ରୁଚିକା ମହାନ୍ତି ଆତ୍ମହତ୍ୟା ଖିଅ କେଉଁଠି? ମନସ୍ତତ୍ତ୍ୱବିତଙ୍କ ସାହାଯ୍ୟ ନେଲା ତଦନ୍ତକାରୀ ଟିମ୍
Advertisement
Article Detail0/zeeodisha/odisha1251704

ରୁଚିକା ମହାନ୍ତି ଆତ୍ମହତ୍ୟା ଖିଅ କେଉଁଠି? ମନସ୍ତତ୍ତ୍ୱବିତଙ୍କ ସାହାଯ୍ୟ ନେଲା ତଦନ୍ତକାରୀ ଟିମ୍

ରବିବାର ନବମ ଦିନରେ ସ୍ୱତନ୍ତ୍ର ଟିମ୍ ତଦନ୍ତ କରିଥିବା ବେଳେ ମନସ୍ତତ୍ତ୍ୱବିତଙ୍କ ସାହାଯ୍ୟ ନେଇଛି । ସକାଳେ କାରୁବାକୀ ଛାତ୍ରୀ ନିବାସରେ ସ୍ପେଶାଲ ଟିମ୍ ପହଞ୍ଚି ତନାଘନା କରିଛି । ଏହାସହ ହଷ୍ଟେଲରେ ସନ୍ଦେହରେ ଥିବା ଛାତ୍ରୀଙ୍କ ମାନସିକ ସ୍ଥିତିକୁ ନିରୀକ୍ଷଣ କରିବା ସହ ପଚରାଉଚରା କରାଯାଇଛି ।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ଏବେ ବି ସସପେନ୍ସରେ ରହିଛି । ସୁଇସାଇଡ ଲେଟରରେ ଲେଖାଥିବା ତିନି ସିନିୟର ଛାତ୍ରୀଙ୍କ ସଂପର୍କରେ କୌଣସି ବି ସୂଚନା ପୋଲିସ ହାତରେ ଲାଗିନି । ଫଳରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଉପାୟରେ ତଥ୍ୟ ପାଇବାକୁ ଉଦ୍ୟମ କରୁଛି । ଏପରିକି ରବିବାର ମନସ୍ତତ୍ତ୍ୱବିତଙ୍କ ଏକ ସ୍ୱତନ୍ତ୍ର ଟିମ୍ ବିଜେବି କଲେଜ ଛାତ୍ରୀ ନିବାସ ଯାଇ ତଦନ୍ତ କରିଛି ।

ରବିବାର ନବମ ଦିନରେ ସ୍ୱତନ୍ତ୍ର ଟିମ୍ ତଦନ୍ତ କରିଥିବା ବେଳେ ମନସ୍ତତ୍ତ୍ୱବିତଙ୍କ ସାହାଯ୍ୟ ନେଇଛି । ସକାଳେ କାରୁବାକୀ ଛାତ୍ରୀ ନିବାସରେ ସ୍ପେଶାଲ ଟିମ୍ ପହଞ୍ଚି ତନାଘନା କରିଛି । ଏହାସହ ହଷ୍ଟେଲରେ ସନ୍ଦେହରେ ଥିବା ଛାତ୍ରୀଙ୍କ ମାନସିକ ସ୍ଥିତିକୁ ନିରୀକ୍ଷଣ କରିବା ସହ ପଚରାଉଚରା କରାଯାଇଛି । ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍ ରୁଚିକା ମହାନ୍ତିଙ୍କ ରୁମ୍ ମେଟ୍, ସାଙ୍ଗ, ଜୁନିୟର ଓ ସିନିୟରଙ୍କ ସହ ଆଲୋଚନା କରିଛି । ଏଥିରେ ମନସ୍ତତ୍ତ୍ୱବିତ୍ ପ୍ରାପ୍ତୀ ପ୍ରଧାନ ଛାତ୍ରୀଙ୍କ ମାନସିକ ସ୍ଥିତି ନିରୀକ୍ଷଣ କରିଛନ୍ତି । ଏଯାଏ ୯ଦିନ ମଧ୍ୟରେ ପୋଲିସ ପ୍ରାୟ ୧୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଥିବା ସୂଚନା ।

Also Read: Ragging: ରାଜ୍ୟର ଏହି କଲେଜ ଗୁଡିକରେ ହେଉଛି ସର୍ବାଧିକ ରାଗିଂ

ସୂଚନାଯୋଗ୍ୟ, ଭୁବନେଶ୍ୱର ବିଜେବି କଲେଜ କାରୁବାକି ହଷ୍ଟେଲରୁ ଗତ ୨ ତାରିଖରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପରେ ହଷ୍ଟେଲରୁ ପୋଲିସ ସୁଇସାଇଡ୍‌ ନୋଟ୍‌ ଜବତ କରିଥିଲା । ରୁଚିକା ମାନସିକ ଚାପରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଏଥିରେ ଉଲ୍ଲେଖ ରହିଥିଲା । ହଷ୍ଟେଲ୍‌ରେ ସିନିୟର୍‌ଙ୍କ ରାଗିଂ ସହିନପାରି ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟରେ ରୁଚିକା ଲେଖିଥିଲେ । ଅନ୍ୟପଟେ ଆତ୍ମହତ୍ୟା ଘଟଣାରେ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ସହ ରୁଚିକାଙ୍କ ମାଆ ଧାରଣା ଜାରି ରଖିଛନ୍ତି ।