Odisha JT Recruitment: ରାଜ୍ୟ ସରାକାରଙ୍କୁ ଏହି ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି
Advertisement

Odisha JT Recruitment: ରାଜ୍ୟ ସରାକାରଙ୍କୁ ଏହି ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ୩୦ ତାରିଖରେ ପରବର୍ତ୍ତୀ ଶୁଣାଣି

Orissa High Court On Junior Teacher Recruitment: ଓଡ଼ିଶା ସରକାର ଓଡ଼ିଶା ହାଇକୋର୍ଟରେ ଜବାବ ଦାଖଲ କରି କହିଛନ୍ତି ଯେ ଜିଲ୍ଲା ଅନୁଯାୟୀ ଯୋଗ୍ୟତା ତାଲିକା ପ୍ରକାଶ ପାଇଛି। 

 

Orissa High Court On Junior Teacher Recruitment

Odisha Junior Teacher Recruitment: ଓଡ଼ିଶା ସରକାର ଓଡ଼ିଶା ହାଇକୋର୍ଟରେ ଜବାବ ଦାଖଲ କରି କହିଛନ୍ତି ଯେ ଜିଲ୍ଲା ଅନୁଯାୟୀ ଯୋଗ୍ୟତା ତାଲିକା ପ୍ରକାଶ ପାଇଛି। ପୂର୍ବରୁ ପ୍ରକାଶିତ ତାଲିକାଗୁଡ଼ିକ ପ୍ରତ୍ୟାହାର ହୋଇଛି କି ନାହିଁ ତାହା ଉପରେ ଆଫିଡେଭିଟ୍ ମାଧ୍ୟମରେ ଜଣାଇବାକୁ ହାଇକୋର୍ଟ ସରକାରଙ୍କୁ କହିଛନ୍ତି। ଜାନୁଆରୀ ୩୦ ରେ ଏହାର ପରବର୍ତ୍ତୀ ଶୁଣାଣି ହେବ।

ଆପଣଙ୍କୁ କହିରଖୁଛୁ ଯେ, ଓଡ଼ିଶା ଜୁନିଅର ଟିଚର ସିବିଟି ପରୀକ୍ଷା ମେରିଟ୍ ଲିଷ୍ଟ ପ୍ରକାଶ ପରେ, ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଆଶାୟୀ ମାନେ ଅଭିଯୋଗ ଆଣିଥିଲେ। ଏହାପରେ ଏହି ଆଶାୟୀ ମାନେ ଓସେପା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ଓ ଭୁବନେଶ୍ୱର ଲୋୟର ପିଏମଜିରେ ଆଶାୟୀମାନେ ଧାରଣା ଦେଇଥିଲେ ।

କେବେଳ ଏତିକି ନୁହେଁ ଏହା ମାମଲା ଓଡ଼ିଶା ହାଇକୋର୍ଟରେ ମଧ୍ୟ ପହଞ୍ଚିଥିଲା। କହିରଖୁଛୁ ଯେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ଓଡ଼ିଶା ହାଇକୋର୍ଟ ପୂର୍ବରୁ ଶୁଣାଣି କରି ଏହା ଉପରେ ନିଷେଧାଦେଶ ଲଗାଇଥିଲେ। ଏବଂ ପୂର୍ବରୁ ହାଇକୋର୍ଟ କହିଥିଲେ ଯେ ଧାର୍ଯ୍ୟ ୨୦ ଓ ୨୧ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ କରାଯାଇ ପାରିବ ଏବଂ ୨୪ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିବ ନାହିଁ। ବର୍ତ୍ତମାନ ଏହାର ଅବଧି ୩୦ ଜାନୁଆରୀ ପର୍ଯ୍ୟନ୍ତି ବୃଦ୍ଧି ପାଇଛି।

ଆଶାୟୀ ମାନେ ମେରିଟ୍ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍ଅଫ୍ ତାଲିକା ପ୍ରକାଶ କରାଯାଇ ନଥିବାରୁ, କେଉଁ ପ୍ରାର୍ଥୀ କେତେ ମାର୍କ ରଖିଛନ୍ତି, କଟ୍ଅଫ୍ ମାର୍କ କେତେ ରଖାଯାଇଛି, ତାହା ସାମ୍ନାକୁ ଅଣାଯାଉ ବୋଲି ଦାବି ହୋଇଛି । ଏହା ସମେତ ସବୁ ପରୀକ୍ଷାର୍ଥୀଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ୍ ପାଇଁ ଡକାଯାଉ ଓ ଯୋଗ୍ୟ ବିବେଚିତ ୨୦ ହଜାର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଉ ବୋଲି ଆଶାୟୀ ମାନେ ଲଗାତାର ଦାବି କରି ଆସୁଛନ୍ତି ।