Drishyam 2 Box Office Collection: ତୃତୀୟ ସପ୍ତାହରେ ବି ରହିଛି 'ଦୃଶ୍ୟମ୍ ୨' ର କ୍ରେଜ୍, କଲେକସନ୍ କଲାଣୀ ଏତିକି କୋଟି
Advertisement

Drishyam 2 Box Office Collection: ତୃତୀୟ ସପ୍ତାହରେ ବି ରହିଛି 'ଦୃଶ୍ୟମ୍ ୨' ର କ୍ରେଜ୍, କଲେକସନ୍ କଲାଣୀ ଏତିକି କୋଟି

Drishyam 2 Box Office Collection: ସୁପରଷ୍ଟାର ଅଜୟ ଦେବଗନଙ୍କ ସସପେନ୍ସ ଥ୍ରୀଲର ଫିଲ୍ମ 'ଦୃଶ୍ୟମ୍ ୨' ବକ୍ସ ଅଫିସରେ ଧମାଲ ମଚାଉଛି । ନିର୍ଦ୍ଦେଶକ ଅଭିଷେକ ପଠକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ତୃତୀୟ ସପ୍ତାହରେ ମଧ୍ୟ ଭଲ କଲେକସନ କରୁଛି । ଏହି ଚଳଚ୍ଚିତ୍ର ଚଳିତ ବର୍ଷର ବ୍ଲକବଷ୍ଟର ଚଳଚ୍ଚିତ୍ର ହୋଇପାରିଛି।

ସୌଜନ୍ୟ : ସୋସିଆଲ ମିଡିଆ

Drishyam 2 Box Office Collection: ସୁପରଷ୍ଟାର ଅଜୟ ଦେବଗନଙ୍କ ସସପେନ୍ସ ଥ୍ରୀଲର ଫିଲ୍ମ 'ଦୃଶ୍ୟମ୍ ୨' ବକ୍ସ ଅଫିସରେ ଧମାଲ ମଚାଉଛି । ନିର୍ଦ୍ଦେଶକ ଅଭିଷେକ ପଠକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର  ତୃତୀୟ ସପ୍ତାହରେ ମଧ୍ୟ ଭଲ କଲେକସନ କରୁଛି । ଏହି ଚଳଚ୍ଚିତ୍ର ଚଳିତ ବର୍ଷର ବ୍ଲକବଷ୍ଟର ଚଳଚ୍ଚିତ୍ର ହୋଇପାରିଛି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ,ଫିଲ୍ମର ରିଲିଜର ୧୭ ତମ ଦିନରେ ଅଜୟ ଦେବଗନଙ୍କ ଫିଲ୍ମ କେତେ କୋଟି ରୋଜଗାର କଲାଣୀ । ରିଲିଜର ତୃତୀୟ ସପ୍ତାହରେ 'ଦୃଶ୍ୟମ୍ ୨'  ଜବରଦସ୍ତ ସଫଳତା ପାଇଛି । ତୃତୀୟ ସପ୍ତାହରେ ମଧ୍ୟ ଅଜୟ ଦେବଗନଙ୍କ ଏହି ଚଳଚ୍ଚିତ୍ର ନୂତନ ସଫଳତା ରେକର୍ଡ ହାସଲ କରିଛି ।  ଏକ ରିପୋର୍ଟ ଅନୁଯାୟୀ, ତୃତୀୟ ରବିବାର ଅର୍ଥାତ୍ 17 ତମ ଦିନର ବକ୍ସ ଅଫିସ୍ ସଂଗ୍ରହକୁ ବିଚାର କଲେ, ସାକ୍ଲିନଙ୍କ ରିପୋର୍ଟ ଅନୁଯାୟୀ, ସୁପରଷ୍ଟାର ଅଜୟ ଦେବଗନ୍ ଏବଂ ତବୁଙ୍କ ଏହି ସସପେନ୍ସ ଥ୍ରୀଲର ଫିଲ୍ମ ୧୦.୨୦ କୋଟି ବ୍ୟବସାୟ କରିଛି । ଏହି ବିସ୍ଫୋରକ ସଂଗ୍ରହ ସହିତ 'ଦୃଶ୍ୟମ୍ ୨'  ଖୁବଶିଘ୍ର ୨୦୦ କୋଟି ଛୁଇଁବାକୁ ଯାଉଛି । ଚଳଚ୍ଚିତ୍ରର ବକ୍ସ ଅଫିସରେ ଭଲ ଇନକମ କରିବାରେ ଲାଗିଛି । ଏଭଳି ପରିସ୍ଥିତିରେ, 'ଦୃଶ୍ୟମ୍ ୨' ଚଳଚ୍ଚିତ୍ରଟି ଗତ 3 ଦିନ ମଧ୍ୟରେ ୨୩ କୋଟିରୁ ଅଧିକ ବକ୍ସ ଅଫିସରେ କଲେକସନ୍ କରିଛି ।  ଅଜୟ ଦେବଗନଙ୍କ ଅଭିନୀତ 'ଦୃଶ୍ୟମ ୨' ବକ୍ସ ଅଫିସରେ ୧୮୬ କୋଟିରୁ ଅଧିକ ବ୍ୟବସାୟ କରିସାରିଛି।

'ଦୃଶ୍ୟମ୍ ୨' ର କାହାଣୀ କ’ଣ ?
'ଦୃଶ୍ୟମ୍ ୨' ର କାହାଣୀ ୨୦୧୫ ବର୍ଷରୁ ଆରମ୍ଭ ହୁଏ, ଯେଉଁଠାରେ ପ୍ରଥମ ଭାଗର କାହାଣୀ ସମାପ୍ତ ହୋଇଥିଲା । ଏ-ହି ଚଳଚ୍ଚିତ୍ରର କାହାଣୀ ହେଉଛି ଏକ ସାଧାରଣ ପରିବାରର କାହାଣୀ, ଯାହା ଆଇଜି ମିରାଙ୍କ ପୁଅ ହତ୍ୟା ମାମଲାରେ ଫସି ରହିଥାଏ । ନିଜ ପରିବାରକୁ ବଞ୍ଚାଇବା ପାଇଁ ବିଜୟ ଯଥାସମ୍ଭବ ଚେଷ୍ଟା କରନ୍ତି। ଫିଲ୍ମର ଦ୍ୱିତୀୟ ଭାଗକୁ ମଧ୍ୟ ବହୁତ ପସନ୍ଦ କରିଛନ୍ତି ଦର୍ଶକ । 

ଯଦି ଆମେ ଅଜୟଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା , ତେବେ ଅଜୟଙ୍କ ହାତରେ ଅନେକ ବଡ ପ୍ରୋଜେକ୍ଟ ରହିଛି ।  'ଭୋଲା' , 'ମଇଦାନ୍', 'ନୀରାଜ୍ ପାଣ୍ତେସ ନେକ୍ସଟ', 'ସିଙ୍ଗମ୍ ୩', 'ରେଡ୍ ୨' ଓ 'ଗୋଲମାଲ୍  ୫' ରେ ନଜର  ଆସିବେ। 

 ଏହାବି ପଢନ୍ତୁ : Salman Khan: ଶେଷ ହେଲା ଦବଙ୍ଗ ଖାନଙ୍କ ଏହି ଫିଲ୍ମର ସୁଟିଂ, ଇଦରେ ହେବ ରିଲିଜ୍

 ଏହାବି ପଢନ୍ତୁ : Madhuri Dixit: ଡ୍ୟାନ୍ସ ପାଇଁ ପ୍ରଶଂସା ନୁହେଁ ଟ୍ରୋଲର ଶିକାର ହେଲେ ଧକ୍ ଧକ୍ ଗାର୍ଲ

 ଏହାବି ପଢନ୍ତୁ : Mahesh Babu: ସାଉଥ ଫିଲ୍ମରେ ଆଉ ଦେଖିବାକୁ ମିଳିବେନି ମହେଶ ବାବୁ, ରହିଛି ଏହି ବଡ କାରଣ !

 ଏହାବି ପଢନ୍ତୁ : Freddy: ପ୍ରେମିକାର ଧୋକ୍କା ଠାରୁ ଅଧିକ କଷ୍ଟ ଦେଲା କଇଁଛର ମୃତ୍ୟୁ, ଏମିତି ରିଭେଞ୍ଜ ନେଲେ କାର୍ତ୍ତିକ ଆର୍ୟନ