India Post Recruitment 2023: ପୋଷ୍ଟ ଅଫିସ ୪୦,୮୮୯ ପଦବୀରେ ନିଯୁକ୍ତି ଦେବା ପାଇଁ ଜାରି କଲା ବିଜ୍ଞପ୍ତି, ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ
Advertisement

India Post Recruitment 2023: ପୋଷ୍ଟ ଅଫିସ ୪୦,୮୮୯ ପଦବୀରେ ନିଯୁକ୍ତି ଦେବା ପାଇଁ ଜାରି କଲା ବିଜ୍ଞପ୍ତି, ଦଶମ ପାସ୍ କରିଥିଲେ କରନ୍ତୁ ଆବେଦନ

India Post Recruitment 2023: ଡାକ ବିଭାଗରେ ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ବମ୍ପର ନିଯୁକ୍ତି ବାହାରିଛି । ଦେଶର ବିଭିନ୍ନ ରାଜ୍ୟରେ ବ୍ରାଞ୍ଚ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର ଓ ଡାକ ସେବକ ପଦବୀରେ ନିଯୁକ୍ତି ଦେବା ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ପଢ଼ନ୍ତୁ ବିସ୍ତୃତ ଭାବରେ ...। 

ସୌ: ସୋସିଆଲ ମିଡିଆ

India Post Recruitment 2023: ଡାକ ବିଭାଗରେ ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ବମ୍ପର ନିଯୁକ୍ତି ବାହାରିଛି । ଦେଶର ବିଭିନ୍ନ ରାଜ୍ୟରେ ବ୍ରାଞ୍ଚ ପୋଷ୍ଟମାଷ୍ଟର, ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟମାଷ୍ଟର ଓ ଡାକ ସେବକ ପଦବୀରେ ନିଯୁକ୍ତି ଦେବା ପାଇଁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ ଓଡ଼ିଶା, ୟୁପି, ବିହାର, ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ ସମେତ ଦେଶର ଅନେକ ରାଜ୍ୟ ଅନ୍ତର୍ଭୁକ୍ତ ରହିଛି । ବିଜ୍ଞପ୍ତି ଅନୁଯାୟୀ ମୋଟ ୪୦,୮୮୯ ଟି ପଦବୀରେ ନିଯୁକ୍ତି ପ୍ରଦାନ କରାଯିବ ।

ଦଶମ ପାସ୍ ପ୍ରାର୍ଥୀ ମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ । ଆବେଦନ କରିବାକୁ, ଯୋଗ୍ୟ ପ୍ରାର୍ଥୀଙ୍କୁ ପୋଷ୍ଟ ଅଫିସର ଅଫିସିଆଲ୍ ୱେବସାଇଟ୍ indiapostgdsonline.gov.in କୁ ଭିଜିଟ କରିବାକୁ ପଡିବ । ଆବେଦନ ପ୍ରକ୍ରିୟା ଆଜି ଠାରୁ ଅର୍ଥାତ ୨୭ ଜାନୁଆରୀ ୨୦୨୩ ଠାରୁ ଆରମ୍ଭ ହୋଇଛି । ଏଥି ସହିତ ଆବେଦନ ପ୍ରକ୍ରିୟା ଶେଷ ୧୬ ଫେବୃଆରୀ ୨୦୨୩ ରଖାଯାଇଛି । ଏହା ପରେ, ଆପଣ ଆପଣଙ୍କର ଆବେଦନକୁ ଫେବୃଆରୀ ୧୭ ରୁ ୧୯ ତାରୀଖ ମଧ୍ୟରେ ସଂଶୋଧନ କରିବାକୁ ସମର୍ଥ ହେବେ ।

fallback

India Post Recruitment 2023: ବୟସ ସୀମା
ନିଯୁକ୍ତି ପାଇଁ ବୟସ ସୀମା ୧୮ ରୁ ୪୦ ବର୍ଷ ମଧ୍ୟରେ ରଖାଯାଇଛି । ସର୍ବାଧିକ ବୟସ ସୀମା ମଧ୍ୟରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ମଧ୍ୟ ଆରାମ ପ୍ରଦାନ କରାଯିବ ।

India Post Recruitment 2023: ଚୟନ ପ୍ରକ୍ରିୟା
ମେରିଟ ଲିଷ୍ଟ ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ । ଯାହା ଦଶମରୁ ମିଳିଥିବା ମାର୍କ ଆଧାରରେ ପ୍ରସ୍ତୁତ ହେବ । ମନୋନୀତ ପ୍ରାର୍ଥୀଙ୍କ ତାଲିକା ସରକାରୀ ପୋର୍ଟାଲରେ ସେୟାର କରାଯିବ । ଯେଉଁ ପ୍ରାର୍ଥୀଙ୍କ ନାମ ମେରିଟ ଲିଷ୍ଟରେ ଆସିବ, ସେମାନଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ଡକାଯିବ ।

ଏହା ବି ପଢ଼ନ୍ତୁ: OSSC recruitment 2023: ରାଜ୍ୟର ମେଡିକାଲ ଇଣ୍ଡଷ୍ଟ୍ରିରେ ହେଉଛି ବମ୍ଫର ଭର୍ତ୍ତି, +୨ ପାସ୍ କରିଥିଲେ କରନ୍ତୁ ଆବେଦନ

ଏହା ବି ପଢ଼ନ୍ତୁ: Indian Map: ଭାରତୀୟ ମାନଚିତ୍ରରେ ସବୁବେଳେ କାହିଁକି ଦେଖାଯାଏ ଶ୍ରୀଲଙ୍କା? ଜାଣନ୍ତୁ ଏହା ପଛରେ କ'ଣ ରହିଛି କାରଣ?

ଏହା ବି ପଢ଼ନ୍ତୁ: NDA CDS Application 2023: ଭାରତୀୟ ସେନାରେ ଅଫିସର ହେବାକୁ ଚାହୁଁଛନ୍ତି କି, ତେବେ ଆଜି ହିଁ ଭରନ୍ତୁ ଫର୍ମ