​​ICG Jobs 2022: ଇଣ୍ଡିଆନ୍ କୋଷ୍ଟଗାର୍ଡରେ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ୧୦ମ ପାସ କରିଥିଲେ କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1200088

​​ICG Jobs 2022: ଇଣ୍ଡିଆନ୍ କୋଷ୍ଟଗାର୍ଡରେ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ୧୦ମ ପାସ କରିଥିଲେ କରନ୍ତୁ ଆବେଦନ

ICG Recruitment 2022: ଇଣ୍ଡିଆନ୍ କୋଷ୍ଟଗାର୍ଡ ଗ୍ରୁପ୍ ସି ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ତଥା ଇଚ୍ଛୁକ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ସାଙ୍କେତିକ ଫଟୋ

​Indian Coast Guard Recruitment 2022: ଆପଣଙ୍କର ଯଦି ନୌସେନାରେ ସାମିଲ ହୋଇ ଦେଶ ସେବା କରିବାକୁ ଆଗ୍ରହ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ । ଇଣ୍ଡିଆନ୍ କୋଷ୍ଟଗାର୍ଡ ଅନେକ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଯେଉଁଥି ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ସାଇଟ୍ indiancoastguard.gov.in ଭିଜିଟ କରି ଆବେଦନ କରିପାରିବେ । ପ୍ରାର୍ଥୀଙ୍କୁ କେବଳ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ କରିବାକୁ ପଡିବ ।

ଖାଲିଥିବା ପଦବୀ ସଂଖ୍ୟା 
ବିଜ୍ଞପ୍ତି ଅନୁଯାୟୀ, ଗ୍ରୁପ୍ ସି ର ଷ୍ଟୋର କିପର ପାଇଁ ୨ ଟି ପଦ ଏବଂ ଲାସ୍କର ପାଇଁ ୩ ଟି ପଦ ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ପୂରଣ ହେବ ।

ଶିକ୍ଷାଗତ ଯୋଗ୍ୟତା
ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ଅଧୀନରେ ଷ୍ଟୋର କିପର ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ଉଚିତ୍ ।ଲାସ୍କର ପଦବୀ ପାଇଁ, ପ୍ରାର୍ଥୀ ଦଶମ ପାସ୍ ହେବା ଉଚିତ୍ ।

ବୟସ ସୀମା
ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୫ ବର୍ଷ ମଧ୍ୟରେ ହେବା ଉଚିତ୍ । ଯେତେବେଳେ କି ଲାସ୍କର ପାଇଁ ଏହା ୧୮ ବର୍ଷରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ୍ । ତେବେ ସରକାରୀ ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ବୟସରେ ରିହାତି ପାଇବେ ।

ଚୟନ ପ୍ରକ୍ରିୟା
ଏହି ନିଯୁକ୍ତି ଅଧୀନରେ ଲିଖିତ ପରୀକ୍ଷା ଏବଂ ଟ୍ରେଡ଼ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ଏହି ପରୀକ୍ଷାରେ ସଫଳ ହେବା ପାଇଁ ପ୍ରାର୍ଥୀଙ୍କୁ ଅତି କମରେ ୫୦ ପ୍ରତିଶତ ମାର୍କ ପାଇବାକୁ ପଡିବ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ବାହାରିଥିବା ବିଜ୍ଞପ୍ତି ତାରିଖର ୩୦ ଦିନ ମଧ୍ୟରେ ଆବେଦନ କରିପାରିବେ ।

ଏହା ବି ପଢ଼ନ୍ତୁ: ଯୋଗୀ ସରକାରଙ୍କ ବଡ଼ ଆଦେଶ; ସନ୍ଧ୍ୟା ୭ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ କାମ କରିବେ ନାହିଁ ମହିଳା

ଏହା ବି ପଢ଼ନ୍ତୁ: ରେଳବାଇ ଦେଲା ଖୁସି ଖବର! ଟ୍ରେନରେ ଏକୁଟିଆ ଯାତ୍ରା କରୁଥିଲେ ମିଳିବ ଏହି ବିଶେଷ ସୁବିଧା