Employment: 'ଛଟେଇ ପର୍ବ' ବେଳେ ଆସିଲା ଖୁସି ଖବର, ଦୁଇ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ଏହି କମ୍ପାନୀ
Advertisement

Employment: 'ଛଟେଇ ପର୍ବ' ବେଳେ ଆସିଲା ଖୁସି ଖବର, ଦୁଇ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ଏହି କମ୍ପାନୀ

Employment in Infosys: ଆଗାମୀ ଦିନରେ ଆଇଟି କ୍ଷେତ୍ରରେ ୨ ଲକ୍ଷ  ନିଯୁକ୍ତି ସୃଷ୍ଟି ହେବ ବୋଲି ଇନଫୋସିସ୍ ସହ-ପ୍ରତିଷ୍ଠାତା, ସେନାପତି କ୍ରିସ୍ ଗୋପାଳକ୍ରିଷ୍ଣନ୍ ସୂଚନା ଦେଇଛନ୍ତି। ଏହା ଦ୍ୱାରା ଭାରତୀୟ ଆଇଟି ସେବାରେ ବିଶ୍ୱ ବ୍ୟବସାୟ ତଥା ବହୁ ରାଷ୍ଟ୍ରୀୟ ନିଗମର ବିଶ୍ୱାସ ବୃଦ୍ଧି ହୋଇଛି ବୋଲି ଗୋପାଳକ୍ରିଷ୍ଣନ୍ କହିଛନ୍ତି।

Employment: 'ଛଟେଇ ପର୍ବ' ବେଳେ ଆସିଲା ଖୁସି ଖବର, ଦୁଇ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ଏହି କମ୍ପାନୀ

Employment in Infosys, ବେଙ୍ଗାଲୁରୁ: ବିଶ୍ୱବ୍ୟାପୀ ଏବେ ଛଟେଇ ପର୍ବ ଚାଲିଛି। ଟେକ୍ନୋଲୋଜୀ ଠାରୁ ଆରମ୍ଭ କରି ସର୍ଭିସ୍, ସମସ୍ତ କ୍ଷେତ୍ରରେ କର୍ମଚାରୀଙ୍କୁ ବାହାର କରାଯାଉଛି। କିନ୍ତୁ ଏହି ସମୟରେ ଏକ ଖୁସି ଖବର ଆସିଛି। ଆମେରିକୀୟ କମ୍ପାନୀ ଚାକିରିରୁ ବିତାଡିତ କରୁଥିବା ବେଳେ ଭାରତୀୟ କମ୍ପାନୀ ନିଯୁକ୍ତି ଦେବ। ଆଗାମୀ ଦିନରେ ଆଇଟି କ୍ଷେତ୍ରରେ ୨ ଲକ୍ଷ  ନିଯୁକ୍ତି ସୃଷ୍ଟି ହେବ ବୋଲି ଇନଫୋସିସ୍ ସହ-ପ୍ରତିଷ୍ଠାତା, ସେନାପତି କ୍ରିସ୍ ଗୋପାଳକ୍ରିଷ୍ଣନ୍ ସୂଚନା ଦେଇଛନ୍ତି। 

ବେଙ୍ଗାଲୁରୁରେ ଏକ ଟେକ୍ ସମ୍ମିଳନୀରେ ଯୋଗ ଦେଇ ଇନଫୋସିସ୍ ସହ-ପ୍ରତିଷ୍ଠାତା କ୍ରିସ୍ ଗୋପାଳକ୍ରିଷ୍ଣନ୍ କହିଛନ୍ତି ଯେ, ମହାମାରୀ ସମୟରେ ଡିଜିଟାଲାଇଜେସନ୍ ତ୍ୱରାନ୍ୱିତ ହୋଇଛି। ଭାରତୀୟ ଆଇଟି କମ୍ପାନୀ ଏବଂ ଭାରତରେ ଥିବା ବିଶ୍ୱର ବିକାଶ କେନ୍ଦ୍ର ଗୁଡିକ ପ୍ରମାଣ କରି ଦେଖାଇଛନ୍ତି ଯେ, ଯେକୌଣସି ଆଘାତକୁ ପ୍ରତିହତ କରିବା ପାଇଁ ସେମାନଙ୍କର ଦକ୍ଷତା  ରହିଛି ଏବଂ ସେମାନେ ସଫଳତା ହାସଲ କରିବା ପାଇଁ ସକ୍ଷମ। ଏହା ଦ୍ୱାରା ଭାରତୀୟ ଆଇଟି ସେବାରେ ବିଶ୍ୱ ବ୍ୟବସାୟ ତଥା ବହୁ ରାଷ୍ଟ୍ରୀୟ ନିଗମର ବିଶ୍ୱାସ ବୃଦ୍ଧି ହୋଇଛି ବୋଲି ଗୋପାଳକ୍ରିଷ୍ଣନ୍ କହିଛନ୍ତି।

Also Read: Indian railway: ରେଳ କର୍ମଚାରୀଙ୍କ ବୃଦ୍ଧି ପାଇବ ଦରମା, ରେଳମନ୍ତ୍ରୀ କଲେ ବଡ ଘୋଷଣା

ଆଇଟି ଇଣ୍ଡଷ୍ଟ୍ରିକୁ ଅନେକ ସମୟରେ ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ପଡିଛି ଏବଂ ପଡୁଛି। ହେଲେ ଆଗାମୀ ଦିନରେ ପୁଣି IT କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି ଏବଂ କର୍ମଚାରୀମାନଙ୍କ ପାଇଁ ପୁଣି ନୂଆ ସୁଯୋଗ ସୃଷ୍ଟି ହେବ। ଏହା ସହ ଏହି କ୍ଷେତ୍ରରେ ଚ୍ୟାଲେଞ୍ଜ ସାମ୍ନା କରିବା ପାଇଁ ପଡିବ। ହେଲେ ତା ସହିତ ଅଭିବୃଦ୍ଧି ମଧ୍ୟ ଜାରି ରଖିବା ପାଇଁ ପଡିବ। ଭବିଷ୍ୟତରେ ଅତି କମରେ ୨ ଲକ୍ଷ ଲୋକଙ୍କୁ IT କ୍ଷେତ୍ରେ ନିଯୁକ୍ତି ମିଳିବ। ଶିଳ୍ପ ଧର୍ମ ନିରପେକ୍ଷ ଭାବେ ବୃଦ୍ଧି ପାଇବ। କାରଣ ଆଗାମୀ ଅନେକ ବର୍ଷ ମଧ୍ୟରେ ଟେକ୍ନୋଲୋଜି ଏବଂ ଡିଜିଟାଲାଇଜେସନ୍ ବିନିଯୋଗ ଜାରି ରହିବ ବୋଲି ଇନଫୋସିସ୍ ସହ-ପ୍ରତିଷ୍ଠାତା କହିଛନ୍ତି।

ସୂଚନାଯୋଗ୍ୟ, ଟ୍ୱିଟରକୁ ଅଧିଗ୍ରହଣ କରିବା ପରେ ଏଲୋନ ମସ୍କ ଏକ ବଡ ଧରଣର ଛଟେଇ କରିଛନ୍ତି। କମ୍ପାନୀର ୧୦ ପ୍ରତିଶତରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ବାହାର କରାଯାଇଛି। ଫେସବୁକ ମଧ୍ୟ ବିଶ୍ୱବ୍ୟାପୀ ୧୧୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଗତ ସପ୍ତାହରେ ଆମାଜୋନ ତାର ୧୦୦୦୦ କର୍ମଚାରୀଙ୍କୁ ବାହାର କରିଛି। ବର୍ତ୍ତମାନ ଜୋମାଟୋ ମଧ୍ୟ କର୍ମଚାରୀଙ୍କୁ ବାହାର କରିବାକୁ ନିଷ୍ପତ୍ତି ନେଇଛି। ଯୋଗ୍ୟତା ଦେଖି କର୍ମଚାରୀଙ୍କୁ ଛଟେଇ କରାଯିବ ବୋଲି ଜୋମାଟୋ କହିଛି।