CTET ପରୀକ୍ଷାକୁ ନେଇ CBSE ଜାରିକଲା ସଂକ୍ଷିପ୍ତ ବିଜ୍ଞପ୍ତି; ଏହା ରହିଛି ଗୁରୁତ୍ୱପୂର୍ଣ୍ଣ ସୂଚନା
Advertisement

CTET ପରୀକ୍ଷାକୁ ନେଇ CBSE ଜାରିକଲା ସଂକ୍ଷିପ୍ତ ବିଜ୍ଞପ୍ତି; ଏହା ରହିଛି ଗୁରୁତ୍ୱପୂର୍ଣ୍ଣ ସୂଚନା

CTET 2022 Notification: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପ୍ରତିବର୍ଷ ଜୁଲାଇ ଓ ଡିସେମ୍ବର ମାସରେ ଦୁଇଥର CTET ପରୀକ୍ଷା କରିଥାଏ । ଜୁଲାଇରେ ହେବାକୁ ଥିବା ପରୀକ୍ଷା ପାଇଁ ମାର୍ଚ୍ଚରେ ବିଜ୍ଞପ୍ତି ଜାରି କରାଯାଉଥିବାବେଳେ, ଡିସେମ୍ବରରେ ହେବାକୁ ଥିବା ପରୀକ୍ଷା ପାଇଁ ସେପ୍ଟେମ୍ବରରେ ବିଜ୍ଞପ୍ତି ଜାରି କରାଯାଇଥାଏ ।

ସୌ: ସୋସିଆଲ ମିଡିଆ

CTET 2022 Notification: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଗୁରୁବାର ଡିସେମ୍ବର ୨୦୨୨ ରେ CTET ପରୀକ୍ଷା ସମ୍ବନ୍ଧରେ ଏକ ସଂକ୍ଷିପ୍ତ ବିଜ୍ଞପ୍ତି ଜାରି କରିଛି । ସିବିଏସ୍ଇ ଦ୍ୱାରା ଜାରି ଏହି ବିଜ୍ଞପ୍ତି ଅନୁଯାୟୀ, ଚଳିତ ବର୍ଷ ଡିସେମ୍ବର ମାସରେ CTET ପରୀକ୍ଷା କମ୍ପ୍ୟୁଟର ଆଧାରିତ ପରୀକ୍ଷା ମୋଡ୍ ରେ କରାଯିବ । ୨୦ ଟି ଭାଷାରେ CTET ପରୀକ୍ଷା କରାଯିବ ।

CTET ପରୀକ୍ଷାକୁ ନେଇ CBSE ଜାରି କଲା ସଂକ୍ଷିପ୍ତ ବିଜ୍ଞପ୍ତି 

ବିଜ୍ଞପ୍ତିରେ କୁହାଯାଇଛି ଯେ ପରୀକ୍ଷା, ସିଲାବସ୍, ଭାଷା, ଯୋଗ୍ୟତା ମାନଦଣ୍ଡ, ପରୀକ୍ଷା ଫି, ପରୀକ୍ଷା ସହର ଓ ଗୁରୁତ୍ୱପୂର୍ଣ୍ଣ ତାରିଖ ଧାରଣ କରିଥିବା ସବିଶେଷ ସୂଚନା ବୁଲେଟିନ୍ ଖୁବ୍ ଶୀଘ୍ର CTET ର ଅଫିସିଆଲ୍ ୱେବସାଇଟ୍ https://ctet.nic.in ରେ ଉପଲବ୍ଧ ହେବ । ଆଗ୍ରହୀ ପ୍ରାର୍ଥୀମାନଙ୍କୁ କେବଳ ଏହି ୱେବସାଇଟରୁ ସୂଚନା ବୁଲେଟିନ୍ ଡାଉନଲୋଡ୍ କରିବାକୁ ଓ ଆବେଦନ କରିବା ପୂର୍ବରୁ ଏହାକୁ ଭଲଭାବେ ପଢିବାକୁ ଅନୁରୋଧ କରାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ କେବଳ CTET ୱେବସାଇଟ https://ctet.nic.in ମାଧ୍ୟମରେ ଅନଲାଇନ୍ ଆବେଦନ କରିବା ଆବଶ୍ୟକ । ଅନଲାଇନ୍ ଆବେଦନ ପ୍ରକ୍ରିୟା ପାଇଁ ତାରିଖ ଧାର୍ଯ୍ୟ ସମୟରେ କହି ଦିଆଯିବ ।

କହିରଖୁଛୁ ଯେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CTET ପରୀକ୍ଷାର ପ୍ରକୃତ ତାରିଖ ଘୋଷଣା କରି ନାହିଁ, କିନ୍ତୁ ଗୁରୁବାର ଦିନ ସିବିଏସ୍ଇ ଦ୍ୱାରା ଜାରି ବିଜ୍ଞପ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି ପରୀକ୍ଷା ଚଳିତ ବର୍ଷ ଡିସେମ୍ବର ମାସରେ ହେବ । CBSE ଦ୍ୱାରା ଜାରି କରାଯାଇଥିବା ଏହି ସଂକ୍ଷିପ୍ତ ବିଜ୍ଞପ୍ତିରେ CTET ପରୀକ୍ଷାର ଆବେଦନ ଶୁଳ୍କ କୁହାଯାଇଛି । ଜେନେରାଲ୍ ଏବଂ ଓବିସି ବର୍ଗ ପାଇଁ ଦେୟ ପେପର-୧ କିମ୍ବା ପେପର-୨ ପାଇଁ ୧୦୦୦ ଟଙ୍କା ଓ ଉଭୟ ପେପର-୧ ଓ ପେପର-୨ ପାଇଁ ୧୨୦୦ ଟଙ୍କା ରହିଛି । ସେହିପରି, ଏସସି, ଏସଟି ଓ ଭିନ୍ନକ୍ଷମ ବର୍ଗ ପାଇଁ ପେପର-୧ କିମ୍ବା ପେପର-୨ ପାଇଁ ୫୦୦ ଟଙ୍କା ଓ ଉଭୟ ପେପର -୧ ଓ ପେପର-୨ ପାଇଁ ୬୦୦ ଟଙ୍କା ରଖା ଯାଇଛି ।

fallback

ପ୍ରତିବର୍ଷ ଜୁଲାଇ ଓ ଡିସେମ୍ବରରେ ଅନୁଷ୍ଠିତ ହୋଇଥାଏ ଏହି ପରୀକ୍ଷା 

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପ୍ରତିବର୍ଷ ଜୁଲାଇ ଓ ଡିସେମ୍ବର ମାସରେ ଦୁଇଥର CTET ପରୀକ୍ଷା କରିଥାଏ । ଜୁଲାଇରେ ହେବାକୁ ଥିବା ପରୀକ୍ଷା ପାଇଁ ମାର୍ଚ୍ଚରେ ବିଜ୍ଞପ୍ତି ଜାରି କରାଯାଉଥିବାବେଳେ, ଡିସେମ୍ବରରେ ହେବାକୁ ଥିବା ପରୀକ୍ଷା ପାଇଁ ସେପ୍ଟେମ୍ବରରେ ବିଜ୍ଞପ୍ତି ଜାରି କରାଯାଇଥାଏ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CTET ପରୀକ୍ଷା ପାଇଁ ଦୁଇଟି ପେପର ପରିଚାଳନା କରେ । ପେପର -୧ ସେହି ଛାତ୍ରମାନଙ୍କ ପାଇଁ, ଯେଉଁମାନେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରିବାକୁ ଚାହୁଁଛନ୍ତି । ଯେତେବେଳେ କି, ପେପର-୨ ହେଉଛି ଷଷ୍ଠ ରୁ ରୁ ୮ ଶ୍ରେଣୀ ଶିକ୍ଷାଦାନ କରୁଥିବା ପ୍ରାର୍ଥୀଙ୍କ ପାଇଁ । ଏହା ବ୍ୟତୀତ, ଏପରି ପ୍ରାର୍ଥୀମାନେ ଯେଉଁମାନେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ଦେବାକୁ ଚାହୁଁଛନ୍ତି, ସେମାନେ ପେପର -୧ ଓ ପେପର-୨ ପାସ କରିବା ଜରୁରୀ ।

ଏହା ବି ପଢ଼ନ୍ତୁ: ଲିଭ୍-ଇନରେ ରହି ସମ୍ପର୍କ ଖରାପ ହେଲେ ଦାଖଲ କରିପାରିବେ ନାହିଁ ଦୁଷ୍କର୍ମ ମାମଲା: ସୁପ୍ରିମକୋର୍ଟ