Adipurush: 'ଆଦିପୁରୁଷ'କୁ ନେଇ ଆସିଲା ବଡ଼ ଅପଡ଼େଟ, ମାଗଣାରେ ମିଳିବ ୧୦ ହଜାର ଟିକେଟ୍!
Advertisement
Article Detail0/zeeodisha/odisha1730547

Adipurush: 'ଆଦିପୁରୁଷ'କୁ ନେଇ ଆସିଲା ବଡ଼ ଅପଡ଼େଟ, ମାଗଣାରେ ମିଳିବ ୧୦ ହଜାର ଟିକେଟ୍!

Adipurush: 'ଆଦିପୁରୁଷ'ର ଅନେକ ପୋଷ୍ଟର ଓ ଗୀତ ରିଲିଜ ହୋଇଥିବା ବେଳେ ପ୍ରଶଂସକଙ୍କ ଠାରୁ ଭଲ ରେସପୋନ୍ସ ମଧ୍ଯ ମିଳିଛି । ଏହି ବିଗ ବଜେଟ୍ ସିନେମାକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଥିବା ଏହା ମଧ୍ଯରେ ଫିଲ୍ମକୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି ।

ସୌ(ସୋସିଆଲ ମିଡିଆ)

Adipurush: ସାଉଥ ସୁପରଷ୍ଟାର ପ୍ରଭାସ (Prabhas) ଓ ଅଭିନେତ୍ରୀ କ୍ରିତି ସାନନଙ୍କ (Kriti Sanon) ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ' (Adipurush )  ଜୁନ୍ ୧୬ ତାରିଖରେ ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି । ରିଲିଜର ଏକ ସପ୍ତାହ ପୂର୍ବରୁ ନିର୍ମାତାମାନେ ଏହାର ଜବରଦସ୍ତ ଟ୍ରେଲର ରିଲିଜ୍ (Adipurush trailer launch) କରିଛନ୍ତି । ଓମ୍ ରାଉତଙ୍କ (OM Raut) ନିର୍ଦ୍ଦଶନାରେ ନିର୍ମିତ ଏହି ଫିଲ୍ମରେ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ ପ୍ରଭାସ । ତେବେ ଫିଲ୍ମରେ ଅତ୍ୟାଧୁନିକ ଭିଏଫଏକ୍ସ (VFX) ବ୍ୟବହାର କରାଯାଇଥିବାରୁ ଏହାକୁ ଦେଖିବା ଲାଗି ଫ୍ୟାନ୍ସ ବେଶ ଏକ୍ସସାଇଡ଼ ଥିବା ଦେଖିବାକୁ ମିଳିଛି । ଗତବର୍ଷ ରିଲିଜ ହୋଇଥିବା ଏହି ସିନେମାର ଟିଜର ଦର୍ଶକଙ୍କୁ କିଛି ଖାସ୍ ପସନ୍ଦ ଆସିନଥିଲା ଏହା ପରେ ନିର୍ମାତାମାନେ ଭିଏଫଏକ୍ସରେ କାମ କରିବାକୁ ବ୍ରେକ୍ ନେଇଥିଲେ। ବର୍ତ୍ତମାନ ଏହି ଫିଲ୍ମର ଅନେକ ପୋଷ୍ଟର ଓ ଗୀତ ରିଲିଜ ହୋଇଥିବା ବେଳେ ପ୍ରଶଂସକଙ୍କ ଠାରୁ ଭଲ ରେସପୋନ୍ସ ମଧ୍ଯ ମିଳିଛି । ବର୍ତ୍ତମାନ ରିଲିଜ ହୋଇଥିବା ଟ୍ରେଲରଟି ଆକ୍ସନରେ ଭରପୂର ରହିଥିବା ବେଳେ ନିର୍ମାତାମାନେ ସୈଫ ଅଲ୍ଲୀଙ୍କ ରାବଣ ଲୁକକୁ (Saif ali khan ravan look) ସିକ୍ରେଟ୍ ରଖିଛନ୍ତି । ଯାହା ଫ୍ୟାନ୍ସଙ୍କ ଉତ୍ସାହକୁ ଡ଼ବଲ କରିଛି ।

ସୂଚନାଯୋଗ୍ୟ, ଏହି ବିଗ ବଜେଟ୍ ସିନେମାକୁ ନେଇ ସବୁଆଡ଼େ ଚର୍ଚ୍ଚା ହେଉଥିବା ଏହା ମଧ୍ଯରେ ଫିଲ୍ମକୁ ନେଇ ଏକ ବଡ଼ ଅପଡ଼େଟ ସାମ୍ନାକୁ ଆସିଛି । କାଶ୍ମୀର ଫାଇଲ୍ସ ପ୍ରଯୋଜକ ଅଭିଷେକ ଅଗ୍ରୱାଲ (kashmir files Producer Abhishek Agarwal) ସିନେମାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରକୃତିରେ, ପ୍ରଯୋଜକ ଅଭିଷେକ ଅଗ୍ରୱାଲ ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ ଫିଲ୍ମର ପ୍ରାୟ ୧୦ ହଜାର ଟିକେଟ୍ କିଣି ଦାନ କରିବେ । ତେଲେଙ୍ଗାନାର ବିଭିନ୍ନ ସରକାରୀ ସ୍କୁଲ, ଅନାଥ ଆଶ୍ରମ, ଜରାଶ୍ରମକୁ ଏହି ମଗଣା ଟିକେଟ୍ ପ୍ରଦାନ କରାଯିବ । ଗୁଗଲ ଫର୍ମ ଲିଙ୍କ ଜରିଆରେ ଏହି ଟିକେଟ୍ ଦିଆଯିବ, ଯେଉଁଠି ଲୋକ ସହଜରେ ଆଣିପାରିବେ । ଜୁନ୍ ୭ ତାରିଖରେ ଅଭିଷେକ ଅଗ୍ରୱାଲ (Abhishek Agarwal) ୧୦ ହଜାର ଟିକେଟ୍ ଦେବାକୁ ଘୋଷଣା କରିଥିଲେ । ଏନେଇ ସେ ଟ୍ବିଟ୍ କରି ଲେଖିଥିଲେ ଯେ,  “ଆଦିପୁରୁଷ” ପରି ଫିଲ୍ମ ଜୀବନରେ ଥରେ ଆସେ, ଯାହାକୁ ଆମେ ଦେଖି ସମସ୍ତେ ସେଲିବ୍ରେଟ୍ କରିବା କଥା । ମୋର ଶ୍ରୀରାମଙ୍କ ପ୍ରତି ପ୍ରଗାଢ ଭକ୍ତି ଓ ବିଶ୍ବାସ ରହିଛି। ସେଥିପାଇଁ ମୁଁ ୧୦ ହଜାରରୁ ଅଧିକ ଟିକେଟ୍ ତେଲେଙ୍ଗାନାର ସରକାରୀ ସ୍କୁଲ, ଅନାଥ ଆଶ୍ରମ ଓ ଜରାଶ୍ରମରେ ଏହି ମାଗଣା ଟିକେଟ୍ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି” । ତେବେ କୁହାଯାଉଛି କି ଯଦି, ଏମିତି ହେବ ତେବେ ଫିଲ୍ମର କଲେକସନକୁ ବଡ଼ ସପୋର୍ଟ ମିଳିବ ।

 

fallbackସେହିପରି କିଛି ଦିନ ତଳେ ଏହି ଫିଲ୍ମକୁ ନେଇ ଏକ ବଡ଼ ଘୋଷଣା କରିଥିଲା ପ୍ରଡ଼କ୍ସନ ଟିମ୍ । ପ୍ରତି ସିନେମା ହଲରେ ଗୋଟିଏ ସିଟର ଟିକେଟ୍ ବିକ୍ରି ହେବନାହିଁ । ଏହି ସିଟ୍ ଶ୍ରୀରମଙ୍କ ପରମ ଭକ୍ତ ପ୍ରଭୁ ହନୁମାନଙ୍କ ପାଇଁ ସମର୍ପିତ କରାଯିବ ବୋଲି ପ୍ରଡ଼କ୍ସନ ଟିମ୍ ପକ୍ଷରୁ କୁହାଯାଇଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ନିର୍ମାତାଙ୍କୁ ପ୍ରଶଂସା କରାଯାଇଥିଲା ।

ଏହା ବି ପଢନ୍ତୁ- Adipurush: 'ଆଦିପୁରୁଷ' ଟ୍ରେଲର ଲଞ୍ଚ ବେଳେ ନିଜ ବିବାହକୁ ନେଇ ବଡ଼ ଖୁଲାସା କଲେ ପ୍ରଭାସ, କହିଲେ...