Job Opportunity: IOCLରେ ବାହାରିଲା ବମ୍ପର ନିଯୁକ୍ତି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ..
Advertisement
Article Detail0/zeeodisha/odisha1923832

Job Opportunity: IOCLରେ ବାହାରିଲା ବମ୍ପର ନିଯୁକ୍ତି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ..

Job Opportunity: ଚାକିରି ପାଇଁ ଆଶାୟୀ ଥିବା ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର! ଭାରତୀୟ ତୈଳ ନିଗମ ବାହାରିଲା ନିଯୁକ୍ତି ସୁଯୋଗ। ଭାରତୀୟ ତୈଳ ନିଗମ (IOCL)ରେ ଚାକିରୀ କରିବାକୁ ଚାହୁଁଥିଲେ ଏହା ଆପଣଙ୍କ ପାଇଁ ଏକ ସୂବର୍ଣ୍ଣ ସୁଯୋଗ। ଭାରତୀୟ ତୈଳ ପକ୍ଷରୁ ଟେକ୍ନିସିଆନ ଆପ୍ରେନଟାଇସ୍ ଓ ଟ୍ରେଡ୍ ଆପ୍ରେନଟାଇସ୍ ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦରେ ଆବେଦନ କରିବାକୁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ iocl.com କୁ ଗସ୍ତ କରି ଆବେଦନ କରିପାରିବେ। 

Job Opportunity: IOCLରେ ବାହାରିଲା ବମ୍ପର ନିଯୁକ୍ତି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ..

Job Opportunity: ଚାକିରି ପାଇଁ ଆଶାୟୀ ଥିବା ଯୁବକ ଯୁବତୀଙ୍କ ପାଇଁ ଖୁସି ଖବର! ଭାରତୀୟ ତୈଳ ନିଗମ ବାହାରିଲା ନିଯୁକ୍ତି ସୁଯୋଗ। ଭାରତୀୟ ତୈଳ ନିଗମ (IOCL)ରେ ଚାକିରୀ କରିବାକୁ ଚାହୁଁଥିଲେ ଏହା ଆପଣଙ୍କ ପାଇଁ ଏକ ସୂବର୍ଣ୍ଣ ସୁଯୋଗ। ଭାରତୀୟ ତୈଳ ପକ୍ଷରୁ ଟେକ୍ନିସିଆନ ଆପ୍ରେନଟାଇସ୍ ଓ ଟ୍ରେଡ୍ ଆପ୍ରେନଟାଇସ୍ ପଦରେ ନିଯୁକ୍ତି ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପଦରେ ଆବେଦନ କରିବାକୁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ iocl.com କୁ ଗସ୍ତ କରି ଆବେଦନ କରିପାରିବେ। ଏହି ପ୍ରକ୍ରିୟାରେ ମୋଟ ୧ ହଜାର ୭୨୦ ପଦ ଖାଲି ପଡ଼ିଛି।ଯୋଗ୍ୟ ପ୍ରାର୍ଥୀମାଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ୨୧ ଅକ୍ଟୋବର ଅର୍ଥାତ୍ କାଲିଠାରୁ ଆବେଦନ ପ୍ରକ୍ରିୟା(Apply Process) ଆରମ୍ଭ ହେବାକୁ ଯାଉଛି ଓ ୨୦ ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଆପଣ ଆବେଦନ କରିପାରବେ ।

ପ୍ରାର୍ଥୀ ଚୟନ ପ୍ରକ୍ରିୟା: ଟେକ୍ନିସିଆନ ଆପ୍ରେନଟାଇସ୍ ଓ ଟ୍ରେଡ୍ ଆପ୍ରେନଟାଇସ୍ ପଦରେ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ଆଧାରରେ ହେବ ।
ଶିକ୍ଷାଗତ ଯୋଗ୍ୟତା: ବିଭିନ୍ନ ପଦ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି। ଏଥିପାଇଁ ପ୍ରାର୍ଥୀ ଅଫିସିଆଲ ବିଜ୍ଞପ୍ତି ଦେଖି ଆପ୍ଲାଏ କରନ୍ତୁ ।
ବୟସ ସୀମା: ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଉଚିତ୍।
କିପରି କରିବେ ଆବେଦନ: ଇଚ୍ଛୁକ ପ୍ରାର୍ଥୀମାନେ IOCL ର ଅଫିସିଆଲ ୱେବସାଇଟକୁ(IOCL Official website) ଯାଇ ଆପ୍ରେନଟାଇସ୍ ଅଧିନିୟମ ଜରିଆରେ ୧୭୨୦ ଟ୍ରେଡ୍‌/ଟେକ୍ନିସିଆନ/ ଆପ୍ରେନଟାଇସ୍ ନିଯୁକ୍ତି ଲାଗି ଅଧିକ ସୂଚନା ପାଇଁ ଲିଙ୍କ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପ୍ଲାଏ ଅନଲାଇନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏବେ ଆପ୍ଲିକେସନ ଫର୍ମ ଭରିବାକୁ ପଡ଼ିବ। ଆପ୍ଲିକେସନ ଫି’ ଜମା କରିବା ପରେ ସବମିଟ୍ କରିଦେବେ।

Also Read: ଖାଲି ପଡ଼ିଛି ସରକାରୀ ୧୩୦୦ ପଦବି, ଆଜି ଆବେଦନର ଶେଷ ତାରିଖ, ନିଜ ଯୋଗ୍ୟତା ଅନୁସାରେ କରନ୍ତୁ ଆବେଦନ..