Nupur Shikhare Nude Photoshoot: ନଗ୍ନ ହୋଇ ଦୌଡୁଥିବାର ଫଟୋସୁଟ କରିଛନ୍ତି ଆମୀର ଖାନଙ୍କ ଭାବି ଜ୍ୱାଇଁ, ଇରା ବି ଲାଜରେ ଲାଲ୍
Advertisement

Nupur Shikhare Nude Photoshoot: ନଗ୍ନ ହୋଇ ଦୌଡୁଥିବାର ଫଟୋସୁଟ କରିଛନ୍ତି ଆମୀର ଖାନଙ୍କ ଭାବି ଜ୍ୱାଇଁ, ଇରା ବି ଲାଜରେ ଲାଲ୍

Nupur Shikhare Nude Photoshoot: ଆମୀର ଖାନଙ୍କ ଝିଅ ନିକଟରେ ନୁପୁର ଶିଖରଙ୍କ ସହ ଲିପିଲକ୍ କରି ନିର୍ବନ୍ଧ କରିଥିଲେ । ଯାହାର ଭିଡ଼ିଓ ଜୋରଦାର ଭାଇରଲ ହୋଇଥିଲା । ବର୍ତ୍ତମାନ ଆମୀର ଖାନ ଭାବି ଜ୍ୱାଇଁଙ୍କ ଏକ ନଗ୍ନ ଫଟୋସୁଟ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି । 

ସୌ: ସୋସିଆଲ ମିଡିଆ

Ira Khan Boyfriend: ନିକଟରେ ବଲିଉଡ ଅଭିନେତା ଆମୀର ଖାନଙ୍କ (Aamir Khan) ଝିଅ ଇରା ଖାନ ଲିପିଲକ୍ କରି ନୁପୁର ଶିଖରଙ୍କ (Nupur Shikhare) ସହ ନିର୍ବନ୍ଧ କରିଥିଲେ । ଯାହାପରେ ଇରା ଖାନ (Ira Khan) ଜଲ୍ଦି ତାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ଇରା ଖାନଙ୍କ ନିର୍ବନ୍ଧ ପରେ ବର୍ତ୍ତମାନ ସମସ୍ତେ ଆମୀର ଖାନଙ୍କ ଜ୍ବାଇଁ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରଛନ୍ତି । ଏହି ସମୟରେ ଆମୀର ଖାନ ଭାବି ଜ୍ୱାଇଁ ଅର୍ଥାତ ନୁପୁର ଶିଖରଙ୍କ ଏକ ନଗ୍ନ ଫଟୋ ସୋସିଆଲ ମିଡିଆରେ ନିଆଁ ଲଗାଉଛି । ନୁପୁର ଶିଖର ଏହି ନଗ୍ନ ଫଟୋସୁଟ ଭାଇରାଲ ହେବା ପରେ ତାଙ୍କୁ ରଣଭୀର ସିଂଙ୍କ ସହ ମଧ୍ୟ ତୁଳନା କରାଯାଉଛି ।

କହିରଖୁଛୁ ଯେ ଆମୀର ଖାନ ଭାବି ଜ୍ୱାଇଁଙ୍କ ଭାଇରଲ ହେଉଥିବା ଏହି ନଗ୍ନ ଫଟୋସୁଟ୍ ତିନିବର୍ଷ ପୁରୁଣା । ଏହି ଫଟୋକୁ ନୁପୁର ଶିଖର ନିଜ ଇନଷ୍ଟାଗ୍ରାମରେ ୨୦୧୯ ମସିହାରେ ସେୟାର କରିଥିଲେ । ଏହି ଫଟୋରେ ସେ ନଗ୍ନ ହୋଇ ଦୌଡୁଥିବାର ନଜର ଆସୁଛନ୍ତି । ଇନଷ୍ଟାଗ୍ରାମରେ ସେହିସମୟରେ ସେ ଦୁଇଟି ଫଟୋ ସେୟାର କରିଥିଲେ । ଏହି ଫଟୋ ସେୟାର କରିବା ସମୟରେ ସେ ଏକ ଲମ୍ବା କ୍ୟାପସନ ଲେଖିଥିଲେ । ତାଙ୍କର ଏହି ପୁରୁଣା ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରଦାର ଭାଇରଲ ହେବାରେ ଲାଗିଛି । ଯାହା ଉପରେ ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ ଭେଳିକି ଭେଳିକି କାମେଣ୍ଟ ଦେଉଛନ୍ତି ।

 fallback

କହିରଖୁଛୁ ଯେ ଦୀର୍ଘଦିନ ଧରି ନୁପୁର ଶିଖର ଓ ଇରା ଖାନଙ୍କ ରିଲେସନସିପି ରହି ଆସିଛନ୍ତି । ନୁପୁର ଶିଖର ୧୭ ଅକ୍ଟୋବର ୧୯୮୫ ରେ ପୁଣେରେ ଜନ୍ମଗ୍ରହଣ କରିଥିଲେ । ସେ  ଏସଡି କାଟାରିଆ ହାଇସ୍କୁଲରୁ ନିଜ ପାଠପଢା ସମାପ୍ତ କରିବା ପରେ ନୁପୁର ଆରଏ ପୋଡାର କଲେଜ ଅଫ୍ କମର୍ସ ଆଣ୍ଡ ଇକୋନୋମିକ୍ସରୁ ସ୍ନାତକ ହାସଲ କରିଥିଲେ । ନୁପୁର ଜଣେ ସେଲିବ୍ରିଟି ଫିଟନେସ୍ ପ୍ରଶିକ୍ଷକ । ନୁପୁର ଓ ଇରାଙ୍କ ସମ୍ପର୍କ ବିଷୟରେ ଆମୀର ଖାନ ମଧ୍ୟ ଜାଣିଛନ୍ତି ଓ ତିନିଜଣ ମଧ୍ୟ ଅନେକ ଥର ଏକାଠି ନଜର ଆସି ସାରିଛନ୍ତି, ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ନିକଟରେ ନୁପୁର ଓ ଇରାଙ୍କ ନିର୍ବନ୍ଧର ଭିଡିଓ ମଧ୍ୟ ଭାଇରଲ ହୋଇଥିଲା । ଭାଇରଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ନୂପୁର ଆସି ସମସ୍ତଙ୍କ ଆଗରେ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଆଣ୍ଠୁ ମାଡ଼ି ଇରାଙ୍କୁ ପ୍ରଥମେ କିସ୍ କରୁଛନ୍ତି । ପରେ ଉୟିଲ ୟୁ ମ୍ୟାରି ମି ? "Will you marry me?" ବୋଲି କହୁଛନ୍ତି । ଯାହାର ଉତ୍ତର ଉତ୍ତରରେ ଇରା ଇଏସ୍  "Yes"ବୋଲି କହୁଛନ୍ତି । ଏହାପରେ ନୁପୁର ଇରାଙ୍କୁ ଏକ ରିଙ୍ଗ ପିନ୍ଧୁଛନ୍ତି । ଓ ଏହା ପରେ ଦୁହେଁ ଦୁହିଁଙ୍କୁ କିସ୍‌ କରୁଛନ୍ତି । 

ଏହା ବି ପଢ଼ନ୍ତୁ: Esha Gupta: ବିକିନି ପିନ୍ଧି ସୋସିଆଲ ମିଡ଼ିଆରେ ନିଆଁ ଲଗାଇଲେ ସେକ୍ସି ଇଶା; ଫ୍ୟାନ୍ସ ବେହୋସ!