Indian Railway: ରେଳବାଇରେ ବଡ ପଦ ଚାକିରି ପାଇବାକୁ ହେଲେ ଦେବାକୁ ଏହି ପରୀକ୍ଷା, କେବେ ପର୍ଯ୍ୟନ୍ତ ଆପଣ କରିପାରିବ ଆବେଦନ?
Advertisement

Indian Railway: ରେଳବାଇରେ ବଡ ପଦ ଚାକିରି ପାଇବାକୁ ହେଲେ ଦେବାକୁ ଏହି ପରୀକ୍ଷା, କେବେ ପର୍ଯ୍ୟନ୍ତ ଆପଣ କରିପାରିବ ଆବେଦନ?

Indian Railway Management Service: ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଭାରତୀୟ ରେଳବାଇ ଅଧିନସ୍ଥ ଆଇଆରଏମଏସ ନିଯୁକ୍ତି ୟୁପିଏସସିସ ସିଭିଲ ସର୍ଭିସ ପରୀକ୍ଷା ମାଧ୍ୟମରେ କରାଯିବ।

Indian Railway: ରେଳବାଇରେ ବଡ ପଦ ଚାକିରି ପାଇବାକୁ ହେଲେ ଦେବାକୁ ଏହି ପରୀକ୍ଷା, କେବେ ପର୍ଯ୍ୟନ୍ତ ଆପଣ କରିପାରିବ ଆବେଦନ?

UPSC IRMS Exam: ଯଦି ଆପଣ ରେଳବାଇର ଏକ ବଡ ପଦବୀରେ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି, ତାହେଲେ ଏହି ଖବର ଆପଣଙ୍କ ଉଦ୍ଦିଷ୍ଟ। କାରଣ ବର୍ତ୍ତମାନ ରେଳବାଇ ଅଧିନରେ ବଡ ପଦରେ ଚାକିରି ପାଇବାକୁ ହେଲେ ଆପଣଙ୍କୁ କେନ୍ଦ୍ରୀୟ ଲୋକ ସେବା ଆୟୋଗ ଦ୍ୱାରା ଆୟୋଜିତ ହେଉଥିବା ପରୀକ୍ଷା ଦେବାକୁ ହେବ। ଏହି ଖବର ସେହି ପ୍ରାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ଯେଉଁମାନେ ଭାରତୀୟ ରେଳବାଇ ଅଧିନସ୍ଥ ମ୍ୟାନେଜମେଣ୍ଟ ସର୍ଭିସ ପାଇବାକୁ ଚାହୁଁଛନ୍ତି। ଏହି ସରକାରୀ କାର୍ଯ୍ୟ ପାଇଁ ପରୀକ୍ଷା ରେଲୱେ ନିଯୁକ୍ତି ବୋର୍ଡ ଦ୍ୱାରା କରାଯିବ ନାହିଁ। ପୂର୍ବରୁ ଏହି ଦାୟିତ୍ୱ ୟୁପିଏସସି ହାତରେ ନ୍ୟସ୍ତ କରାଯାଇଥିଲା। ଏନେ କୁହାଯାଇଥିଲା ଯେ ୟୁପିଏସସି ଆଇଆରଏମଏସ ପରୀକ୍ଷା ସ୍ୱତନ୍ତ୍ର ଭାବେ ଆୟୋଜିତ କରିବ। ହେଲେ ବର୍ତ୍ତମାନ ଏହାକୁ ବଦଳାଇ ଦିଆଯାଇଛି।

ରେଳ ମନ୍ତ୍ରଣାଳୟ (Railway Ministry of India) ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଭାରତୀୟ ରେଳବାଇ (Indian Railway) ଅଧିନସ୍ଥ ଆଇଆରଏମଏସ (IRMS) ନିଯୁକ୍ତି ୟୁପିଏସସିସ ସିଭିଲ ସର୍ଭିସ ପରୀକ୍ଷା (UPSC Civil Service Exam) ମାଧ୍ୟମରେ କରାଯିବ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ଯଦି ଆପଣ ଭାରତୀୟ ରେଳବାଇ ମ୍ୟାନେଜମେଣ୍ଟ ସର୍ଭିସ (Indian Railway Management Services) ଅଧିନସ୍ଥ କୌଣସି ପଦବୀରେ ଚାକିରି ପାଇବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ସିଭିଲ ସର୍ଭିସ ପରୀକ୍ଷା ୟୁପିଏସସି (Civil Service Exam UPSC) ଦେବାକୁ ହେବ। ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରାଯାଇଛି ଏବଂ ଆପଣ ବର୍ତ୍ତମାନ ଏହି ପରୀକ୍ଷା ଫର୍ମ ପୂରଣ କରିପାରିବେ।

ୟୁପିଏସସି ଆଇଆରଏମଏସ ପରୀକ୍ଷା (UPSC IRMS Exam) ଦେବାକୁ ଚାହୁଁଥିବା ପ୍ରାର୍ଥୀଙ୍କୁ ୟୁପିଏସି ସିଭିଲ ସର୍ଭିସ ପରୀକ୍ଷା ପାଇଁ ଆବେଦନ କରିବାକୁ ହେବ। କେନ୍ଦ୍ରୀୟ ଲୋକ ସେବା ଆୟୋଗ (Union Public Service Commission) ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୩ ବିଜ୍ଞପ୍ତି ଜାରି କରିସାରିଛି। ଏନେଇ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି। ଯଦି ଆପଣ ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହାଁନ୍ତି, upsc.gov.in ୱେବସାଇଟ ପରିଦର୍ଶନ କରି ଆପଣ ପଞ୍ଜୀକରଣ କରିପାରିବେ। ୟୁପିଏସିସି ଆବେଦନ ପ୍ରକ୍ରିୟା ୧ ଫେବୃଆରୀରୁ ଆରମ୍ଭ ହୋଇଛି। ଏହି ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୦୨୩ ଫେବୃଆରୀ ୨୧ ତାରିଖ। ଚଳିତ ବର୍ଷ ମେ ୨୮ ତାରିଖରେ ପ୍ରିଲିମସ୍ ପରୀକ୍ଷା ଅନୁଷ୍ଠିତ ହେବ।