JEE Main Results 2023: ପ୍ରକାଶ ପାଇଲା JEE ମେନ୍ ପରୀକ୍ଷାର ଫଳାଫଳ, ଏପରି ଚେକ୍ କରନ୍ତୁ ରେଜଲ୍ଟ
Advertisement

JEE Main Results 2023: ପ୍ରକାଶ ପାଇଲା JEE ମେନ୍ ପରୀକ୍ଷାର ଫଳାଫଳ, ଏପରି ଚେକ୍ କରନ୍ତୁ ରେଜଲ୍ଟ

JEE Main Result 2023: NTA JEE ମୁଖ୍ୟ ଫଳାଫଳ ୨୦୨୩ ଅଫିସିଆଲ୍ ୱେବସାଇଟ୍ - jeemain.nta.nic.in ଏବଂ ntaresults.nic.in ରେ ଉପଲବ୍ଧ ଅଛି । ଜାନୁଆରୀ ଅଧିବେଶନ ପରୀକ୍ଷା ପାଇଁ ହାଜର ହୋଇଥିବା ପ୍ରାର୍ଥୀମାନେ ଆବେଦନପତ୍ର ଓ ଜନ୍ମ ତାରିଖ ପରି ସେମାନଙ୍କର ପରିଚୟପତ୍ର ସହିତ ଲଗ୍ ଇନ୍ କରି ଫଳାଫଳ ଡାଉନଲୋଡ୍ କରିପାରିବେ ।

JEE Main Results 2023: ପ୍ରକାଶ ପାଇଲା JEE ମେନ୍ ପରୀକ୍ଷାର ଫଳାଫଳ, ଏପରି ଚେକ୍ କରନ୍ତୁ ରେଜଲ୍ଟ

JEE Main Session 1 Result 2023: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପ୍ରଥମ ପର୍ଯ୍ୟାୟ ଅର୍ଥାତ୍ ଇଞ୍ଜିନିୟରିଂ ଆଡମିଶନ ପାଇଁ ଦେଶର ସର୍ବ ବୃହତ ମିଳିତ ପ୍ରବେଶିକା ପରୀକ୍ଷା JEE MAINs 2023 ର ପ୍ରଥମ ପର୍ଯ୍ୟାୟ ବା ଜାନୁଆରୀ ଅଧିବେଶନ ପାଇଁ ପେପର ୧ (BE, BTech) ର ଫଳାଫଳ ଘୋଷଣା କରିଛି । NTA JEE ମୁଖ୍ୟ ଫଳାଫଳ ୨୦୨୩ ଅଫିସିଆଲ୍ ୱେବସାଇଟ୍ - jeemain.nta.nic.in ଏବଂ ntaresults.nic.in ରେ ଉପଲବ୍ଧ ଅଛି । ଜାନୁଆରୀ ଅଧିବେଶନ ପରୀକ୍ଷା ପାଇଁ ହାଜର ହୋଇଥିବା ପ୍ରାର୍ଥୀମାନେ ଆବେଦନପତ୍ର ଓ ଜନ୍ମ ତାରିଖ ପରି ସେମାନଙ୍କର ପରିଚୟପତ୍ର ସହିତ ଲଗ୍ ଇନ୍ କରି ଫଳାଫଳ ଡାଉନଲୋଡ୍ କରିପାରିବେ ।

JEE Mains Result 2023 Session 1 Toppers ଏହି ଛାତ୍ରମାନଙ୍କୁ ମିଳିଛି ୧୦୦ ପ୍ରତିଶତ

ଅନେକ ଛାତ୍ର NTA JEE Main 2023 ର ପ୍ରଥମ ପର୍ଯ୍ୟାୟ ଫଳାଫଳରେ ଶୀର୍ଷରେ ରହିଛନ୍ତି । JEE Main 2023 ର ଜାନୁଆରୀ ଅଧିବେଶନରେ ଶତ ପ୍ରତିଶତ ସ୍କୋର କରିଥିବା ଛାତ୍ରମାନଙ୍କ ମଧ୍ୟରେ କୌଶଲ ବିଜୟଭର୍ଗିଆ, ଦେଶକ ପ୍ରତାପ ସିଂ, ହର୍ଷଲ ସଞ୍ଜୟ ଭୋଇ, ସୋହମ୍ ଦାସ, ଦିବ୍ୟଶ ହେମେନ୍ଦ୍ର ସିନ୍ଦେ ଏବଂ କୃଷ୍ଣ ଗୁପ୍ତ ବିଦ୍ୟାଧର ଅଛନ୍ତି ।

JEE Main 2023 ସେଶନ୍ ୧ ପରୀକ୍ଷା ଜାନୁଆରୀ ୨୪, ୨୫, ୨୮, ୨୯, ୩୦, ୩୧ ଏବଂ ଫେବୃଆରୀ ୧ରେ ଆୟୋଜନ ହୋଇଥିଲା । ଚଳିତ ବର୍ଷ ନଅ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ କେବଳ JEE ମେନ୍ ଜାନୁଆରୀ ଅଧିବେଶନ ପରୀକ୍ଷା ପାଇଁ ପଞ୍ଜୀକୃତ କରାଇଥିଲେ । ମୋଟ ଆବେଦନକାରୀଙ୍କ ମଧ୍ୟରୁ ୮.୬ ଲକ୍ଷ ଛାତ୍ରଛାତ୍ରୀ ପେପର ୧ ଅର୍ଥାତ୍ BE, B.Tech ପାଇଁ ପଞ୍ଜିକୃତ ହୋଇଛନ୍ତି, ଯେଉଁଥିରେ ଛଅ ଲକ୍ଷରୁ ଅଧିକ ପୁରୁଷ ପ୍ରାର୍ଥୀ ଓ ୨.୬ ଲକ୍ଷରୁ ଅଧିକ ମହିଳା ଛାତ୍ର ଅନ୍ତର୍ଭୁକ୍ତ ଅଛନ୍ତି । JEE Mains 2023 ଫଳାଫଳ ଆଧାରରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (NITs), ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (IIITs) ଏବଂ JEE ଆଡଭାନ୍ସ 2023 ରେ ଆଡମିଶନ ପାଇଁ ଯୋଗ୍ୟ ହେବେ । JEE Main 2023 ସେଶନ 2 ଏପ୍ରିଲ  ୬, ୭, ୮, ୯, ୧୦, ୧୧, ୧୨ରେ ଅନୁଷ୍ଠିତ ହେବ ।

ଅଧିକ ପଢ଼ନ୍ତୁ:-ପିଏମ କିସାନର କିସ୍ତି ଆସିବା ପୂର୍ବରୁ ଆସିଲା ଖୁସି ଖବର, ଅମିତ ଶାହଙ୍କ ଏହି ପଦକ୍ଷେପରୁ ଖୁସିରେ ନାଚି ଉଠିବେ ଚାଷୀ!

ଅଧିକ ପଢ଼ନ୍ତୁ:-୨୭ ବର୍ଷୀୟ ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ଜବରଦସ୍ତି ଶାରୀରିକ ସମ୍ପର୍କ ରଖିଲା କୋଚ୍, ପରେ ଫଟୋ ଭାଇରାଲ୍ କରିବାକୁ ଧମକ

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିବେ ଏହି ଘାତକ ବୋଲର! ହଠାତ୍ ସାମ୍ନାକୁ ଆସିଲା ବଡ଼ ସୂଚନା

 

ୱେବସାଇଟରେ ଏପରି ଚେକ୍ କରନ୍ତୁ JEE Mains 2021 ରେଜଲ୍ଟ 

ଷ୍ଟେପ୍ ୧: ଅଫିସିଆଲ୍ ୱେବସାଇଟ୍ jeemain.nta.nic.in କିମ୍ବା ntaresults.nic.in ଭିଜିଟ୍ କରନ୍ତୁ ।

ଷ୍ଟେପ୍ ୨: ହୋମପେଜରେ 'JEE Main 2023 session 1 results'ଲିଙ୍କରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍ ୩: ଆପଣଙ୍କର ଆପଲିକେଶନ ନମ୍ବର, ଜନ୍ମ ତାରିଖ ଏବଂ ସୁରକ୍ଷା କୋଡ୍ ପ୍ରବେଶ କରନ୍ତୁ ।

ଷ୍ଟେପ୍ ୪: ସବିଶେଷ ତଥ୍ୟ ପୂରଣ କରିବା ପରେ 'ସବମିଟ୍' ବଟନ୍ ଉପରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍ ୫: ସେଶନ 1 ପାଇଁ JEE ମେନ୍ ର  ଫଳାଫଳ ସ୍କ୍ରିନରେ ପ୍ରଦର୍ଶିତ ହେବ ।

ଷ୍ଟେପ୍ ୬: JEE ମେନ୍ ସେଶନ 1 ଫଳାଫଳ ଡାଉନଲୋଡ୍ କରନ୍ତୁ ଓ ଭବିଷ୍ୟତରେ ବ୍ୟବହାର ପାଇଁ ଏକ ପ୍ରିଣ୍ଟଆଉଟ୍ ନେଇ ରଖନ୍ତୁ ।