Indian Navy Recruitment 2023: ଭାରତୀୟ ନୌସେନାରେ ବିନା ପରୀକ୍ଷାରେ ଦିଆଯାଉଛି ନିଯୁକ୍ତି, ମହିଳାମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ
Advertisement

Indian Navy Recruitment 2023: ଭାରତୀୟ ନୌସେନାରେ ବିନା ପରୀକ୍ଷାରେ ଦିଆଯାଉଛି ନିଯୁକ୍ତି, ମହିଳାମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

Indian Navy Recruitment 2023: ସେନାରେ ଚାକିରୀ କରିବାକୁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଭାରତୀୟ ନୌସେନା ତରଫରୁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ବିଶେଷ କଥା ହେଉଛି ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ, ବରଂ ପ୍ରାର୍ଥୀମାନେ ନିଜେ SSB ସାକ୍ଷାତକାରରୁ ଚୟନ ହେବେ ।

ସୌ: ସୋସିଆଲ ମିଡିଆ

Indian Navy Recruitment 2023: ସେନାରେ ଚାକିରୀ କରି ଦେଶର ସେବା କରିବାକୁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଭାରତୀୟ ନୌସେନାରେ (Indian Navy) ଏକ ସୁବର୍ଣ୍ଣ ସୁଯୋଗ ରହିଛି । ବିଶେଷ କଥା ହେଉଛି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ହେବ ନାହିଁ, ବରଂ ପ୍ରାର୍ଥୀମାନେ ନିଜେ ଏସଏସବି ସାକ୍ଷାତକାରରୁ (SSB interview) ମନୋନୀତ ହେବେ । ଆପଣଙ୍କୁ କହିରଖୁଛୁ ଯେ ଏସଏସସି କାର୍ଯ୍ୟନିର୍ବାହୀ ପଦବୀ (SSC Executive posts) ନିଯୁକ୍ତି ପାଇଁ ଭାରତୀୟ ନୌସେନା ଏକ ବିଜ୍ଞପ୍ତି ଜାରି କରିଛି । ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀ ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ ।

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୭୦ ଟି ପୋଷ୍ଟ ପୂରଣ ହେବ । ଯାହା ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଶନିବାର ଅର୍ଥାତ ୨୧ ଜାନୁୟାରୀରୁ ଆରମ୍ଭ ହୋଇଛି ଓ ଆବେଦନ କରିବାର ଶେଷ ତାରିଖ ୫ ଫେବୃଆରୀ ରଖାଯାଇଛି । ପ୍ରାର୍ଥୀମାନେ ନୌସେନାର ଅଫିସିଆଲ୍ ୱେବସାଇଟ୍ joinindiannavy.gov.in ଭିଜିଟ କରି ନିଯୁକ୍ତି ପାଇଁ ରେଜିଷ୍ଟ୍ରେସନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା
ଆବେଦନକାରୀ ପ୍ରାର୍ଥୀ ସର୍ବନିମ୍ନ ୬୦% ମାର୍କ ସହିତ ନିଶ୍ଚିତ ଭାବରେ MSc / BE / B Tech / M Tech କିମ୍ବା BCA / BSc ସହିତ ଡିଗ୍ରୀ ହାସଲ କରିବା ଆବଶ୍ୟକ । ଏହା ବ୍ୟତୀତ କଟ୍ ଅଫ୍ ମାର୍କରେ ୫% ଆରାମ ମଧ୍ୟ ଏନସିସି ପ୍ରାର୍ଥୀଙ୍କୁ ଦିଆଯିବ ।

ବୟସ ସୀମା
ସର୍ବନିମ୍ନ ବୟସ: ୨୧ ବର୍ଷ 
ସର୍ବାଧିକ ବୟସ: ୪୦ ବର୍ଷ

ଗୁରୁତ୍ୱପୂର୍ଣ୍ଣ ତାରିଖ
ଆବେଦନ ଆରମ୍ଭ ତାରିଖ: ୨୧/୦୧/୨୦୨୩ 
ଆବେଦନ ଶେଷ ତାରିଖ : ୦୫/୦୨/୨୦୨୩ 

ଚୟନ ପ୍ରକ୍ରିୟା

ପ୍ରାର୍ଥୀମାନେ ନିଜ ନିଜ ଡିଗ୍ରୀରେ ମିଳିଥିବା ମାର୍କ ଆଧାରରେ ସର୍ଟଲିଷ୍ଟ ହେବେ । ଏହା ପରେ ସେମାନଙ୍କୁ ଏସଏସବି ସାକ୍ଷାତକାର ପାଇଁ ଡକାଯିବ । SSB ରେ ପ୍ରାପ୍ତ ମାର୍କ ଆଧାରରେ ଅନ୍ତିମ ମେରିଟ୍ ତାଲିକା ପ୍ରସ୍ତୁତ ହେବ ।

ଏପରି କରନ୍ତୁ ଆବେଦନ
ପ୍ରାର୍ଥୀମାନେ ନୌସେନାର ଅଫିସିଆଲ୍ ୱେବସାଇଟ୍ joinindiannavy.gov.in ଭିଜିଟ କରି ନିଯୁକ୍ତି ପାଇଁ ରେଜିଷ୍ଟ୍ରେସନ କରିପାରିବେ ।

ଏହା ବି ପଢ଼ନ୍ତୁ: Indian Map: ଭାରତୀୟ ମାନଚିତ୍ରରେ ସବୁବେଳେ କାହିଁକି ଦେଖାଯାଏ ଶ୍ରୀଲଙ୍କା? ଜାଣନ୍ତୁ ଏହା ପଛରେ କ'ଣ ରହିଛି କାରଣ?

ଏହା ବି ପଢ଼ନ୍ତୁ: Tyres: ଟାୟାର ରଙ୍ଗ କେବଳ କଳା କାହିଁକି ହୋଇଥାଏ? ନାଲି-ହଳଦିଆ-ନୀଳ କ'ଣ ପାଇଁ ନୁହେଁ, ଜାଣନ୍ତୁ ଉତ୍ତର

ଏହା ବି ପଢ଼ନ୍ତୁ: Bachelor TAX: ଗର୍ଲଫ୍ରେଣ୍ଡ ନ ଥିଲେ ଦେବାକୁ ପଡିବ ଟ୍ୟାକ୍ସ, ଜାଣନ୍ତୁ ଦୁନିଆର କିଛି ଅଜବ TAX ବିଷୟରେ