Ram Setu: ଆସନ୍ତାକାଲି ପରଦାକୁ ଆସିବ 'ରାମସେତୁ', ଏହି ଭୂମିକାରେ ନଜର ଆସିବେ ଖିଲାଡି କୁମାର
Advertisement

Ram Setu: ଆସନ୍ତାକାଲି ପରଦାକୁ ଆସିବ 'ରାମସେତୁ', ଏହି ଭୂମିକାରେ ନଜର ଆସିବେ ଖିଲାଡି କୁମାର

Ram Setu: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ରାମସେତୁ'(Ram Setu) । ଫିଲ୍ମଟିକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଖିଲାଡି କୁମାରଙ୍କ ଫ୍ୟାନ୍ସ । ଫିଲ୍ମ 'ରାମସେତୁ'(Ram Setu) ଆସନ୍ତାକାଲି ରିଲିଜ୍ ହେବ । ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇବ ବୋଲି ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି।

ସୌଜନ୍ୟ : ସୋସିଆଲ ମିଡିଆ

Ram Setu: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ରାମସେତୁ'(Ram Setu) । ଫିଲ୍ମଟିକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଖିଲାଡି କୁମାରଙ୍କ ଫ୍ୟାନ୍ସ । ଫିଲ୍ମ 'ରାମସେତୁ'(Ram Setu) ଆସନ୍ତାକାଲି ରିଲିଜ୍ ହେବ । ଫିଲ୍ମଟି ବକ୍ସ ଅଫିସରେ ଧମାଲ ମଚାଇବ ବୋଲି ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତାଙ୍କର ଶେଷ ତିନୋଟି ଚଳଚ୍ଚିତ୍ର ବକ୍ସ ଅଫିସରେ ଫ୍ଲପ୍ ହୋଇଛି, ଯେଉଁଥିପାଇଁ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ‘ରାମସେତୁ’ ଦ୍ବାରା ଅକ୍ଷୟ ବକ୍ସ ଅଫିସରେ ରେକର୍ଡ଼ ସୃଷ୍ଟି କରିବେ। ତେବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇ ମଙ୍ଗଳବାର ଫିଲ୍ମ ରିଲିଜ୍ ହେବ । 'ରାମସେତୁ' ଏକ ଆକ୍ସନ୍ ଏବଂଥ୍ରୀଲର୍ ଫିଲ୍ମ । ଟ୍ରେଲରେ ଦେଖିବାକୁ ମିଳିଥିଲା ଯେ, ଏହି ଦେଶ ରାମଙ୍କ ନାମରେ ଚାଲିଥାଏ। କିନ୍ତୁ ରାମସେତୁକୁ ଭାଙ୍ଗିବା ପାଇଁ ସରକାର ସୁପ୍ରିମକୋର୍ଟଙ୍କ ଅନୁମତି ମାଗିଛନ୍ତି। ଏସବୁ ମଧ୍ୟରେ ଅକ୍ଷୟ କୁମାରଙ୍କୁ 'ରାମସେତୁ'ର ସନ୍ଧାନରେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି, ତାହାର ଝଲକ୍ ଟ୍ରେଲରରେ ଦେଖିବାକୁ ମିଳିଛି। 

ଫିଲ୍ମର ଟ୍ରେଲର ଲୋକଙ୍କୁ ଉତ୍ସାହିତ କରିଛି। ଚଳଚ୍ଚିତ୍ର 'ରାମସେତୁ'ର କାହାଣୀ ଜଣେ ପ୍ରତ୍ନତତ୍ତ୍ୱବିତଙ୍କ ଉପରେ ଆଧାରିତ। ଅକ୍ଷୟ କୁମାର ଏହି ଚରିତ୍ରରେ ଅଭିନୟ କରିଛନ୍ତି। ତେବେ ରାମ ସେତୁ ଅଛି କି ନାହିଁ ତା’ର ଅନୁସନ୍ଧାନ ପାଇଁ ତାଙ୍କୁ ପଠାଯାଇଛି।  ଏହି ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି  ଅଭିଷେକ ଶର୍ମା।  ଅକ୍ଷୟଙ୍କ ବ୍ୟତିତ ଏହି ଫିଲ୍ମର ଲିଡ୍ ରୋଲରେ ନଜର ଆସିବେ ଜ୍ୟାକଲିନ ଫର୍ଣ୍ଣାଡିଜ୍ (Jacqueline Fernandez ), ନୁସରତ ଭରୁଚ୍ଚା ( Nushrratt Bharuccha)।

ଏହାବି ପଢନ୍ତୁ :Diwali 2022: ଦିଓ୍ବାଲି ସେଲିବ୍ରେସନରେ ମସଗୁଲ ଖିଲାଡି କୁମାର

ଏହାବି ପଢନ୍ତୁ : Prabhas: ପ୍ରଭାସଙ୍କ ଜନ୍ମଦିନରେ ବଡ ଉପହାର ଦେଲେ 'ସାଲାର' ନିର୍ମାତା, ଜାଣନ୍ତୁ କଣ

 

 
 
 
 

 
 
 
 
 
 
 
 
 
 
 

A post shared by Akshay Kumar (@akshaykumar)

ଯଦି ଆମେ ଅକ୍ଷୟଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା, ତେବେ ତାଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି । ଅକ୍ଷୟଙ୍କୁ ଶେଷ ଥର ପାଇଁ ଫିଲ୍ମ କଟପୁତଲି(Rakul Preet Singh)ରେ ରକୁଲ ପ୍ରିତଙ୍କ ସହ ଦେଖିବାକୁ ମିଳିଥିଲା ।  ସେହିପରି ଆଗାମୀ ଦିନରେ ଫିଲ୍ମ ବଡେ ମିଆଁ ଛୋଟେ ମିଆଁ (Bade Miyan Chote Miyan )ରେ ସେ ଟାଇଗଲ ସରାଫଙ୍କ ସହ ନଜର ଆସିବେ। ତାଙ୍କ ପାଖରେ ଗୋରଖା(Gorkha) ଚଳଚ୍ଚିତ୍ର ମଧ୍ୟ ଅଛି । ରାମସେତୁ ବ୍ୟତିତ ସେ ସେଲଫି, ସୋରାରାଇ,ପୋଟରୁ ରିମେକ୍, ଓମାଇଗଡ ୨(OMG 2), ଜଲିଏଲଏଲବି ୩,ସ୍କାଏଫୋର୍ଟ, ଖେଲ ଖେଲ ମେଁ ଓ ହେରାଫେରି ୩ରେ ନଜର ଆସିବେ । ଚଳିତ ବର୍ଷ ତାଙ୍କ ଫିଲ୍ମ(Samrat Prithviraj) ସମ୍ରାଟ ପୃଥ୍ବୀରାଜ୍  ରିଲିଜ୍ ହୋଇଥିଲା। ଚଳିତ ବର୍ଷ ଜୁନ୍ ୨ରେ ପରଦାକୁ ଆସିଥିଲା।  ଫିଲ୍ମର ବଜେଟ ୧୫୦ ୩୦୦ କୋଟି ରହିଥିଲା । ଫିଲ୍ମଟି ବକ୍ସ ଅଫିସରେ ୯୦.୩୨ କୋଟି ରୋଜଗାର କରିଥିଲା। ଫିଲ୍ମରେ ଅକ୍ଷୟଙ୍କ ସହ ନାୟିକା ଭୂମିକାରେ ନଜର ଆସିଥିଲେ ୨୦୧୭ର ମିସ୍ ୱାଲର୍ଡ ମାନୁସୀ ଚ୍ଛିଲ୍ଲର୍ (Manushi Chhillar) । ଯାହା ଏକ ଐତିହାସିକ କାହାଣୀ ଉପରେ ଆଧାରିତ ହୋଇଥିଲା ।