SBI SCO Recruitment 2024: ଗ୍ରାଜୁଏଟ୍ ଙ୍କ ପାଇଁ SBIରେ ଚାକିରୀ ସୁଯୋଗ, ଲକ୍ଷେ ଉପରେ ଦରମା
Advertisement

SBI SCO Recruitment 2024: ଗ୍ରାଜୁଏଟ୍ ଙ୍କ ପାଇଁ SBIରେ ଚାକିରୀ ସୁଯୋଗ, ଲକ୍ଷେ ଉପରେ ଦରମା

SBI SCO Recruitment 2024: ଯଦି ଆପଣ ଗ୍ରାଜୁଏଟ୍ ତାହାଲେ ଆପଣ ଏହି ସୁଯୋଗ ନେଇପାରିବେ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୩୧ଟି ପଦଦୀ ପୂରଣ ହେବ। 

SBI SCO Recruitment 2024: ଗ୍ରାଜୁଏଟ୍ ଙ୍କ ପାଇଁ SBIରେ ଚାକିରୀ ସୁଯୋଗ, ଲକ୍ଷେ ଉପରେ ଦରମା

SBI SCO Recruitment 2024: ବ୍ୟାଙ୍କରେ ଚାକିରି ପାଇଁ ଇଚ୍ଛୁକ ଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଯଦି ଆପଣ ଗ୍ରାଜୁଏଟ୍ ତାହାଲେ ଆପଣ ଏହି ସୁଯୋଗ ନେଇପାରିବେ। ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୩୧ଟି ପଦଦୀ ପୂରଣ ହେବ। ତେବେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଅନ୍‌ଲାଇନ ମାଧ୍ୟମରେ ଚାଲିଥିବା ବେଳେ ଏହା ସ୍ଥାୟୀ ନିଯୁକ୍ତି ଅଟେ।

ଆଗ୍ରହୀ ପ୍ରାର୍ଥୀମାନେ ଏସବିଆଇର ଅଫିସିଆଲ ୱେବସାଇଟ sbi.co.in କୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ଏହା ବିଜ୍ଞାପନ ଦେଖିବାକୁ ଚାହୁଁଥିଲେ SBI Recruitment 2024 Apply for managerial and other posts Notification ଉପରେ କ୍ଲିକ୍ କରନ୍ତୁ ।

ଗୁରୁତ୍ବପୂର୍ଣ୍ଣ ତାରିଖ

ଅନଲାଇନ ଆବେଦନ ଫେବୃୟାରୀ ୧୩ରୁ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୦୪ରେ ଶେଷ ହେବ ।

ଶିକ୍ଷାଗତ ଯୋଗ୍ୟତା

କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ବବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କିମ୍ବା ଫାଇନାନ୍ସରେ MBA ଡିଗ୍ରୀ କିମ୍ବା PGDBA କିମ୍ବା PGDBM କିମ୍ବା MMS କିମ୍ବା CA କିମ୍ବା CFA କିମ୍ବା ICWAରେ ଡିଗ୍ରୀ ହାସଲ...

ବୟସ ସୀମା:

ସର୍ବନିମ୍ନ ବୟସ – ୨୫ ବର୍ଷ

ସର୍ବାଧିକ ବୟସ – ୩୫ ବର୍ଷ

ବୟସ ଗଣନା ୦୧ ଡିସେମ୍ବର ୨୦୨୩ ଅନୁସାରେ ହେବ ।

ଆବେଦନ ଶୁଳ୍କ:

ସାଧାରଣ ବର୍ଗ EWS/OBC- ୭୫୦ ଟଙ୍କା

SC/ST/PHD- ଦେୟ ମୁକ୍ତ

ଦରମା:

ବାର୍ଷିକ ପାରିଶ୍ରମିକ – ୨୪.୫୦ ଲକ୍ଷ ।

ଅଧିକ ସୂଚନା ପାଇଁ ବିଜ୍ଞାପନ ଦେଖନ୍ତୁ।

ଚୟନ ପ୍ରକ୍ରିୟା:

  • ସର୍ଟଲିଷ୍ଟ
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ ଯାଞ୍ଚ

କିପରି କରିବେ ଆବେଦନ:

ଅଫିସିଆଲ୍ ୱେବସାଇଟ୍ sbi.co.in କୁ ଯାଇ ହୋମ୍‌ପେଜ୍‌ରେ Current job Openings ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆବେଦନ ଫର୍ମ ପୂରଣ କରି ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ କୁ ଅପଲୋଡ୍ କରନ୍ତୁ । ଆବେଦନ ଫିସ୍‌ ଦେଇ ଫର୍ମ ଦାଖଲ କରନ୍ତୁ ।