CHSE Exam 2023: ପ୍ରକାଶ ପାଇଲା ଥିଓରୀ-ପ୍ରାକ୍ଟିକାଲ ପରୀକ୍ଷା ତାରିଖ, ଜାଣନ୍ତୁ କାର୍ଯ୍ୟସୂଚୀ
Advertisement

CHSE Exam 2023: ପ୍ରକାଶ ପାଇଲା ଥିଓରୀ-ପ୍ରାକ୍ଟିକାଲ ପରୀକ୍ଷା ତାରିଖ, ଜାଣନ୍ତୁ କାର୍ଯ୍ୟସୂଚୀ

CHSE Exam 2023 Schedule: ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ବୋର୍ଡ ଅଫିସିଆଲ୍ ୱେବସାଇଟ୍ chseodisha.nic.in ପରିଦର୍ଶନ କରି ସିଏଚଏସଇ ପରୀକ୍ଷା କାର୍ଯ୍ୟସୂଚୀ ଡାଉନଲୋଡ୍ କରିପାରିବେ।

CHSE Exam 2023: ପ୍ରକାଶ ପାଇଲା ଥିଓରୀ-ପ୍ରାକ୍ଟିକାଲ ପରୀକ୍ଷା ତାରିଖ, ଜାଣନ୍ତୁ କାର୍ଯ୍ୟସୂଚୀ

CHSE Theory and Practical Exam 2023 Schedule: ଓଡ଼ିଶା ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ୨୦୨୩ ପାଇଁ କାର୍ଯ୍ୟସୂଚୀ ଜାରି କରିଛି। କଳା, ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି ସିଏଚଏସଇ। ଯାହା ମଧ୍ୟରେ ଦୂରନିରନ୍ତର ଶିକ୍ଷା ଏବଂ ଧନ୍ଦା ମୂଳକ ବିଭାଗର ପରୀକ୍ଷା ତାରିଖ ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ବୋର୍ଡ ଅଫିସିଆଲ୍ ୱେବସାଇଟ୍ chseodisha.nic.in ପରିଦର୍ଶନ କରି ସିଏଚଏସଇ ପରୀକ୍ଷା କାର୍ଯ୍ୟସୂଚୀ ଡାଉନଲୋଡ୍ କରିପାରିବେ।

ସିଏଚଏସଇ ଦ୍ୱାଦଶ ଶ୍ରେଣୀ ଥିଓରୀ ପରୀକ୍ଷା ତାରିଖ 
ସିଏଚଏସଇ ପରୀକ୍ଷା କାର୍ଯ୍ୟସୂଚୀ ୨୦୨୩ ଅନୁଯାୟୀ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ବିଭାଗ ପାଇଁ ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ। ସେହିପରି କଳା ଏବଂ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହେବ 

କିପରି ଡାଉନଲୋଡ୍ କରିବେ ଥିଓରୀ ପରୀକ୍ଷା କାର୍ଯ୍ୟସୂଚୀ?

  • ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସିଆଲ୍ ୱେବସାଇଟ୍ chseodisha.nic.in ପରିଦର୍ଶନ କରନ୍ତୁ।
  • ବିଜ୍ଞପ୍ତି ବିଭାଗ (Notification Section) ଅଧୀନରେ ବାର୍ଷିକ ଉଚ୍ଚ ମାଧ୍ୟମିକ ପରୀକ୍ଷା ୨୦୨୩ କାର୍ଯ୍ୟସୂଚୀ (Programme for Annual Higher Secondary Examination 2023) ଉପରେ କ୍ଲିକ୍ କରନ୍ତୁ।
  • କଳା, ବିଜ୍ଞାନ, ଏବଂ ବାଣିଜ୍ୟ ବିଭାଗ pdf ଫାଇଲ୍ ପାଇଁ ଓଡିଶା 2023 CHSE ସମୟ ସୂଚୀ ପରଦାରେ ଦେଖାଯିବ।
  • ପରୀକ୍ଷା ତାରିଖ, ସମୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶକୁ ଯତ୍ନର ସହିତ ଯାଞ୍ଚ କରନ୍ତୁ।
  • ଦ୍ୱାଦଶ ଶ୍ରେଣୀ ପରୀକ୍ଷା କାର୍ଯ୍ୟସୂଚୀ ୨୦୨୩ PDF ଡାଉନଲୋଡ୍ କରନ୍ତୁ ଏବଂ ଭବିଷ୍ୟତରେ ବ୍ୟବହାର ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍ କାଢି ଦିଅନ୍ତୁ।

ସିଏଚଏସଇ ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ୍ ପରୀକ୍ଷା ତାରିଖ ଏବଂ ସାଧାରଣ ନିର୍ଦ୍ଦେଶାବଳୀ
ବିଜ୍ଞାନ, କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ ପ୍ରାକ୍ଟିକାଲ୍ ପରୀକ୍ଷା ୧ ଫେବୃଆରୀରୁ ୧୦ ଫେବୃଆରୀ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱାଦଶ ଶ୍ରେଣୀ କିମ୍ବା ମଧ୍ୟବର୍ତ୍ତୀ ପରୀକ୍ଷା ୨୦୨୩ ଅପ୍ରେଲ୍ ୫ ତାରିଖରେ ଶେଷ ହେବ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲ ମଧ୍ୟରେ ୩୦ ମିନିଟ ପୂର୍ବରୁ ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କୁ ଦିଆଯାଇଥିବା ଆନସରେ ବସିବା ପାଇଁ ୧୫ ମିନିଟ୍ ପୂର୍ବରୁ ପରୀକ୍ଷା କକ୍ଷରେ ପ୍ରବେଶ କରନ୍ତୁ।

ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଉତ୍ତର ପୁସ୍ତକ ବଣ୍ଟନ କରାଯିବ। ପରୀକ୍ଷା ଆରମ୍ଭ ହେବାର ୫ ମିନିଟ ପୂର୍ବରୁ ପ୍ରଶ୍ନପତ୍ର ବଣ୍ଟନ କରାଯିବ। ପରୀକ୍ଷାର୍ଥୀଙ୍କୁ ଦଶଟା ପର ଠାରୁ ଉତ୍ତର ଲେଖିବାକୁ ଅନୁମତି ଦିଆଯିବ। ପରୀକ୍ଷା ସମ୍ପର୍କରେ ଅଧିକ ଜାଣିବା ପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ।