NDA CDS Application 2023: ଭାରତୀୟ ସେନାରେ ଅଫିସର ହେବାକୁ ଚାହୁଁଛନ୍ତି କି, ତେବେ ଆଜି ହିଁ ଭରନ୍ତୁ ଫର୍ମ
Advertisement

NDA CDS Application 2023: ଭାରତୀୟ ସେନାରେ ଅଫିସର ହେବାକୁ ଚାହୁଁଛନ୍ତି କି, ତେବେ ଆଜି ହିଁ ଭରନ୍ତୁ ଫର୍ମ

NDA CDS Job Application: ଆପଣ ବି ଯଦି ଭାରତୀୟ ସେନାରେ ଜଣେ ବଡ଼ ଅଫିସର ହେବାକୁ ଚାହୁଁଛନ୍ତି ତେବେ ଆଜି ହିଁ ବେଳ ଥାଉ ଥାଉ ଫର୍ମ ଭରିନିଅନ୍ତୁ। ପରୀକ୍ଷାରେ ପାସ୍ କରିବା ପରେ SSB ଇଣ୍ଟରଭ୍ୟୁ କରାଯିବ । ସାକ୍ଷାତକାରରେ ପାସ୍ କରିବା ପରେ ମେଡିକାଲ ଟେଷ୍ଟ ହେବ। ସେହିପରି ମେଡିକାଲ ଟେଷ୍ଟ ପର୍ଯ୍ୟନ୍ତ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କ ମେରିଟ ଲିଷ୍ଟ ତିଆରି ହେବ ।

NDA CDS Application 2023: ଭାରତୀୟ ସେନାରେ ଅଫିସର ହେବାକୁ ଚାହୁଁଛନ୍ତି କି, ତେବେ ଆଜି ହିଁ ଭରନ୍ତୁ ଫର୍ମ

NDA CDS Application 2023:  ଭାରତୀୟ ସେନା ଜଣେ ଅଧିକାରୀ ହେବାକୁ ହେଲେ ଏନଡିଏ ଏବଂ ସିଡିଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏକ ସାକ୍ଷାତକାର ଦେବାକୁ ପଡିଥିାଏ । ତେବେ NDA ପରୀକ୍ଷା ୨୦୨୩ ଏବଂ CDSE ୨୦୨୩ ପାଇଁ ଫର୍ମ ପୂରଣ କରିବାର ଶେଷ ତାରିଖ ଆଜି ଅର୍ଥାତ୍ ୧୦ ଜାନୁଆରୀ। ଯଦି ଆପଣ ଏପର୍ଯ୍ୟନ୍ତ ଫର୍ମ ପୂରଣ କରିନାହାଁନ୍ତି, ତେବେ ତୁରନ୍ତ UPSC ୱେବସାଇଟ୍ କୁ ଯାଇ ଆବେଦନ କରନ୍ତୁ । CDSର ଲିଖିତ ପରୀକ୍ଷା ୧୬ ଏପ୍ରିଲରେ ଅନୁଷ୍ଠିତ ହେବ । ଏଥି ସହିତ, ନ୍ୟାସନାଲ ଡିଫେନ୍ସ  ଅକାଦେମୀରେ ଆଡମିଶନ ପାଇଁ ଲିଖିତ ପରୀକ୍ଷା ଯଥା ଏନଡିଏ ଲିଖିତ ପରୀକ୍ଷା ମଧ୍ୟ ସେହି ସମାନ ତାରିଖ ଏପ୍ରିଲ ୧୬ ରେ ଅନୁଷ୍ଠିତ ହେବ। ଏନଡିଏ ପାଇଁ ଦ୍ୱାଦଶ ପାସ୍ ଏବଂ CDS ପାଇଁ ଗ୍ରାଜୁଏଟ ଛାତ୍ର ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ।

NDA କିମ୍ବା CDS ର ଫର୍ମ ପୂରଣ କରିବାକୁ ସର୍ବପ୍ରଥମେ ଆପଣଙ୍କୁ upsc.online.nin.in ରେ ପଞ୍ଜିକରଣ କରିବାକୁ ପଡି଼ବ। ପଞ୍ଜୀକରଣ ସାରିବା ପରେ ଆପଣ ନିଜର ବ୍ୟକ୍ତିଗତ ସୂଚନା, ଶିକ୍ଷାଗତ ସୂଚନା ଏବଂ ଯୋଗ୍ୟତା ପ୍ରମାଣପତ୍ର ଅନୁଯାୟୀ ଆପଣ ଫର୍ମ ପୂରଣ କରିପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କର ଫଟୋ ଏବଂ ଦସ୍ତଖତ ମଧ୍ୟ ପ୍ରସ୍ତୁତ ରଖିବାକୁ ପଡି଼ବ । ସିଡିଏସ୍ ଫର୍ମ ପୂରଣ କରିବାକୁ ସାଧାରଣ ବର୍ଗର ଛାତ୍ରମାନଙ୍କୁ ୨୦୦ ଟଙ୍କା ଫି ଦେବାକୁ ପଡି଼ବ। ସେହିପରି  ଏନଡିଏ ଫର୍ମ ପାଇଁ ଦେୟ ମାତ୍ର ଶହେ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହି ଫର୍ମଟି SC-ST ସମ୍ପ୍ରଦାୟର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାଗଣା ବୋଲି ଘୋଷଣା କରାଯାଇଛି। 

ଏନଡିଏରେ ୪୦୦ ପଦ ପାଇଁ ଖାଲି ରହିଛି ପଦବୀ
ଏନଡିଏରେ ଚଳିତ ବର୍ଷ ୪୦୦ ପଦବୀ ପାଇଁ ପରୀକ୍ଷା ହେବାକୁ ଯାଉଛି। ଏଥିପାଇଁ ସର୍ବନିମ୍ନ ବୟସ ସାଢେ ୧୬ ବର୍ଷ ଏ ସର୍ବାଧିକ ୧୯.୫ ଅର୍ଥାତ୍ ସାଢେ ଉଣେଇଶି ବର୍ଷ ରଖାଯାଇଛି। ପରୀକ୍ଷାରେ ପାସ୍ କରିବା ପରେ SSB ଇଣ୍ଟରଭ୍ୟୁ କରାଯିବ । ସାକ୍ଷାତକାରରେ ପାସ୍ କରିବା ପରେ ମେଡିକାଲ ଟେଷ୍ଟ ହେବ। ସେହିପରି ମେଡିକାଲ ଟେଷ୍ଟ ପର୍ଯ୍ୟନ୍ତ ପହଞ୍ଚିଥିବା ଛାତ୍ରଛାତ୍ରୀଙ୍କ ମେରିଟ ଲିଷ୍ଟ ତିଆରି ହେବ । ଏହି ମେରିଟ୍ ଲିଷ୍ଟ ଅନୁସାରେ ହିଁ ଏନଡିଏରେ ସିଲେକ୍ସନ ହେବ । ଦ୍ୱାଦଶ ପର୍ଯ୍ୟନ୍ତ ଯେଉଁମାନେ ବିଜ୍ଞାନ ରେ ଅଧ୍ୟୟନ କରିଥିବେ ସେମାନେ ଏନଡିଏ ପାଇଁ ଆବେଦନ କରିପାରିବେ।

CDS ରେ ୩୪୧ ପଦବୀ ରହିଛି ଖାଲି
ଗ୍ରାଜୁଏସନ ପାସ କରିଥିବା ଛାତ୍ରଛାତ୍ରୀ ସିଡିଏସର ପରୀକ୍ଷା ଦେଇ ସେନାରେ ଅଧିକାରୀ ପଦରେ ଅଳଙ୍କୃତ ହୋଇପାରିବେ। ଏଥିରେ ମଧ୍ୟ ଲିଖିତ ପରୀକ୍ଷା ପରେ ଏସଏସବି ସାକ୍ଷାତକାର ଏବଂ ଡାକ୍ତରୀ ପରୀକ୍ଷା ହେବ । ଯେଉଁମାନେ ଚୂଡ଼ାନ୍ତ ତାଲିକାରେ ଆସନ୍ତି ସେମାନଙ୍କୁ ଭାରତୀୟ ମିଲିଟାରୀ ଅକାଦେମୀ, ବାୟୁସେନା ଅକାଦେମୀ, ନାଭାଲ୍ ଅକାଦେମୀ ଏବଂ ଅଫିସର୍ ଟ୍ରେନିଂ ଅକାଦେମୀକୁ ପଠାଯିବ। ଏନଡିଏରେ ଚାରି ବର୍ଷର ତାଲିମ ରହିଛି। ଅନ୍ୟପକ୍ଷରେ, ଯେଉଁମାନେ ସିଡିଏସ୍ ମାଧ୍ୟମରେ ସେନାକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ୧୫ ରୁ ୧୮ ମାସ ତାଲିମ ଦିଆଯିବ। ତାଲିମ ସମାପ୍ତ କରିବା ପରେ, ଏହି କ୍ୟାଡେର ମାନେ ଲେଫ୍ଟନାଣ୍ଟ ରାଙ୍କର ଅଫିସର ହୁଅନ୍ତି ।

Also Read: Canada: ଜେଲକୁ ଡ୍ରଗ୍ସ ଯୋଗାଉଥିଲା ପାରା, ମାଡି ବସିଲା ପୋଲିସ!

Also Read:  WHO Alert: ଅଳ୍ପ ହେଉ କି ବହୁତ, ମଦ ବଢାଉଛି କ୍ୟାନସର ରୋଗ