Home Guard Jobs 2023: ହୋମ୍ ଗାର୍ଡର ୧୪୦୦ ପଦବୀରେ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ପଢ଼ନ୍ତୁ ଡିଟେଲ୍ସ
Advertisement

Home Guard Jobs 2023: ହୋମ୍ ଗାର୍ଡର ୧୪୦୦ ପଦବୀରେ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି, ପଢ଼ନ୍ତୁ ଡିଟେଲ୍ସ

Home Guard Jobs 2023: ହୋମଗାର୍ଡ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି ହୋଇଛି । ବର୍ତ୍ତମାନ ଆବେଦନ ଆରମ୍ଭ ହୋଇନାହିଁ । ଆସନ୍ତୁ ଜାଣିବା ଆପଣ ଏହାକୁ କେବେ ଆବେଦନ କରିପାରିବେ ଓ ଫର୍ମ ପୂରଣ କରିବାର ଶେଷ ତାରିଖ କ’ଣ ରହିଛି ।

ସାଙ୍କେତିକ ଛବି

Home Guard Jobs 2023: ଝାଡଖଣ୍ଡ ହୋମ ଡିଫେନ୍ସ କର୍ପସ, ଧନବାଦ ହୋମ୍ ଗାର୍ଡର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଛି । ଏହି ଖାଲି ପଦବୀ ଗୁଡିକ ଗ୍ରାମୀଣ ଓ ସହରାଞ୍ଚଳ ପାଇଁ ରହିଛି । ଯେଉଁ ସେହି ପ୍ରାର୍ଥୀମାନେ ଝାଡଖଣ୍ଡ ହୋମ୍ ଗାର୍ଡ (Home Guard) ପଦ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆବେଦନ ଲିଙ୍କ ଆକ୍ଟିଭ୍ ହେବା ପରେ ଆବେଦନ କରିପାରିବେ । ବର୍ତ୍ତମାନ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ଆରମ୍ଭ ହୋଇନାହିଁ । ୨୧ ଫେବୃଆରୀ ୨୦୨୩ ରୁ ଆବେଦନ ଆରମ୍ଭ ହେବ । ଏହା ମଧ୍ୟ ଜାଣିବା ଜରୁରୀ ଯେ ଏହି ପଦବୀ ପାଇଁ କେବଳ ଅନଲାଇନ୍ ଆବେଦନ କରାଯାଇପାରିବ । ଏଥିପାଇଁ ଆପଣଙ୍କୁ ଝାଡଖଣ୍ଡ ହୋମ ଡିଫେନ୍ସ କର୍ପସର ଅଫିସିଆଲ୍ ୱେବସାଇଟ୍ dhanbad.nic.in ଭିଜିଟ୍ କରିବାକୁ ପଡିବ ।

ପଦବୀ ଡିଟେଲ୍ସ
ଝାଡଖଣ୍ଡ ହୋମ୍ ଗାର୍ଡର ଏହି ନିଯୁକ୍ତି ଡ୍ରାଇଭ ମାଧ୍ୟମରେ ମୋଟ୍ ୧୪୭୮ ଟି ପଦବୀରେ ନିଯୁକ୍ତ ଦିଆଯିବ । ଏଥିମଧ୍ୟରୁ ୬୩୮ ଟି ପୋଷ୍ଟ ଗ୍ରାମୀଣ କ୍ୟାଡର ଓ ୮୪୦ ଟି ପୋଷ୍ଟ ସହରୀ କ୍ୟାଡର ପାଇଁ ରହିଛି । ଏହା ମଧ୍ୟ ଜାଣି ରଖନ୍ତୁ ଯେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୧୭ ମାର୍ଚ୍ଚ ୨୦୨୩ ରହିଛି ।

କିଏ କରିପାରିବେ ଆବେଦନ 
ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ ଶିକ୍ଷାଗତ ଯୋଗ୍ୟତା ବିଜ୍ଞପ୍ତିରେ ବିସ୍ତୃତ ଭାବରେ ଦିଆଯାଇଛି । ଯେଉଁ ପ୍ରାର୍ଥୀମାନେ ଗ୍ରାମାଞ୍ଚଳ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନଙ୍କ ପାଖରେ ସପ୍ତମ ପାସ୍ ସାର୍ଟିଫିକେଟ ଥିବା ଆବଶ୍ୟକ । ସହରାଞ୍ଚଳ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ପାଖରେ ଦଶମ ପାସ୍ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ । ଯଦି ଆମେ ବୟସ ସୀମା ବିଷୟରେ ଆଲୋଚନା କରିଆ, ତେବେ ଏହି ପଦବୀରେ ଆବେଦନ ପାଇଁ ସର୍ବନିମ୍ନ ବୟସ ୧୯ ଓ ସର୍ବାଧିକ ବୟସ ୪୦ ବର୍ଷ  ମଧ୍ୟରେ ରହିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା
ଶାରୀରିକ ପରୀକ୍ଷା, ହିନ୍ଦୀ ପରୀକ୍ଷା ଓ ଟେକ୍ନିକାଲ ପରୀକ୍ଷା ମାଧ୍ୟମରେ ଝାଡଖଣ୍ଡ ହୋମଗାର୍ଡ ପଦ ପାଇଁ ପ୍ରାର୍ଥୀ ଚୟନ କରାଯିବ । ପରୀକ୍ଷଣର ଅନେକ ପର୍ଯ୍ୟାୟ ପାସ୍ କରିବା ପରେ ହିଁ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସବିଶେଷ ତଥ୍ୟ ଜାଣିବାକୁ, ଆପଣ ଦିଆଯାଇଥିବା ଅଫିସିଆଲ୍ ୱେବସାଇଟ Rportalhg.egovdhn.in ରେ ଭିଜିଟ୍ କରି ବିଜ୍ଞପ୍ତିକୁ ଯାଞ୍ଚ କରିପାରିବେ ।

ଆବେଦନ ଶୁଳ୍କ?
ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଭାବେ ଦେବାକୁ ପଡିବ । Rportalhg.egovdhn.in ଲିଙ୍କରେ ଭଜିଟ୍ କରି ଏହି ପେମେଣ୍ଟ କରିବାକୁ ପଡିବ । ପ୍ରାର୍ଥୀମାନଙ୍କୁ ଏଠାରେ ପ୍ରଦାନ କରାଯାଇଥିବା ଅନଲାଇନ୍ ଆବେଦନ ଫର୍ମ ମାଧ୍ୟମରେ ମଧ୍ୟ ଆବେଦନ କରିବାକୁ ପଡିବ ।

ଏହା ବି ପଢ଼ନ୍ତୁ: India Post Recruitment 2023: ପୋଷ୍ଟ ଅଫିସ ୪୦,୮୮୯ ପଦବୀରେ ନିଯୁକ୍ତି ଦେବା ପାଇଁ ଜାରି କଲା ବିଜ୍ଞପ୍ତି, ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ