Odisha Scholarship 2023: ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର, ବଢିଲା ଆବେଦନର ତାରିଖ
Advertisement
Article Detail0/zeeodisha/odisha1575440

Odisha Scholarship 2023: ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର, ବଢିଲା ଆବେଦନର ତାରିଖ

Odisha Scholarship 2023: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ଯେ, ୨୦୨୨- ୨୩ ଶିକ୍ଷାବର୍ଷ ପାଇଁ ଇ-ମେଧାବୃତ୍ତି ଯଥା (ୟୁଜି, ପିଜି, ଟେକନିକାଲ ଆଣ୍ତ ପ୍ରଫେସନାଲ ମେରିଟ୍, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ହେବାକୁ ଥିବା ଆବେଦନ ନେଇ ସମୟ ସୀମା ବଢାଯାଇଛି ।

ସୌ(ସୋସିଆଲ ମିଡିଆ)

Odisha Scholarship 2023: ଓଡ଼ିଶା ସରକାରଙ୍କ(Government of Odisha) ପକ୍ଷରୁ ଉଚ୍ଚ ଶିକ୍ଷା ପ୍ରଦାନ କରାଯାଉଥିବା ସମସ୍ତ ବର୍ଗର ଛାତ୍ରବୃତ୍ତି ପାଇଁ ଅନଲାଇନ ଆବେଦନର ସମୟ ସୀମାକୁ ବୃଦ୍ଧି କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ଯେ, ୨୦୨୨- ୨୩ ଶିକ୍ଷାବର୍ଷ ପାଇଁ ଇ-ମେଧାବୃତ୍ତି ଯଥା (ୟୁଜି, ପିଜି, ଟେକନିକାଲ ଆଣ୍ତ ପ୍ରଫେସନାଲ ମେରିଟ୍, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ହେବାକୁ ଥିବା ପରୀକ୍ଷା ନେଇ ଆବେଦନର ସମୟ ସୀମା ବଢାଯାଇଛି ।

ଏଣିକି ଛାତ୍ରଛାତ୍ରୀ ମାନେ ଇ- ମେଧାବୃତ୍ତି, ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି, ଗୋପବନ୍ଧୁ ଶିକ୍ଷା ସହାୟକ ଯୋଜନା ପାଇଁ ଫେବୃୟାରୀ ୨୨ ତାରିଖ ପର୍ଯ୍ୟନ୍ତ ଅନଲାଇନ ମାଧ୍ଯମରେ ଆବେଦନ କରିପାରିବେ । ଶିକ୍ଷାନୁଷ୍ଠାନ ଅଧ୍ଯକ୍ଷଙ୍କ ଦ୍ବାରା ଅନଲାଇନ ଭ୍ୟାଲିଡ଼େସନର ଶେଷ ତାରିଖ ଫେବୃୟାରୀ ୨୮ ରଖାଯାଇଛି । ତେବେ ନୂଆ ପରିବର୍ଦ୍ଧିତ ତାରିଖ ପର୍ଯ୍ୟନ୍ତ ଯୋଜନା ଗୁଡ଼ିକୁ ରାଜ୍ୟବୃତ୍ତି ପୋର୍ଟାଲରେ ଲାଇଭ ରଖିବା ନେଇ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ପ୍ରତିଭା ସାହୁ ଓସିଏସିର ମହାପ୍ରବନ୍ଧକଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଇ-ମେଧାବୃତ୍ତି ପାଇବା ପାଇଁ ସମ୍ପୃକ୍ତ ଅନୁଷ୍ଠାନର ଅଧ୍ଯକ୍ଷଙ୍କ ଦ୍ବାରା ଅନଲାଇନ ବୈଧତା ବାଧ୍ଯତାମୂଳକ । ‘ବ୍ୟାସକବି ଫକୀର ମୋହନ ଭାଷାବୃତ୍ତି’(Vyasakabi Fakir Mohan Bhasabruti Scholarship) ଓ ‘ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା(Gopabandhu Sikhya Sahayata Yojana) ଛାତ୍ରବୃତ୍ତିରେ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ ସମୟରେ କୌଣସି ସମସ୍ୟା ଦେଖାଦେଲେ ୦୬୭୪-୨୩୯୬୫୫୦ କିମ୍ବା ଇ-ମେଲ୍-  scholarshiphed@gmail.comରେ ଯେଗାଯେଗ କରିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Also Read- CAPF Recruitment 2023: CRPF-BSF ବାହିନୀରେ ଅଧିକାରୀ ହେବାର ସୁଯୋଗ, ବିନା ପରୀକ୍ଷାରେ ହେବ ଚୟନ

Also Read-NIOT Recruitment 2023: ୮୯ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ କେତେ ଟଙ୍କା ମିଳିବ ଦରମା?