Neuralink chip:ମଣିଷ ମୁଣ୍ଡରେ ଲାଗିଲା ଚିପ୍,ମନ ଦ୍ୱାରା ଚାଲିବ କମ୍ପ୍ୟୁଟରଠାରୁ ସ୍ମାର୍ଟ୍ ଫୋନ୍ !
Advertisement
Article Detail0/zeeodisha/odisha2087933

Neuralink chip:ମଣିଷ ମୁଣ୍ଡରେ ଲାଗିଲା ଚିପ୍,ମନ ଦ୍ୱାରା ଚାଲିବ କମ୍ପ୍ୟୁଟରଠାରୁ ସ୍ମାର୍ଟ୍ ଫୋନ୍ !

ଏଲନ୍ ମସ୍କ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ସୂଚନା ଦେଇଛନ୍ତି ଯେ ନ୍ୟୁରାଲିଙ୍କ କମ୍ପାନୀର ଡିଭାଇସ୍ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କ ମନରେ ଫିଟ୍ ହୋଇଛି। ଏହା ଏପରି ଏକ ଡିଭାଇସ୍ ଯାହା ଦ୍ୱାରା ଆମେ ଆମ ମନରେ ଫୋନ୍ ଏବଂ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରିପାରିବା । ପ୍ରାରମ୍ଭିକ ଟ୍ରେଣ୍ଡରେ ଭଲ ଫଳାଫଳ ଦେଖିବାକୁ ମିଳୁଛି। ସେହି ବ୍ୟକ୍ତି

SOCIAL MEDIA

Neuralink chip:

ଏଲନ୍ ମସ୍କ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ସୂଚନା ଦେଇଛନ୍ତି ଯେ ନ୍ୟୁରାଲିଙ୍କ କମ୍ପାନୀର ଡିଭାଇସ୍ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କ ମନରେ ଫିଟ୍ ହୋଇଛି। ଏହା ଏପରି ଏକ ଡିଭାଇସ୍ ଯାହା ଦ୍ୱାରା ଆମେ ଆମ ମନରେ ଫୋନ୍ ଏବଂ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରିପାରିବା । ପ୍ରାରମ୍ଭିକ ଟ୍ରେଣ୍ଡରେ ଭଲ ଫଳାଫଳ ଦେଖିବାକୁ ମିଳୁଛି। ସେହି ବ୍ୟକ୍ତି ମଧ୍ୟ ସୁସ୍ଥ ଅଛନ୍ତି ।

ମସ୍କଙ୍କ କମ୍ପାନୀ ମାନବ ମସ୍ତିଷ୍କରେ ଲଗାଇଲା ଚିପ୍,ଏବେ ମନ ଦ୍ୱାରା ନିୟନ୍ତ୍ରିତ ହେବ ଫୋନ୍ !

ଏଲନ ମସ୍କଙ୍କ କମ୍ପାନୀ ନ୍ୟୁରୋଲିଙ୍କ ସୂଚନା ଦେଇଛି ଯେ,ସେମାନେ ପ୍ରଥମ ଥର ପାଇଁ କୌଣସି ମାନବ ମସ୍ତିଷ୍କରେ ଏକ ଚିପ୍ ପ୍ଲାଣ୍ଟ୍ କରିଛନ୍ତି। ଏହି ଚିପ୍ ଦ୍ୱାରା ଜଣେ ବ୍ୟକ୍ତି ଫୋନ୍ ଓ କମ୍ପ୍ୟୁଟରକୁ ନିୟନ୍ତ୍ରଣ କରିପାରିବେ। ଯେଉଁ ବ୍ୟକ୍ତିଙ୍କ ମସ୍ତିଷ୍କରେ ଏହି ଚିପ୍ ଲଗାଯାଇଛି ସେହି ବ୍ୟକ୍ତି ସୁସ୍ଥ ଅଛନ୍ତି ବୋଲି କମ୍ପାନୀ ସୂଚନା ଦେଇଛି।

ନ୍ୟୁରୋଲିଙ୍କ ହେଉଛି ଏକ ନ୍ୟୁରୋଟେକ୍ନୋଲୋଜି କମ୍ପାନୀ । ଏଲନ୍ ମସ୍କ ୨୦୧୬ରେ କିଛି ବ୍ୟକ୍ତିଙ୍କ ସହ ମିଶି ଏହାକୁ  ଆରମ୍ଭ କରିଥିଲେ। ଏହି ପରୀକ୍ଷଣ ଯଦି ସଫଳ ହୁଏ ତେବେ ଏହା ବିଶ୍ୱକୁ ବଦଳାଇ ଦେବ ବୋଲି ମସ୍କ ନିକଟରେ ଏକ ପୋଷ୍ଟରେ କହିଛନ୍ତି, ନ୍ୟୁରାଲିଙ୍କ ର ପ୍ରଥମ ପ୍ରଡକ୍ଟକୁ ଟେଲିପାଥି କୁହାଯିବ । ଆସନ୍ତୁ ଜାଣିବା ଟେଲିପାଥି କଣ ଓ ଯଦି ଏହା ସଫଳ ହୁଏ ତେବେ କେମିତି ଏହା ଦୁନିଆକୁ ବଦଳାଇ ଦେବ।

ଏହା କିପରି କାମ କରେ?

ନ୍ୟୁରାଲିଙ୍କ ଡିଭାଇସ୍ ହେଉଛି ଏକ ମସ୍ତିଷ୍କ-କମ୍ପ୍ୟୁଟର ଇଣ୍ଟରଫେସ୍ । ସହଜ ଭାଷାରେ କହିବାକୁ ଗଲେ ଏହା ଏକ ପ୍ରକାର ବ୍ରେନ୍ ଚିପ୍, ଯାହା ମସ୍ତିଷ୍କ ଓ ମୋବାଇଲକୁ ସଂଯୋଗ କରିବା ପାଇଁ କାମ କରିଥାଏ। ଏହି ଚିପ୍ ରେ ଶତାଧିକ ଇଲେକ୍ଟ୍ରୋଡ୍ ତାର ରହିଛି, ଯାହାକୁ ମାଇକ୍ରୋନ୍-ସ୍କେଲ୍ ଥ୍ରେଡ୍ କୁହାଯାଏ। ଏହି ଇଲେକ୍ଟ୍ରୋଡ୍ ମସ୍ତିଷ୍କର ନ୍ୟୁରୋନ୍ ସଙ୍କେତକୁ ପ୍ରୋସେସ୍ କରିଥାଏ। ଏହାପରେ ସେହି ଡାଟା ନ୍ୟୁରାଲିଙ୍କ ଆପ୍ କୁ ଯାଇଥାଏ। ସେଠାରେ ସଫ୍ଟୱେର ସେହି ଡାଟାକୁ ଡିକୋଡ୍ କରି ଏହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ।

ଅର୍ଥାତ୍ ଯଦି କେହି ମସ୍ତିଷ୍କରେ କାହାକୁ କଲ୍ କରିବାକୁ ଚିନ୍ତା କରନ୍ତି, ତେବେ ଇଲେକ୍ଟ୍ରୋଡ୍ ଏହି ସିଗନାଲକୁ ପ୍ରୋସେସ୍ କରି ଫୋନକୁ ପଠାଇବ। ଏହାପରେ ନ୍ୟୁରାଲିଙ୍କ ସଫ୍ଟୱେୟାର ସିଗନାଲକୁ ବୁଝି କଲ୍ କରିବ।

ଏହି ଡିଭାଇସରେ ଏକ ଛୋଟ ବ୍ୟାଟେରୀ ରହିଛି, ଯାହାକୁ ଏକ ବାହ୍ୟ କମ୍ପାକ୍ଟ ଚାର୍ଜର ମାଧ୍ୟମରେ ୱେୟାରଲେସ୍ ଭାବେ ଚାର୍ଜ କରାଯିବ । ନ୍ୟୁରାଲିଙ୍କ ଚିପ୍ ଜରିଆରେ ମଣିଷ ନିଜ ମସ୍ତିଷ୍କରୁ ଫୋନ୍ ଓ କମ୍ପ୍ୟୁଟର ଚଳାଇପାରିବ। ଏହା ଦ୍ୱାରା ସ୍ନାୟୁ ରୋଗରେ ପୀଡ଼ିତ ଅଧିକ ଲୋକ ଉପକୃତ ହେବେ।

ମସ୍ତିଷ୍କରେ କେମିତି ଲାଗିବ ଚିପ୍ ?

ମସ୍ତିଷ୍କରେ ଏହି ଉପକରଣ ଲଗାଇବା ଟିକେ କଷ୍ଟକର ଅଟେ । ବାସ୍ତବରେ ଏହି ଉପକରଣର ଇଲେକ୍ଟ୍ରୋଡ୍ ତାର ଏତେ ଜଟିଳ ଯେ ଏହାକୁ ମଣିଷ ନିଜେ ମସ୍ତିଷ୍କରେ ଲଗାଇ ପାରିବ ନାହିଁ। ତେଣୁ ଏହି ଡିଭାଇସକୁ ମସ୍ତିଷ୍କରେ ଲଗାଇବା ପାଇଁ ଅଲଗା ଅଲଗା ଭାବେ ଏକ ସର୍ଜିକାଲ ରୋବୋଟ୍ ପ୍ରସ୍ତୁତ କରାଯାଇଛି। ଏହି ମେସିନରେ ବହୁତ ପତଳା ଛୁଞ୍ଚି ଓ ସେନ୍ସର ରହିଛି । ଏହି ରୋବୋଟ୍ ମାନବ ମୁଣ୍ଡରେ ଏକ କ୍ଷୁଦ୍ର ଛିଦ୍ର କରି  ମସ୍ତିଷ୍କର ସେହି ଅଂଶରେ ଇଲେକ୍ଟ୍ରୋଡ୍ ତାର ପ୍ଲାଣ୍ଟ କରିବ ଯାହା ଗତିବିଧିକୁ ନିୟନ୍ତ୍ରଣ କରେ।

ପଶୁମାନଙ୍କ ଉପରେ ପରୀକ୍ଷା କରାଯାଇଛି

ଗତ ବର୍ଷ ମେ ମାସରେ ନ୍ୟୁରୋଲିଙ୍କକୁ ଆମେରିକାର ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ଠାରୁ ମଣିଷ ଉପରେ ପରୀକ୍ଷଣ ପାଇଁ ଅନୁମତି ମିଳିଥିଲା। ମନୁଷ୍ୟ ଉପରେ ପରୀକ୍ଷଣ ପୂର୍ବରୁ ନ୍ୟୁରାଲିଙ୍କ ଏହି ଚିପ୍ କୁ ୨୦୨୧ରେ ମାଙ୍କଡ଼ଙ୍କ ଉପରେ ପରୀକ୍ଷଣ କରିଥିଲା। ଏହାର ଭିଡିଓ ସେୟାର ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ମାଙ୍କଡ଼ ହାତ ନ ହଲାଇ କେବଳ ମନ ବଳରେ କମ୍ପ୍ୟୁଟରରେ ଗେମ୍ ଖେଳୁଛି। ତାଙ୍କ ମସ୍ତିଷ୍କରେ ଲାଗିଥିବା ଡିଭାଇସ୍ ମାଙ୍କଡ଼ର ମସ୍ତିଷ୍କ ସଙ୍କେତକୁ କମ୍ପ୍ୟୁଟରକୁ ଓୟାରଲେସ୍ ଭାବେ ପଠାଉଛି ବୋଲି କୁହାଯାଇଥିଲା। ଏହି ପରୀକ୍ଷଣ ସମ୍ପର୍କରେ ମସ୍କ ଟ୍ୱିଟ୍ କରି କହିଛନ୍ତି, ନ୍ୟୁରାଲିଙ୍କ ଡିଭାଇସ୍ ପକ୍ଷାଘାତରେ ପୀଡ଼ିତ ଲୋକଙ୍କୁ ମସ୍ତିଷ୍କର ଶକ୍ତିରେ ସ୍ମାର୍ଟଫୋନ୍ ବ୍ୟବହାର କରିବାରେ ସକ୍ଷମ କରିବ।

ଚିପ୍ ଆଉ କ'ଣ କରି ପାରିବ?

କଂପାନିର ଲକ୍ଷ୍ୟ କେବଳ ଫୋନକୁ ମନ ଦ୍ୱାରା ନିୟନ୍ତ୍ରଣ କରିବା ନୁହେଁ। ଆଗକୁ ଯୋଜନା ହେଉଛି ପକ୍ଷାଘାତଗ୍ରସ୍ତ ଲୋକଙ୍କୁ ନିଜ ପାଦରେ ଠିଆ କରାଇବା । ନ୍ୟୁରାଲିଙ୍କ ଏହାର ଡିଭାଇସ୍ ଦ୍ୱାରା ମୋଟର ଫଙ୍କସନ ଏବଂ କଥା କହିବା ଭଳି ଦକ୍ଷତା ଫେରାଇ ଆଣିବା ଉଦ୍ୟମ କରୁଛି। ଏହାଦ୍ୱାରା ମୁକ ବ୍ୟକ୍ତି ନିଜ ମନକଥା ପ୍ରକାଶ କରିପାରିବେ।