Dry January:Dry ଜାନୁଆରୀ କ'ଣ? କାହିଁକି ଏହା ବିଭିନ୍ନ ଦେଶରେ ଧୀରେ ଧୀରେ ଲୋକପ୍ରିୟ ହେଉଛି
Advertisement
Article Detail0/zeeodisha/odisha2042504

Dry January:Dry ଜାନୁଆରୀ କ'ଣ? କାହିଁକି ଏହା ବିଭିନ୍ନ ଦେଶରେ ଧୀରେ ଧୀରେ ଲୋକପ୍ରିୟ ହେଉଛି

ନୂଆବର୍ଷ ପାର୍ଟି ଧିରେ ଧିରେ ଶେଷ ହେବାକୁ ଯାଉଛି। ଏହା ସହ ଡ୍ରାଏ  ଜାନୁଆରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା କି ବର୍ଷର ପ୍ରଥମ ମାସରେ ପାଳନ କରାଯାଏ । ବ୍ରିଟେନରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ଏବେ ବିଶ୍ୱର ଅନେକ ଦେଶରେ ଦେଖିବାକୁ ମିଳୁଛି ।ଡ୍ରାଏ  ଜାନୁଆରୀ ଅର୍ଥ ମଦମୁକ୍ତ ଜାନୁଆରୀ । ଯେଉଁମାନେ ଏହାକୁ ବିଶ୍ୱାସ

SOCIAL MEDIA

Dry January:

ନୂଆବର୍ଷ ପାର୍ଟି ଧିରେ ଧିରେ ଶେଷ ହେବାକୁ ଯାଉଛି। ଏହା ସହ ଡ୍ରାଏ  ଜାନୁଆରୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା କି ବର୍ଷର ପ୍ରଥମ ମାସରେ ପାଳନ କରାଯାଏ । ବ୍ରିଟେନରୁ ଆରମ୍ଭ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ଏବେ ବିଶ୍ୱର ଅନେକ ଦେଶରେ ଦେଖିବାକୁ ମିଳୁଛି ।ଡ୍ରାଏ  ଜାନୁଆରୀ ଅର୍ଥ ମଦମୁକ୍ତ ଜାନୁଆରୀ । ଯେଉଁମାନେ ଏହାକୁ ବିଶ୍ୱାସ କରନ୍ତି ସେମାନେ ଏହି ମାସସାରା ମଦଠାରୁ ଦୂରତା ରକ୍ଷା କରନ୍ତି । ୨୦୧୩ରେ ବ୍ରିଟେନରେ ଏହି  ଅଭିଯାନ ଆରମ୍ଭ ହେବାର ୧୦ ବର୍ଷରୁ ଅଧିକ ସମୟ ବିତିଗଲାଣି।

ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି ଡ୍ରାଏ ଜାନୁଆରୀ ବାହାନାରେ ମଦକୁ କାହିଁକି ମାତ୍ର ଏକ ମାସ ପାଇଁ ଦୂରେଇ ରଖାଯାଏ ଏବଂ ଏହାର ଫାଇଦା କ'ଣ ?

ଡ୍ରାଏ ଜାନୁଆରୀ କେବେ ଏବଂ କେମିତି ଆରମ୍ଭ ହେଲା?

୨୦୧୩ରେ ଏହାକୁ ଆରମ୍ଭ କରିଥିବା ବ୍ରିଟିଶ ଚାରିଟି ଆଲକୋହଲ ଚେଞ୍ଜ ୟୁକେର କହିବା ହେଉଛି ଯେ,  ଯଦି ଆମେ ଜାନୁଆରୀରେ ଲୋକଙ୍କୁ ମଦଠାରୁ ଦୂରେଇ ରଖିପାରିବା, ତେବେ ଆମେ ଅତି କମରେ ଏକ ମାସ ପାଇଁ ଅଧିକ ଲୋକଙ୍କୁ ଏହା କରିବାକୁ ଉତ୍ସାହିତ କରିବାରେ ସକ୍ଷମ ହୋଇପାରିବୁ ।ବ୍ରିଟିଶ ମହିଳା ଏମିଲି ରବିନ୍ସନ ୨୦୧୧ ଫେବ୍ରୁଆରିରେ ହାଫ୍ ମାରାଥନ୍ ଦୌଡ଼ିଥିଲେ ଏବଂ ଏଥିପାଇଁ ପ୍ରସ୍ତୁତି କରୁଥିବା ବେଳେ ସେ ଜାନୁଆରୀ ମାସ ସାରା ମଦଠାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲେ।

ଏହି ସମୟରେ ତାଙ୍କର ଏଭଳି  ଅନେକ ଅନୁଭୂତି ଥିଲା ଯାହା ତାଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ସେ ଏହାକୁ ତାଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିଥିଲେ ଏବଂ ଏହିପରି ଏକ ଚାରିଟି ଗ୍ରୁପ୍ ସୃଷ୍ଟି କରିବାକୁ ଚିନ୍ତା କରିଥିଲେ ଯାହା ଲୋକମାନଙ୍କୁ ଏଥିପାଇଁ ପ୍ରେରଣା ଦେବ।

କେବଳ ଗୋଟିଏ ମାସ କାହିଁକି ପାଳନ କରାଯାଏ?

ଯେତେବେଳେ ଏମିଲି ରବିନ୍ସନ ଏକ ମାସ ପର୍ଯ୍ୟନ୍ତ ମଦଠାରୁ ଦୂରେଇ ରହିଲେ, ସେତେବେଳେ ତାଙ୍କୁ ଅନେକ ଫାଇଦା ମିଳିଥିଲା । ଏହାପରେ ସେ ନିଜର ଅନୁଭୂତି ଲୋକଙ୍କ ସହ ବାଣ୍ଟିବା ଆରମ୍ଭ କରିଥିଲେ । ୨୦୧୩ ମସିହାରୁ ଡ୍ରାଇ ଜାନୁଆରୀ ଏକ ଚାରିଟି ସଂସ୍ଥା ଜରିଆରେ ଆରମ୍ଭ ହୋଇଥିବା ଏହାକୁ ଅଧିକ ଲୋକପ୍ରିୟତା  ସୋସିଆଲ ମିଡିଆ ଜରିଆରେ  ମିଳିଥିଲା।  ଧୀରେ ଧୀରେ ଏହି ଧାରଣା ସମଗ୍ର ବିଶ୍ୱରେ ବ୍ୟାପିଯାଇଥିଲା ଏବଂ  କିଛି ଦେଶରେ ଡ୍ରାଏ ଜାନୁଆରୀ ଆରମ୍ଭ  ହୋଇଥିଲା ।

ଦ୍ବିତୀୟ ବିଶ୍ୱଯୁଦ୍ଧ ସହ ମଧ୍ୟ ସମ୍ପର୍କ

ଇତିହାସ କୁ ଫେରିଲେ ଆପଣ ଜାଣିପାରିବେ ଯେ ଏହାର ଦ୍ୱିତୀୟ ବିଶ୍ୱଯୁଦ୍ଧ ସହ ମଧ୍ୟ ସମ୍ପର୍କ ରହିଛି । ୧୯୪୨ ମସିହାରେ ଫିନଲ୍ୟାଣ୍ଡ ସରକାର ସୋଭିଏତ ୟୁନିୟନ ବିରୋଧରେ ଯୁଦ୍ଧ ପ୍ରୟାସ ସମୟରେ ଏକ ଜନ ଆନ୍ଦୋଳନ ଆରମ୍ଭ କରିଥିଲେ । ଫିନିସ୍ ସରକାର  ଏହାକୁ 'ରାୟଟିସ୍ ଜାନୁଆରୀ' ବୋଲି କହିଥିଲେ। ଯାହାର ଅର୍ଥ ଥିଲା ଶାନ୍ତ ଜାନୁଆରୀ । ଫିନଲାଣ୍ଡ ସରକାର ସମ୍ବଳ ସଂରକ୍ଷଣ ପାଇଁ ଅନ୍ତତଃ ଜାନୁଆରୀ ମାସ ରେ ମଦଠାରୁ ଦୂରେଇ ରହିବାକୁ ଏହାର ଲୋକମାନଙ୍କୁ ଆହ୍ୱାନ କରିଥିଲେ । ଖବରକାଗଜ ଓ ପତ୍ରିକା ମାଧ୍ୟମରେ ଏହି ପ୍ରୟାସ ଲୋକଙ୍କ ପାଖରେ ପହଂଚିଥିଲା ଏବଂ ଲୋକମାନେ ପ୍ରତିକ୍ରିୟା ଦେଇଥିଲେ । ଏହା ଏକ ବଡ଼ ପରିବର୍ତ୍ତନ ଥିଲା। ଏହି ଅଭିଯାନ ଫିନଲ୍ୟାଣ୍ଡ ଇତିହାସରେ ସବୁଠାରୁ ସଫଳ ଅଭିଯାନ ଥିଲା ।

ମଦଠାରୁ ଏକ ମାସ ଦୂରରେ ରହିଲେ କେତେ ଲାଭ ମିଳିବ?

ଏକ ମାସ ପର୍ଯ୍ୟନ୍ତ ମଦଠାରୁ ଦୂରେଇ ରହିଲେ କେତେ ଫାଇଦା ହେବ ସେ ନେଇ ମଧ୍ୟ ଗବେଷଣା କରାଯାଇଥିଲା। ବ୍ରିଟିଶ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ଗବେଷଣାରୁ ଜଣାପଡିଛି ଯେ,ଡ୍ରାଏ ଜାନୁଆରୀ ଲୋକଙ୍କ ଉପରେ ବହୁତ ପ୍ରଭାବ ପକାଇଥାଏ । ଏହା ଦ୍ୱାରା ସେମାନଙ୍କୁ ଭଲ ନିଦ ହୋଇଥାଏ।  ଶକ୍ତି ସ୍ତର ବୃଦ୍ଧି ପାଇଥାଏ। ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ। ତ୍ୱଚାର ରଙ୍ଗ ଚମକି ଥାଏ।  ବିଶେଷଜ୍ଞଙ୍କ ମତରେ ଏହି ଅଭ୍ୟାସ ଓଜନ ନିୟନ୍ତ୍ରଣ କରିବା ସହ ରକ୍ତଚାପ ଓ କୋଲେଷ୍ଟ୍ରଲକୁ ସ୍ୱାଭାବିକ ସ୍ତରକୁ ଆଣିବାରେ ସହାୟକ ହୋଇଥାଏ।