B.Ed Entrance Test 2023: ଜୁନରେ B.Ed ଓ M.Ed ଏଣ୍ଟ୍ରାନ୍ସ , ଜାଣନ୍ତୁ ସବିଶେଷ ତଥ୍ୟ
Advertisement

B.Ed Entrance Test 2023: ଜୁନରେ B.Ed ଓ M.Ed ଏଣ୍ଟ୍ରାନ୍ସ , ଜାଣନ୍ତୁ ସବିଶେଷ ତଥ୍ୟ

B.Ed Entrance Test: ବିଇଡି ନାମଲେଖା ପାଇଁ ମେ' ୪ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଓଡିଶାରେ ୨୦୨୩-୨୪ ବର୍ଷ ପାଇଁ (B.Ed) ବିଇଡି ଏବଂ (M.Ed) ଏମଇଡି ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ପ୍ରବେଶିକା ଜୁନ୍ (June)ମାସରେ ହେବାକୁ ଯାଉଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି । (Higher Education Department) ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଏମଇଡି (M.Ed) ପାଇଁ ପ୍ରବେଶିକା ପରୀକ୍ଷା ଚଳିତ ବର୍ଷ ଜୁନ୍ ୧୦ ତାରିଖରେ ଅନୁଷ୍ଠିତ ହେବ (Exam Schedule) ।

ସୌଜନ୍ୟ- ସୋସିଆଲ ମିଡ଼ିଆ

B.Ed Entrance Test: ବିଇଡି ନାମଲେଖା ପାଇଁ ମେ' ୪ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଓଡିଶାରେ ୨୦୨୩-୨୪ ବର୍ଷ ପାଇଁ (B.Ed) ବିଇଡି ଏବଂ (M.Ed) ଏମଇଡି ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ପ୍ରବେଶିକା ଜୁନ୍ (June)ମାସରେ ହେବାକୁ ଯାଉଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି । (Higher Education Department) ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ  ଏମଇଡି (M.Ed) ପାଇଁ ପ୍ରବେଶିକା ପରୀକ୍ଷା ଚଳିତ ବର୍ଷ ଜୁନ୍ ୧୦ ତାରିଖରେ ଅନୁଷ୍ଠିତ ହେବ (Exam Schedule) । ସେହିପରି (B.Ed) ବିଇଡି ଏବଂ (B.H.Ed) ବିଏଚଇଡି ପାଇଁ ପ୍ରବେଶିକା ପରୀକ୍ଷା ୧୧ ଜୁନ୍ ରେ ଅନୁଷ୍ଠିତ ହେବ ।  ଏ-ନେଇ (online Common Application Form (CAF) ଅନଲାଇନ କମନ୍ ଆପ୍ଲିକେସନ ଫର୍ମ, ମେଁ  ୪ ତାରିଖରୁ ଅପରାହ୍ନ ୨ଟା ସମୟରୁ ଉପଲବ୍ଧ ହେବ। ପ୍ରାର୍ଥୀମାନେ SAMS ଓଡିଶାର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିପାରିବେ। ଅନଲାଇନ କମନ୍ ଆପ୍ଲିକେସନ ଫର୍ମ ଆବେଦନ କରିବାର ଶେଷ ତାରିଖ ୧୪ ମେ, ରାତି ୧୧ଟା ୪୫ ମିନିଟ୍ ରହିଛି । 

ପରୀକ୍ଷା ପାଇଁ ହଲ୍ ଟିକେଟ୍ ଜୁନ୍ ୧ ରୁ ୧୧ ପର୍ଯ୍ୟନ୍ତ ରାଜ୍ୟ ଚୟନ ବୋର୍ଡ (SSB) ୱେବସାଇଟରେ ଉପଲବ୍ଧ ହେବ।  (M.Ed) ଏମଇଡି ଏବଂ (B.Ed) ବିଇଡି ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଯଥାକ୍ରମେ ଜୁନ୍ ୧୦ ଏବଂ ୧୧ରେ ଅନୁଷ୍ଠିତ ହେବ। ସେହିପରି ଜୁଲାଇ ୮ରୁ ୧୬ ତାରିଖ ମଧ୍ୟରେ ପିଲାଙ୍କ ସ୍ନାତକ ମାର୍କ ଅପଲୋଡ୍‌ ହେବାକୁ ଥିବା ବେଳେ ୧୫ ତାରିଖରେ ଏସଏସ୍‌ବି ଓକାକକୁ ପିଲାଙ୍କ ପ୍ରବେଶିକା ମାର୍କ ଦାଖଲ କରିବ ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତିରେ ଉଲ୍ଲେଖ କରିଛି । ତେବେ ପୂର୍ବ ବର୍ଷ ଭଳି ଚଳିତ ବର୍ଷ କେତୋଟି ସିଟରେ ବିଇଡି ନାମଲେଖା ହେବ, ତାହା ଏଯାଏଁ ସ୍ପଷ୍ଟ ହୋଇନି । ବିଇଡି ନାମଲେଖା ପାଇଁ ମେ' ୪ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଚଳିତ ବର୍ଷର ପ୍ରବେଶିକା ପରୀକ୍ଷା ସେବା ଚୟନ ବୋର୍ଡ଼ (ଏସ୍‌ଏସ୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବାବେଳେ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି ।

Also Read: ଜାଣିଛନ୍ତି କି Guarantee ଏବଂ Warrantyକୁ ହିନ୍ଦିରେ କଣ କୁହନ୍ତି? ଜାଣିବା ପାଇଁ ପଢନ୍ତୁ ପୂରା ରିପୋର୍ଟ...

Also Read: Dhenkanal News: ନବଜାତକକୁ ମୃତ ଘୋଷଣା କରିଥିଲେ ଡାକ୍ତର, ପୋତିବାକୁ ନେବା ବେଳେ…

Also Read: Metro Service in Bhubaneswar: ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପ: ଆଉ ପାଦେ ଆଗେଇଲା...

Also Read: DA Hike: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ପୁଣି ବଢ଼ିଲା ମହଙ୍ଗା ଭତ୍ତା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା

ଗତ ଦୁଇ ଦିନ ତଳେ, ସର୍ବ ଭାରତୀୟ ଜେଇଇ ମେନ ସେସନ-୨ ପରୀକ୍ଷା ଫଳ ପ୍ରକାଶ ପାଇଛି । ନ୍ୟାସନାୱ ଟେଷ୍ଟିଂ ଏଜେନ୍ସି NAT JEE Main ୨୦୨୩ ସେସନ-୨ ରେଜଲ୍ଟ ପ୍ରକାଶ କରିଛି । କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ପ୍ରିୟଙ୍କା ସର (Priyanka sara) ଓଡ଼ିଶା ଟପ୍ପର ହୋଇଛନ୍ତି । ୯୯.୯୮ ପର୍ସେଣ୍ଟାଇଲ ନମ୍ବର ରଖି ସେ ସାରା ରାଜ୍ୟରେ ଟପ୍ପର ହୋଇଛନ୍ତି । ତେବେ ଏନେଇ କିଟ ଓ କିସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨୪୩ତମ ସ୍ଥାନ ହାସଲ କରିଥିବା ପ୍ରିୟଙ୍କା ତାଙ୍କ ସଫଳତାର ଶ୍ରେୟ ପରିବାର ସଦସ୍ୟ ଓ ଶିକ୍ଷକଙ୍କୁ ଦେଇଛନ୍ତି । ତେବେ ଏନେଇ ଏକ ଗଣମାଧ୍ଯମକୁ ସୂଚନା ଦେଇ ସେ କହିଛନ୍ତି “କ୍ଲାସ୍ ପରେ ମୁଁ ପ୍ରତିଦିନ ପାଞ୍ଚରୁ ଛଅ ଘଣ୍ଟା ଅଧ୍ୟୟନ କରୁଥିଲି । ମୁଁ ୩୦୦ରୁ ୨୮୦ ମାର୍କ ରଖିଛି । ଉଭୟ ଗଣିତ ଓ ପଦାର୍ଥ ବିଜ୍ଞାନରେ ୧୦୦ ମାର୍କ ସ୍କୋର କରିଛି କିନ୍ତୁ ରସାୟନ ବିଜ୍ଞାନରେ ଚାରୋଟି ଭୁଲ ହୋଇଥିଲା । ”ଜେଇଇ ମେନ ଫଳାଫଳ ପରେ “ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NIT), ରାଉରକେଲା ନିଶ୍ଚିତ ହୋଇଛି। କିନ୍ତୁ ମୁଁ ଆଇଆଇଟି ପାଇଁ ଲକ୍ଷ୍ୟ ରଖିଛି  ଏହା ସହ ମୁଁ JEE ଆଡଭାନ୍ସଡ (JEE advanced) ପାଇଁ ପ୍ରସ୍ତୁତ ହେଉଛି । ଜଣେ ଆଇଏଏସ୍ ଅଧିକାରୀ ହେବାକୁ ଇଚ୍ଛା ରଖିଥିବା ନେଇ ସେ କହିଛନ୍ତି ।