ପାଞ୍ଚ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ଦେବ ରେଲୱେ; ଏହି ତାରିଖ ପୂର୍ବରୁ କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha1236456

ପାଞ୍ଚ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ଦେବ ରେଲୱେ; ଏହି ତାରିଖ ପୂର୍ବରୁ କରନ୍ତୁ ଆବେଦନ

​​Railway Recruitment 2022: ଉତ୍ତର ପୂର୍ବ ସୀମାନ୍ତ ରେଳବାଇ ପାଞ୍ଚ ହଜାରରୁ ଅଧିକ ପଦବୀରେ ନିଯୁକ୍ତି ଦେବା ପାଇଁ ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ପ୍ରାର୍ଥୀମାନେ କେବଳ ଏହାକୁ ୩୦ ଜୁନ୍ ମଧ୍ୟରେ ଆବେଦନ କରିପାରିବେ ।

ସାଙ୍କେତିକ ଫଟୋ

Northeast Frontier Railway Recruitment 2022: ନିକଟରେ ଉତ୍ତର ପୂର୍ବ ସୀମାନ୍ତ ରେଳବାଇ ଏକ ବିଜ୍ଞପ୍ତି ଜାରି କରି ହଜାର ହଜାର ଆପ୍ରେଣ୍ଟିସ ପଦବୀରେ ନିଯୁକ୍ତି କରିବାକୁ ନିଷ୍ପତ୍ତି ନେଇଛି । ଯେଉଁଥି ପାଇଁ ରେଳବାଇ ପୂର୍ବରୁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲା, ଯାହା ବର୍ତ୍ତମାନ ଶେଷ ହେବାକୁ ଯାଉଛି । ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ଏହି ପଦବୀ ପାଇଁ ଆବେଦନ କରିନାହାଁନ୍ତି । ସେମାନେ ଆଜି ହିଁ ଏହି ନିଯୁକ୍ତି ପାଇଁ ଆବେଦନ କରି ନେବା ଉଚିତ୍ । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀଙ୍କୁ ଅଫିସିଆଲ୍ ସାଇଟ୍ https://nfr.indianrailways.gov.in/ ଭିଜିଟ୍ କରି ଆବେଦନ କରିବାକୁ ପଡିବ । ଏହି ନିଯୁକ୍ତି ଡ୍ରାଇଭରେ ୫୬୩୬ ଟି ପୋଷ୍ଟ ପୂରଣ ହେବ । ଆବେଦନ କରିବାର ଶେଷ ତାରିଖ ୩୦ ଜୁନ୍ ରଖାଯାଇଛି ।

ଖାଲିଥିବା ପଦବୀ ବିବରଣୀ
ଏହି ନିଯୁକ୍ତି ଅନୁଯାୟୀ, କାଟିହାର ଓ ଟିଡିଏଚ୍ ୱାର୍କଶପ ପାଇଁ ୯୧୯ ଟି ପୋଷ୍ଟ, ଆଲିପୁରଦ୍ୱାର ପାଇଁ ୫୨୨ ଟି ପୋଷ୍ଟ, ରଙ୍ଗିଆ ପାଇଁ ୫୫୧ ଟି ପୋଷ୍ଟ, ଲୁମ୍ଡିଙ୍ଗ ପାଇଁ ୧୧୪୦ ଟି ପୋଷ୍ଟ, ତିନ୍ସୁକିଆ ପାଇଁ ୫୪୭ ଟି ପୋଷ୍ଟ, ନ୍ୟୁ ବଙ୍ଗାଇଗାଓଁ ୱାର୍କଶପ ପାଇଁ ୧୧୧୦ ଟି ପୋଷ୍ଟ ଓ ଡିବ୍ରୁଗଡ ୱାର୍କଶପ ପାଇଁ ୮୪୭ ଟି ପୋଷ୍ଟରେ ନିଯୁକ୍ତି କରାଯିବ ।

ଏହିପରି କରନ୍ତୁ ଆବେଦନ
ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଅତିକମରେ ୫୦ ପ୍ରତିଶତ ମାର୍କ ସହିତ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ । ଏହା ସହିତ, ପ୍ରାର୍ଥୀ ସମ୍ପୃକ୍ତ ଟ୍ରେଡ଼ରେ ITI ସାର୍ଟିଫିକେଟ୍ ଥିବା ଆବଶ୍ୟକ । ବିଜ୍ଞପ୍ତି ଅନୁଯାୟୀ ପ୍ରାର୍ଥୀଙ୍କ ବୟସ ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ରହିବା ଉଚିତ୍ ।

ଚୟନ ପ୍ରକ୍ରିୟା
ଯୋଗ୍ୟତା ଆଧାରରେ ଏହି ପଦବୀଗୁଡ଼ିକରେ ପ୍ରାର୍ଥୀ ଚୟନ କରାଯିବ ।

ଆବେଦନ ଶୁଳ୍କ
ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀଙ୍କୁ ଏହି ନିଯୁକ୍ତି ପାଇଁ ଆବେଦନ ଶୁଳ୍କ ଦେବାକୁ ପଡିବ । ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଶୁଳ୍କ ବାବଦରେ ୧୦୦ ଟଙ୍କା ଜମା କରିବାକୁ ପଡିବ ।

ଏହା ବି ପଢ଼ନ୍ତୁ: India Post Recruitment 2022: ପୋଷ୍ଟ ଅଫିସରେ ଏହି ପଦବୀ ପାଇଁ ବାହାରିଲା ନିଯୁକ୍ତି

ଏହା ବି ପଢ଼ନ୍ତୁ: EPFO: ଖୁବ୍ ଶୀଘ୍ର ମିଳିବ ଖୁସି ଖବର; ସରକାର ଆପଣଙ୍କ ଆକାଉଣ୍ଟରେ ପଠାଇବାକୁ ଯାଉଛନ୍ତି ଟଙ୍କା!