେ ଜଣେ ଯୁବତୀଙ୍କ ଅଶ୍ଳିଳ ଶରୀର ଦେଖାଯାଉଥିବା ବେଳେ ମୁହଁ କିନ୍ତୁ ଆଲିଆଙ୍କ ର ଦେଖିବାକୁ ମିଳିଛି। ଏହାସହ କ୍ୟାମେରା ଆଡକୁ ଅଶ୍ଳୀଳ ଇଙ୍ଗିତ କରୁଥିବା ଦେଖାଯାଇଛି। ତେବେ, ଯଦି ନିରିକ୍ଷୀକି ଦେଖିବେ ତେବେ କହିପାରିବେ କି ଏହି ଭିଡିଓରେ ଦେଖାଯାଇଥିବା ଯୁବତୀ ଜଣଙ୍କ ଆଲିଆ ଭଟ୍ଟ ନୁହଁନ୍ତି। ଅନ୍ୟ କାହାର ଶରୀର ଉପରେ ଅଭିନେତ୍ରୀଙ୍କ ଚେହେରା ଏଡିଟ୍ କରାଯାଇଛି । ଯାହାକୁ ନେଇ ଏବେ ଭୟଭୀତ ଅବସ୍ଥାରେ ବଲିଉଡର ଅନ୍ୟ ଅଭିନେତ୍ରୀ ଓ ମଡେଲ ମାନେ।

Also Read: Animal Cast Fees: ଫିଲ୍ମ ‘ଆନିମଲ୍‌’ପାଇଁ କିଏ ନେଇଛନ୍ତି କେତେ କୋଟି, ଜାଣନ୍ତୁ

Also Read: କିଏ ଏହି ଓଡ଼ିଆ ଝିଅ ମୋନିକା? ଯାହାଙ୍କୁ ନେଇ ଏବେ ଟଲିଉଡରେ ଏତେ ଚର୍ଚ୍ଚା