RBI Recruitment 2023: ଆର.ବି.ଆଇରେ ବାହାରିଲା ବମ୍ପର ନିଯୁକ୍ତି, ଜଲଦି କରିନିଅନ୍ତୁ ଆବେଦନ
Advertisement

RBI Recruitment 2023: ଆର.ବି.ଆଇରେ ବାହାରିଲା ବମ୍ପର ନିଯୁକ୍ତି, ଜଲଦି କରିନିଅନ୍ତୁ ଆବେଦନ

RBI Recruitment 2023: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ଲାଗି ଆସଲା ଖୁସି ଖବର ।  ଆରବିଆଇ ଗ୍ରେଡ୍ 'ବି' ସିଧାସଳଖ ନିଯୁକ୍ତି ପାଇଁ ବାହାରିଲା ବମ୍ଫର ଅଫର। ଏହି ପଦବୀ ପାଇଁ ବ୍ୟାଙ୍କର ୱେବସାଇଟ୍ www.rbi.org.in  ରେ ମଇ ୯ ତାରିଖଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସୌ(ସୋସିଆଲ ମିଡିଆ)

RBI Grade B recruitment 2023: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଗ୍ରେଡ୍ 'ବି' ପଦବୀରେ ସିଧାସଳଖ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଖାଲି ପଡ଼ିଥିବା ପଦବୀରେ ଆବେଦନ ଲାଗି ବ୍ୟାଙ୍କର ୱେବସାଇଟ୍ www.rbi.org.in  ରେ ମଇ ୯ ତାରିଖଠାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଖାଲି ପଡ଼ିଥିବା ପଦବୀ

1. ଅଧିକାରୀ ଗ୍ରେଡ଼ (ବି) ସାଧାରଣ ବର୍ଗ - ୨୨୨ଟି ପଦବୀ

2. ଅଧିକାରୀ ଗ୍ରେଡ଼ (ବି) –ଡ଼ିଇପିଆର (DEPR)- ୩୮ଟି ପଦବୀ

3. ଅଧିକାରୀ ଗ୍ରେଡ଼ (ବି) – ଡ଼ିଏସଆଇଏମ୍( DSIM) – ୩୧ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା

ଯେ କୌଣସି ଅନୁଶାସନ / ସମାନ ବୈଷୟିକ କିମ୍ବା ବୃତ୍ତିଗତ ଯୋଗ୍ୟତା ସହିତ ସର୍ବନିମ୍ନ ୬୦% ମାର୍କ (SC / ST / PwBD ବର୍ଗର ଆବେଦନକାରୀଙ୍କ ପାଇଁ ୫୦%) କିମ୍ବା ସମାନ ବୈଷୟିକ କିମ୍ବା ବୃତ୍ତିଗତ ସ୍ନାତକୋତ୍ତରରେ ସର୍ବନିମ୍ନ ୫୫% ମାର୍କ  ଓ SC / ST / PwBD ବର୍ଗର ଆବେଦନକାରୀଙ୍କ ସମାନ ସ୍ନାତକୋତ୍ତରରେ ପାସ୍‌ ମାର୍କ ରହିଅଛି। ଏହି ମାର୍କ ସମସ୍ତ ସେମିଷ୍ଟାର କିମ୍ବା ବର୍ଷର ସମୁଦାୟ ମାର୍କ ଅଟେ।

ଦରମା

ମନୋନୀତ ପ୍ରାର୍ଥୀ ମାନଙ୍କର ପ୍ରାରମ୍ଭିକ ମୌଳିକ ଦରମା ୫୫,୨୦୦ ଟଙ୍କା ରହିବା ସହ ଗ୍ରେଡ ବି ଅଧିକାରୀଙ୍କ ପାଇଁ ପେ ସ୍କେଲ (Pay scale) 55200-2850(9)-80850-EB-2850 (2) - 86550-3300(4)-99750 (୧୬ ବର୍ଷ ) ରହିବ। ଏହା ଛଡା ସେମାନେ ସ୍ୱତନ୍ତ୍ର ଭତ୍ତା ପାଇବାକୁ ଯୋଗ୍ୟ ହେବେ। ପରେ ନିୟମ ଅନୁସାରେ ଗ୍ରେଡ୍ ଭତ୍ତା, ପ୍ରିୟତା ଭତ୍ତା, ସ୍ଥାନୀୟ କ୍ଷତିପୂରଣ ଭତ୍ତା, ସ୍ୱତନ୍ତ୍ର ଗ୍ରେଡ ଭତ୍ତା, ଶିକ୍ଷା ଭତ୍ତା ଓ ଘର ଭଡା ଭତ୍ତା ପ୍ରଦାନ କରାଯିବ। ବର୍ତ୍ତମାନ ବିନା ଏଚଆରଏ (HRA) ରେ ସମୁଦାୟ ବେତନ ୧,୧୬,୯୧୪ ଟଙ୍କା ରହିଛି।

ଏହା ବି ପଢନ୍ତୁ-Indian Railways Guidelines: ଏସି କୋଚ ଯାତ୍ରୀଙ୍କୁ ନେଇ ଚିନ୍ତାରେ ରେଳବାଇ, ଜାରି ହେଲା ନୂତନ ଗାଇଡଲାଇନ!

ଏହା ବି ପଢନ୍ତୁ-Shocking News: ଓଲଟା ପ୍ରବାହିତ ହୋଇଥାଏ ନର୍ମଦା ନଦୀ; ଜାଣନ୍ତୁ ଏହାର କାରଣ

ଏହା ବି ପଢନ୍ତୁ-Indian Currency Notes: ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ ସମ୍ବନ୍ଧରେ ଆସିଲା ବଡ଼ ଖବର; ପୁଣି ଚାଲିବ ସମାନ ନୋଟ୍!

ଚୟନ ପ୍ରକ୍ରିୟା

ଉପରୋକ୍ତ ପୋଷ୍ଟଗୁଡିକ ପାଇଁ ଚୟନ ପ୍ରକ୍ରିୟା ୨ଟି ପର୍ଯ୍ୟାୟରେ ହେବ। ପ୍ରଥମେ ଅନଲାଇନ ଓ ଲେଖକ ପରୀକ୍ଷା ହେବ । ଏହାପରେ ସାକ୍ଷାତକାର ରହିବ।

କିପରି ଆବେଦନ କରିବେ

Www.rbi.org.in  ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଇଚ୍ଛୁକ ପ୍ରାର୍ଥୀ ମାନେ ଆବେଦନ କରି ପାରିବେ। ଏହି ଆବେଦନ ପ୍ରକ୍ରିୟା କେବଳ ଅନ ଲାଇନ ମାଧ୍ୟମରେ ହିଁ ରହିବ। ଅନ୍ୟ କୌଣସି ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ। ଏହି ପଦବୀ ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ଜୁନ ୯ ତାରିଖ ୨୦୨୩ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ରହିଛି।

ଏହା ବି ପଢନ୍ତୁ-Jharsuguda by-election 2023: ଭୋଟ ଦେଉଛି ଝାରସୁଗୁଡ଼ା, ସମ୍ବେଦନଶୀଳ ବୁଥରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଏହା ବି ପଢନ୍ତୁ-Heavy Rain: ସାମାନ୍ୟ ବର୍ଷାରେ ଭୁଶୁଡିଲା କୁକୁଡ଼ା ଫାର୍ମ , ଅଳ୍ପକେ ବର୍ତିଲେ କୁକୁଡ଼ା ଚାଷୀ

ଏହା ବି ପଢନ୍ତୁ-Karnatak Election 2023: ୨୨୪ଟି ଆସନ ପାଇଁ ମତଦାନ ଜାରି, ଭୋଟ ଦେଲେ ହେବିଓ୍ୱେଟ

ଏହା ବି ପଢନ୍ତୁ-VIDEO: କୋହଲିଙ୍କ ପିଠି ଥାପୁଡ଼ା, ସଚିନ ଠିଆ ହୋଇ ମାରିଲେ କରତାଳି; କିଛି ଏପରି ଥିଲା ସୁର୍ଯ୍ୟଙ୍କ ତୂଫାନୀ ଇନିଂସ

ଏହା ବି ପଢନ୍ତୁ-New Gold Price: କ୍ରମାଗତ ଭାବେ ଖସୁଛି ସୁନା ଦର, ଅଳଙ୍କାର କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ