ଭୁବନେଶ୍ୱରରେ ହେବ NSDର ଚତୁର୍ଥ ଶାଖା
Advertisement
Article Detail0/zeeodisha/odisha2496933

ଭୁବନେଶ୍ୱରରେ ହେବ NSDର ଚତୁର୍ଥ ଶାଖା

ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ ଶିକ୍ଷାଦାନ କରାଯିବ ଏବଂ ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଭାବେ କ୍ୟାମ୍ପସ ହୋଇପାରେ । ଚଳିତ ବର୍ଷ ୨୮ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାର ସୁଯୋଗ ପାଇବେ । 

ଭୁବନେଶ୍ୱରରେ ହେବ NSDର ଚତୁର୍ଥ ଶାଖା

ଭୁବନେଶ୍ୱର: ରାଜଧାନୀରେ ଖୁବଶୀଘ୍ର ପ୍ରତିଷ୍ଠା ହେବ NSDର ୪ର୍ଥ ଶାଖା । ଯେଉଁଠି ଅଭିନୟ, ଲିଖନ, ନିର୍ଦ୍ଦେଶନା ଓ ଡିଜାଇନ୍‌ କୋର୍ସ ଶିକ୍ଷା ଦିଆଯିବ । ଚଣ୍ଡିଗଡ଼, ବାରଣାସୀ, ଗ୍ୟାଙ୍ଗଟକ୍‌ ପରେ ବର୍ତ୍ତମାନ ଓଡ଼ିଶାରେ ଏନଏସଡିର ଶାଖା ପ୍ରତିଷ୍ଠା ହେବାକୁ ଯାଉଛି । ଏନେଇ ସୂଚନା ଦେଇଛନ୍ତି ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

ସୂଚନା ମୁତାବକ, ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଅସ୍ଥାୟୀ ଭାବେ ଶିକ୍ଷାଦାନ କରାଯିବ ଏବଂ ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଭାବେ କ୍ୟାମ୍ପସ ହୋଇପାରେ । ଚଳିତ ବର୍ଷ ୨୮ଜଣ ଛାତ୍ରଛାତ୍ରୀ ନାମ ଲେଖାଇବାର ସୁଯୋଗ ପାଇବେ । ଆସନ୍ତା ୨୫ରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ।

Also Read- Weekly Lucky Zodiac Sign: ନଭେମ୍ୱର ୪ରୁ ୧୦, ୫ଟି ରାଶିର ଭାଗ୍ୟ ଉଜ୍ୱଳ