Railway Recruitment 2024: ଭାରତୀୟ ରେଳବାଇରେ ଚାକିରି ସୁଯୋଗ, ଦଶମ ଓ ITI ପାସ୍ ପ୍ରାର୍ଥୀ କରିପାରିବେ ଆବେଦନ..
Advertisement

Railway Recruitment 2024: ଭାରତୀୟ ରେଳବାଇରେ ଚାକିରି ସୁଯୋଗ, ଦଶମ ଓ ITI ପାସ୍ ପ୍ରାର୍ଥୀ କରିପାରିବେ ଆବେଦନ..

Railway Recruitment 2024: ଭାରତୀୟ ରେଳବାଇରେ ଚାକିରି କରିବା ପାଇଁ ଉତ୍ସୁକ ଥିବା ଯୁବକମାନଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ଭାରତୀୟ ରେଳବାଇ ତରଫରୁ ବାହାରିଛି ବମ୍ପର ନିଯୁକ୍ତି ଅଫର୍। ରେଳ କୋଚ୍ କାରଖାନା କାପୁରଥାଲାରେ ଖାଲିଥିବା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ବିଭାଗ।

Railway Recruitment 2024: ଭାରତୀୟ ରେଳବାଇରେ ଚାକିରି ସୁଯୋଗ, ଦଶମ ଓ ITI ପାସ୍ ପ୍ରାର୍ଥୀ କରିପାରିବେ ଆବେଦନ..

Railway Recruitment 2024: ଭାରତୀୟ ରେଳବାଇରେ ଚାକିରି କରିବା ପାଇଁ ଉତ୍ସୁକ ଥିବା ଯୁବକମାନଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ଭାରତୀୟ ରେଳବାଇ ତରଫରୁ ବାହାରିଛି ବମ୍ପର ନିଯୁକ୍ତି ଅଫର୍। ରେଳ କୋଚ୍ କାରଖାନା କାପୁରଥାଲାରେ ଖାଲିଥିବା ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ବିଭାଗ। ଫିଟର, ମେସିନିଷ୍ଟ୍, ୱେଲ୍‌ଡର୍, ମେକାନିକ୍, ବଢେଇ, ଇଲେକ୍ଟ୍ରୀସିଆନ୍ ଆଦି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ତେବେ ଯୋଗ୍ୟ ପ୍ରାର୍ଥୀମାନେ ନିଜ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ରେଳ କୋଚ୍ କାରଖାନାର ଅଫିସିଆଲ୍ ୱେବସାଇଟ୍ rcf.indianrailways.gov.in କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ Get apprentice job in Indian railway without exam notification ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ତାରିଖ:

ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ଏପ୍ରିଲ୍ ୯ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ଖାଲି ପଦବୀ:

ଫିଟର୍ ପାଇଁ ୨୦୦ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ୱେଲଡର୍ (G&E) ପାଇଁ ଖାଲି ପଡ଼ିଛି ୨୩୦ଟି ପୋଷ୍ଟ୍‌। ସେହିପରି ମେସିନିଷ୍ଟ୍ ପାଇଁ ୦୫ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ପେଣ୍ଟର(G) ପାଇଁ ଖାଲି ପଡ଼ିଛି ୨୦ଟି ପୋଷ୍ଟ୍‌। ବଢେଇ ପାଇଁ ୦୫ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ଇଲେକ୍ଟ୍ରିସିଆନ୍ ପାଇଁ ୭୫ଟି ପୋଷ୍ଟ୍‌ ଖାଲି ପଡ଼ିଛି। ସେହିପରି AC ଏବଂ Ref ମେକାନିକ୍ ପାଇଁ ୧୫ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏହିପରି ଭାବେ ମୋଟ ୫୫୦ ପୋଷ୍ଟ ଖାଲି ପଡ଼ିଛି।

ଶିକ୍ଷାଗତ ଯୋଗ୍ୟତା:

ଯେକୌସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦% ମାର୍କ ସହିତ ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ଏହି ଚାକିରି ପାଇଁ ଆବେଦ କରିପାରିବେ। ସେହିପରି ସମ୍ପୃକ୍ତ ଟ୍ରେଡ୍‌ରେ ITI ପାସ୍ ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।

ବୟସ ସୀମା:

ସର୍ବନିମ୍ନ ବୟସ – ୧୫ ବର୍ଷ

ସର୍ବାଧିକ ବୟସ – ୨୪ ବର୍ଷ