ପ୍ରଥମ ଥର ଲାଇଭ୍ ଆସିଲେ Sai Pallavi, କହିଲେ...
Advertisement

ପ୍ରଥମ ଥର ଲାଇଭ୍ ଆସିଲେ Sai Pallavi, କହିଲେ...

ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଅଭିନେତ୍ରୀ ସାଇ ପଲ୍ଲବୀ ଶନିବାର ସ୍ପଷ୍ଟୀକରଣ ଦେଇଛନ୍ତି। ୟୁଟ୍ୟୁବ୍ ଚ୍ୟାନେଲ୍ ଗ୍ରେଟ୍ ଆନ୍ଧ୍ରକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀ ଧର୍ମ ନାମରେ ହିଂସାକୁ ନିନ୍ଦା କରିଥିଲେ। 

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରଥମ ଥର ଲାଇଭ ଆସିଛନ୍ତି ଦକ୍ଷିଣ ଅଭିନେତ୍ରୀ ସାଇ ପଲ୍ଲବୀ। ଶନିବାର ସନ୍ଧ୍ୟାରେ ସେ ନିଜ ଉଭୟ ଇନଷ୍ଟା ଓ ଫେସବୁକ ଆକାଉଣ୍ଟରେ ଏକ ଲାଇଭ ଭିଡିଓ ପୋଷ୍ଟ କରିଛନ୍ତି। ଦ କାଶ୍ମୀର ଫାଇଲ ବିବାଦକୁ ନେଇ ଦେଇଥିବା ନିଜ ମନ୍ତବ୍ୟ ଉପରେ ଅଭିନେତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି। ସାଇ ପଲ୍ଲବୀଙ୍କ ସେହି ମନ୍ତବ୍ୟକୁ ନେଇ ଦକ୍ଷିଣପନ୍ଥୀ ସଙ୍ଗଠନ ଓ କିଛି ରାଜନେତା ନିନ୍ଦା କରିବା ସହ ତାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।

ସୋସିଆଲ ମିଡିଆରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଅଭିନେତ୍ରୀ ସାଇ ପଲ୍ଲବୀ (Sai Pallavi) ଶନିବାର ସ୍ପଷ୍ଟୀକରଣ ଦେଇଛନ୍ତି। ୟୁଟ୍ୟୁବ୍ ଚ୍ୟାନେଲ୍ ଗ୍ରେଟ୍ ଆନ୍ଧ୍ରକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀ ଧର୍ମ ନାମରେ ହିଂସାକୁ ନିନ୍ଦା କରିଥିଲେ। ସେ କହିଥିଲେ ଯେ, କାଶ୍ମୀରୀ ପଣ୍ଡିତଙ୍କ ପଳାୟନ ଭୁଲ୍, ଗାଈ ପାଇଁ ଲୋକଙ୍କୁ ହତ୍ୟା କରାଯିବା ମଧ୍ୟ ନିନ୍ଦନୀୟ। ଫିଦା ଫେମଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। କିଛି ଟ୍ୱିଟର ୟୁଜର୍ସ ତାଙ୍କ ସାହସକୁ ପ୍ରଶଂସା କରିଥିବାବେଳେ ଅନ୍ୟମାନେ ତାଙ୍କୁ ଟ୍ରୋଲ କରିଥିଲେ। ଅନେକ ଲୋକ ଏହା ମଧ୍ୟ କହିଛନ୍ତି ଯେ, ଅଭିନେତ୍ରୀ, କାଶ୍ମୀରର ଦୁଃଖଦ ଘଟଣାକୁ ଅସମ୍ମାନ କରୁଛନ୍ତି।

Also Read: Agnipath Controversy: 'ଅଗ୍ନିପଥ' ଯୋଜନାକୁ ସମର୍ଥନ କଲେ କଙ୍ଗନା, ଦେଲେ ଏହି ଦେଶର ଉଦାହରଣ

ଏକ ଲାଇଭ୍ ଭିଡିଓରେ ଅଭିନେତ୍ରୀ ଶନିବାର କହିଛନ୍ତି ଯେ, ଧର୍ମ ନାମରେ ହିଂସା ଏକ ପାପ ଏବଂ ସାକ୍ଷାତକାରର ମନ୍ତବ୍ୟକୁ ପ୍ରସଙ୍ଗ ବାହାରକୁ ନିଆଯାଇଛି। ସେ କହିଛନ୍ତି, 'ମୁଁ କହିବା ପୂର୍ବରୁ ଦୁଇଥର ଚିନ୍ତା କରିବି କାରଣ ମୋର ଶବ୍ଦର ଭୁଲ ବ୍ୟାଖ୍ୟା ହୋଇପାରେ। କାଶ୍ମୀର ଫାଇଲ ଦେଖିବା ପରେ ମୁଁ ବିବ୍ରତ ହୋଇଥିଲି। ମୁଁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଡାକି ତାଙ୍କ ସହ କଥା ହେଲି। ହିନ୍ଦୁମାନଙ୍କ ବିୟୋଗରେ ମୁଁ ଯନ୍ତ୍ରଣା ଅନୁଭବ କଲି। ତିନି ମାସ ପୂର୍ବେ ଏହା ଘଟିଥିଲା। ପୁନଶ୍ଚ, କୋଭିଡ ସମୟରେ ଘଟିଥିବା ଭିଡହିଂସା ଘଟଣା ମଧ୍ୟ ମୋତେ ଯନ୍ତ୍ରଣା ଦେଇଥିଲା। ଯେକୌଣସି ରୂପରେ ହିଂସା ଭୁଲ ଅଟେ। ମୁଁ ଡାକ୍ତର ହୋଇଥିବାରୁ ମୁଁ ହତ୍ୟାକୁ କଦାପି ଗ୍ରହଣ କରେ ନାହିଁ।'

 

ସାଇ ପଲ୍ଲବୀ ଆହୁରି ମଧ୍ୟ କହିଛନ୍ତି, 'ମୁଁ ବିଶ୍ୱାସ କରେ ଯେ କୌଣସି ରୂପରେ ହିଂସା ଭୁଲ ଏବଂ ଧର୍ମ ନାମରେ ହିଂସା ଏକ ବଡ଼ ପାପ।' ଟିଭି ସାକ୍ଷାତକାର ସମୟରେ ଅଭିନେତ୍ରୀଙ୍କୁ ତାଙ୍କର ରାଜନୈତିକ ଚିନ୍ତାଧାରା ବିଷୟରେ ମଧ୍ୟ ପଚରାଯାଇଥିଲା। ଆଉ ସେ କହିଥିଲେ ଯେ, ସେ ଏକ ନିରପେକ୍ଷ ପରିବାରରେ ବଢିଛନ୍ତି ଏବଂ ସେଠାରେ ତାଙ୍କୁ ଜଣେ ଭଲ ମଣିଷ ହେବାକୁ ଶିକ୍ଷା ଦିଆଯାଇଛି। ସେ ତାଙ୍କ ମନ୍ତବ୍ୟ ଉପରେ ବର୍ଣ୍ଣନା କରି ଭିଡିଓରେ କହିଛନ୍ତି, 'ମୁଁ ଆଶା କରେ ଏମିତି ଦିନ ନ ଆସୁ, ଯେତେବେଳେ ପିଲା ଜନ୍ମ ହେବ ଏବଂ ସେ ନିଜର ପରିଚୟକୁ ନେଇ ଡରିବ।'

Also Read: Topless Neha Bhasin; ଫୁଲଠୁ ଅଧିକ ଆଟ୍ରାକ୍ଟିଭ ଲାଗୁଛନ୍ତି ବୋଲ୍ଡ ସିଙ୍ଗର!

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ସାଇ ପ ଲ୍ଲବୀଙ୍କ ତେଲୁଗୁ ଚଳଚ୍ଚିତ୍ର "Virata Parvam" ରିଲିଜ ହୋଇଛି। ଫିଲ୍ମରେ ରାଣା ଡଗ୍ଗୁବତୀ ମଧ୍ୟ ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି। ୧୯୯୦ ମସିହାର କିଛି ସତ୍ୟ ଘଟଣା ଉପରେ Virata Parvam ପ୍ରେରିତ। ତେଲେଙ୍ଗାନା ଅଞ୍ଚଳରେ ନକ୍ସଲାଇଟ୍ ଆନ୍ଦୋଳନର ପୃଷ୍ଠଭୂମିରେ ଏହା ଏକ ପ୍ରେମ କାହାଣୀ।