Ira Khan Engagement : କିଏ ହେବେ ଆମିରଙ୍କ ଜ୍ବାଇଁ ? ସରିଲା ଇରାଙ୍କ ଏନଗେଜମେଣ୍ଟ
Advertisement

Ira Khan Engagement : କିଏ ହେବେ ଆମିରଙ୍କ ଜ୍ବାଇଁ ? ସରିଲା ଇରାଙ୍କ ଏନଗେଜମେଣ୍ଟ

Ira Khan : ବଲିଉଡ ସୁପରଷ୍ଚାର ଆମିର ଖାନ୍ ଙ୍କ ଲାଡଲି ଇରା ଖାଁ (Ira Khan)। ଇରା ନିଜ ହରକତ୍ ପାଇଁ ସବୁବେଳ ଚର୍ଚ୍ଚାରେ ରୁହନ୍ତି। ଏପରିକି ଫ୍ୟାନ୍ସ ମାନେ ମଧ୍ୟ ତାଙ୍କର ଏ ନଟଖଟି ଆନ୍ଦାଜକୁ ଖୁବ୍ ପସନ୍ଦ ମଧ୍ୟ କରନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Ira Khan : ବଲିଉଡ ସୁପରଷ୍ଚାର ଆମିର ଖାନ୍ ଙ୍କ ଲାଡଲି ଇରା ଖାଁ । ଇରା ନିଜ ହରକତ୍ ପାଇଁ ସବୁବେଳ ଚର୍ଚ୍ଚାରେ ରୁହନ୍ତି।  ଏପରିକି ଫ୍ୟାନ୍ସ ମାନେ ମଧ୍ୟ ତାଙ୍କର ଏ ନଟଖଟି ଆନ୍ଦାଜକୁ ଖୁବ୍ ପସନ୍ଦ ମଧ୍ୟ କରନ୍ତି। ସେ ଦୀର୍ଘ ଦିନ ଧରି ଡେଟ କରି ଆସୁଥିବା ବୟଫ୍ରେଣ୍ତ ନୂପୁର ଶିଖର  (Nupur Shikhare)ଙ୍କ ସହ ନିର୍ବନ୍ଧ କରିଛନ୍ତି। ଏନେଇ ଇନଷ୍ଟାରେ ନିର୍ବନ୍ଧର ଭିଡିଓ ମଧ୍ୟ ସେ ସେୟାର କରିଛନ୍ତି । ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ନୂପୁର ଆସି ସମସ୍ତଙ୍କ ଆଗରେ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଇରାଙ୍କୁ ପ୍ରଥମେ କିସ୍ କରିଥିଲେ। ପରେ ଉୟିଲ ୟୁ ମ୍ୟାରି ମି  ? "Will you marry me?" ବୋଲି କହିଥିଲେ । ଯାହାର ଉତ୍ତର ରଖିଥିଲେ ଇରା  । ଇରା ତାଙ୍କ ଉତ୍ତରରେ ଇଏସ୍  "Yes"ବୋଲି କହିଥିଲେ। ଏହାପରେ ନୁପୁର ତା’ ତାଙ୍କୁ ଏକ ରିଙ୍ଗ ପିନ୍ଧାନ୍ତି। ଏବଂ ତା’ପରେ ଦୁହେଁ ଦୁହିଁଙ୍କୁ କିସ୍‌ କରନ୍ତି । 

ଇରା ଏବଂ ନୁପୁରରଙ୍କ ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକଙ୍କ ସହ ସେଲିବ୍ରେଟମାନେ ମଧ୍ୟ ଏହାକୁ ପସନ୍ଦ କରୁଥିବା ବେଳେ କମେଣ୍ଟ ମଧ୍ୟ କରୁଛନ୍ତି। ଇରା ଖାନ ଏବଂ ନୂପୁର ଶିଖର ଦୀର୍ଘ ଦିନ ଧରି ସମ୍ପର୍କ ଅଛନ୍ତି। ବର୍ତ୍ତମାନ ସେମାନେ ଏହି ସମ୍ପର୍କକୁ ଆଗକୁ ବଢାଇବା ପାଇଁ ନୂଆ ନାମ ଦେଇଛନ୍ତି । କହିବାକୁ ଗଲେ ଅମୀର ନୂପୁର ଓ ଇରାଙ୍କ ସମ୍ପର୍କ ବିଷୟରେ ମଧ୍ୟ ଜାଣିଛନ୍ତି ।  ନୂପୁର ହେଉଛନ୍ତି ଅମୀର ଖାନ୍ ଙ୍କ  ଫିଟନେସ୍ କୋଚ୍ । ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ଫିଟନେସ ସହିତ ଜଡିତ ଚିତ୍ର ପୋଷ୍ଟ ମଧ୍ୟ କରନ୍ତି। 

ଏହାବି ପଢନ୍ତୁ : Rakhi Sawant : 'ଆଦିଲଙ୍କୁ ବିବାହ କଲେ ବିପଦ'

 

 
 
 
 

 
 
 
 
 
 
 
 
 
 
 

A post shared by Ira Khan (@khan.ira)

 

ଇରା ଗତ କିଛି ଦିନ ତଳେ ବିକିନି ପିନ୍ଧି ନିଜ ବାର୍ଥ ଡେ କେକ୍ କାଟି ଚର୍ଚ୍ଚାକୁ ଆସିଥିଲେ । ଯେଉଁଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏହି ଫଟୋରେ ଦେଖିବାକୁ ମିଳିଥିଲା ଯେ, ଇରା କେକ୍ କାଟୁ ଥିବା ବେଳେ ତାଙ୍କ ନିକଟରେ ପିତା ଅମୀର ଖାନ୍ , ମାଆ ଓ ଭାଇ ଆଜାଦ ରାଓ ଖାନ୍ ଛିଡା ହୋଇଥିଲେ। ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି  ଇରା ଓ ନୂପୁରଙ୍କର ଡେଟ କରି ଆସୁଥିଲେ। ଗତ ଜୁନ୍ ରେ ଉଭୟ ନିଜର ଦ୍ବୀତିୟ ସମ୍ପର୍କର ଉତ୍ସବ ପାଳନ ମଧ୍ୟ କରିଥିଲେ । ଏ ନେଇ ଇରା ସୋସିଆଲ ମିଡିଆରେ ନୂପୁରଙ୍କୁ ନେଇ ଏକ ପ୍ରେମଭରା ପୋଷ୍ଟ ମଧ୍ୟ କରିଥିଲେ। ସେ ସେଥିରେ ଲେଖିଥିଲେ ଯେ, "ପ୍ରକୃତରେ ଦୁଇ ବର୍ଷ ବିତିଗଲାଣି କିନ୍ତୁ ଏହା ଅନୁଭବ କରୁଛି ଯେ ଏହା ଏବେ ଏବେ ଆରମ୍ଭ ହୋଇଛି। ସବୁବେଳେ ଏମିତି ଭଲ ପାଇବା ରହିବ । ମୁଁ ତୁମକୁ ଭଲ ପାଏ। ସବୁବେଳ ପାଇଁ ଏମିତି ଭଲ ପାଇବା ରହୁ । ସେପଟେ ଏ ପୋଷ୍ଚରେ ନୂପୁର ମଧ୍ୟ କମେଣ୍ଟ କରିଥିଲେ।