OSSSC Recruitment 2023: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜୁନିଅର ଆସିଷ୍ଟାଣ୍ଟର ୫୩୯୬ ଟି ପଦବୀ ପାଇଁ ଜାରି ହେଲା ବିଜ୍ଞପ୍ତି, ଏପରି କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1587836

OSSSC Recruitment 2023: ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜୁନିଅର ଆସିଷ୍ଟାଣ୍ଟର ୫୩୯୬ ଟି ପଦବୀ ପାଇଁ ଜାରି ହେଲା ବିଜ୍ଞପ୍ତି, ଏପରି କରନ୍ତୁ ଆବେଦନ

OSSSC recruitment 2023: ଓଡି଼ଶା ସବ-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ ଜୁନିଅର ଆସିଷ୍ଟାଣ୍ଟ (JA) ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ର ୫୩୯୬ ଟି ଖାଲି ପଦବୀରେ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ଜାରି କରିଛି ।

ସାଙ୍କେତିକ ଛବି

OSSSC recruitment 2023: ଓଡି଼ଶା ସବ୍-ଅର୍ଡିନେଟ୍ କର୍ମଚାରୀ ଚୟନ ଆୟୋଗ (OSSSC) ଜୁନିଅର ଆସିଷ୍ଟାଣ୍ଟ (JA) ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀର (PEO) ୫୩୯୬ ଟି ପଦବୀରେ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ଜାରି କରିଛି । ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଚାଲିଛି ଓ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ୨୭ ମାର୍ଚ୍ଚ ରହିଛି । ଆଗ୍ରହୀ ପ୍ରାର୍ଥୀମାନେ OSSSC  ଅଫିସିଆଲ୍ ୱେବସାଇଟ୍ www.osssc.gov.in କୁ ଭିଜିଟ୍ ଅନଲାଇନରେ ଆବେଦନ କରିପାରିବେ ।

ପଦବୀ ବିବରଣୀ: ମୋଟ ୫୩୯୬ ଟି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ଡ୍ରାଇଭ୍ ଚାଲିଛି, ଯେଉଁଥିରୁ ଜୁନିଅର ଆସିଷ୍ଟାଣ୍ଟଙ୍କ ପାଇଁ ୩୦୯୯ ଟି ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପାଇଁ ୨୨୯୭ ଟି ପଦବୀରେ ନିଯୁକ୍ତି ଦିଆଯିବ ।

ବୟସ ସୀମା: ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ୧ ଜାନୁଆରୀ ୨୦୨୩ ସୁଦ୍ଧା ୨୧ ବର୍ଷରୁ ୩୮ ବର୍ଷ ମଧ୍ୟରେ ହେବା ଉଚିତ୍ ।

ଶିକ୍ଷାଗତ ଯୋଗ୍ୟତା:

ଜୁନିଅର ଆସିଷ୍ଟାଣ୍ଟ (JA) ପଦବୀରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କମ୍ପ୍ୟୁଟର ଦକ୍ଷତା ସହିତ କଳା / ବିଜ୍ଞାନ / ବାଣିଜ୍ୟରେ +୩ ପାସ୍ କରିଥିବା ଉଚିତ୍ ।

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ପଦବୀରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ଯେକୌଣସି ଷ୍ଟ୍ରିମରେ +୨ (ଦ୍ୱାଦଶ ପରୀକ୍ଷା) ପାସ୍ କରିଥିବା ଉଚିତ୍ ।

fallback

କିପରି କରିବେ ଆବେଦନ?

  • ପ୍ରଥମେ ଅଫିସିଆଲ୍ ୱେବସାଇଟ୍ www.osssc.gov.in ଭିଜିଟ୍ କରନ୍ତୁ ।
  • ଏହା ପରେ ହୋମପେଜରେ, “Apply Online” ଉପରେ କ୍ଲିକ୍ କରନ୍ତୁ ।
  • ଏହା ପରେ New User ଉପରେ କ୍ଲିକ୍ କରନ୍ତୁ ଓ ରେଜିଷ୍ଟ୍ରେସନ୍ କରନ୍ତୁ ।
  • ଏହା ପରେ ପୋର୍ଟାଲରେ ଲଗ୍ ଇନ୍ କରନ୍ତୁ ଓ ଜୁନିଅର ଆସିଷ୍ଟାଣ୍ଟ (JA) ଏବଂ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ (PEO) ପାଇଁ ଥିବା ଆବେଦନ ଫର୍ମ ପୂରଣ କରନ୍ତୁ ।
  • ଫର୍ମ Submit କରନ୍ତୁ ଓ ଭବିଷ୍ୟତ ପାଇଁ ଏକ ପ୍ରିଣ୍ଟଆଉଟ୍ ରଖି ନିଅନ୍ତୁ ।

ଏହା ବି ପଢ଼ନ୍ତୁ: Agniveer Recruitment: ଅଗ୍ନିବୀର ପଦରେ ନିଯୁକ୍ତି ଦେବା ପାଇଁ ନୋଟିଫିକେସନ୍ ଜାରି କଲା ବାୟୁସେନା, ଏପରି କରନ୍ତୁ ଆବେଦନ

ଏହା ବି ପଢ଼ନ୍ତୁ: IOCL Recruitment 2023: ଆଇଓସିଏଲରେ ବାହରିଛି ନିଯୁକ୍ତି, ଲକ୍ଷେ ଉପରେ ଦରମା