Indian Railway Recruitment 2023: ରେଳ କୋଚ କାରଖାନାର ୫୫୦ ପଦ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ ଶେଷ ତାରିଖ
Advertisement
Article Detail0/zeeodisha/odisha1562102

Indian Railway Recruitment 2023: ରେଳ କୋଚ କାରଖାନାର ୫୫୦ ପଦ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ ଶେଷ ତାରିଖ

Indian Railway Coach Factory Recruitment 2023:  ଏହି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଆରସିଏଫ ଅଫିସିଆଲ୍ ୱେବସାଇଟ୍ rcf.indianrailways.gov.in ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଆସନ୍ତା ୪ ମାର୍ଚ୍ଚ। କାପୁରଥାଲାସ୍ଥିତ ରେଳ କୋଚ୍ କାରଖାନାର ୫୫୦ ପଦ ପୂରଣ ପାଇଁ ହେବ ନିଯୁକ୍ତି ପ୍ରକ୍ରିୟା।

Indian Railway Recruitment 2023: ରେଳ କୋଚ କାରଖାନାର ୫୫୦ ପଦ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ ଶେଷ ତାରିଖ

RCF Kapurthala Recruitment 2023: ପଞ୍ଜାବ କାପୁରଥାଲାସ୍ଥିତ ରେଳ କୋଚ୍ କାରଖାନାର ୫୫୦ ପଦ ପାଇଁ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା। ଏହି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ଆରସିଏଫ ଅଫିସିଆଲ୍ ୱେବସାଇଟ୍ rcf.indianrailways.gov.in ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଆସନ୍ତା ୪ ମାର୍ଚ୍ଚ। କାପୁରଥାଲାସ୍ଥିତ ରେଳ କୋଚ୍ କାରଖାନାର ୫୫୦ ପଦ ପୂରଣ ପାଇଁ ହେବ ନିଯୁକ୍ତି ପ୍ରକ୍ରିୟା।

ଜାଣନ୍ତୁ କେଉଁ କେଉଁ ପଦ ପାଇଁ ହେବ ନିଯୁକ୍ତି...

  • ଫିଟର: ୨୧୫
  • ୱେଲଡର୍: ୨୩୦
  • ମେକାନିକ: ୫
  • ପେଣ୍ଟର: ୫
  • ଇଳେକ୍ଟ୍ରିସିଆନ: ୭୫
  • AC ଏବଂ Ref ମେକାନିକ୍: ୧୫

ଯୋଗ୍ୟତା, ଚୟନ ପ୍ରକ୍ରିୟା ଏବଂ ଅନ୍ୟାନ୍ୟ ବିବରଣୀ 
ଏହି ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ଦଶମ କିମ୍ବା ଏହା ଠାରୁ ତଦୁର୍ଦ୍ଧ ପରୀକ୍ଷାରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା
ପ୍ରାର୍ଥୀ ଚୟନ ବିଜ୍ଞପ୍ତି ବିରୋରେ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀଙ୍କ ଚୟନ ମେରିଟ୍ ତାଲିକା ଆଧାରରେ ହେବ। ଯେଉଁ ବିଭାଗରେ ପ୍ରାର୍ଥୀ ଆବେଦନ କରିବେ ସେହି ବିଭାଗରେ ମାଟ୍ରିକ୍ୟୁଲେସନ୍ ସହିତ ଆଇଟିଆଇ ମାର୍କରେ ଧାର୍ଯ୍ୟ ପ୍ରତିଶତ ନମ୍ବର ରଖିବାକୁ ହେବ।

ଆବେଦନ ଶୁଳ୍କ
ଆବେଦନ ଶୁଳ୍କ ₹୧୦୦/-ଅନ୍ଲାଇନ୍ ମୋଡ୍ ମାଧ୍ୟମରେ ପ୍ରଦାନ କରାଯିବ। ଆବେଦନ ଶୁଳ୍କ ନଗଦ ଟଙ୍କା, ଚେକ୍, ମନି ଅର୍ଡର, ଆଇପିଓ କିମ୍ବା ଡିମାଣ୍ଡ ଡ୍ରାଫ୍ଟ ଜରିଆରେ ଗ୍ରହଣ କରାଯିବ ନାହିଁ।