Weather Update: ତାଣ୍ତବ ରଚିପାରେ ଆଉ ଏକ ପଶ୍ଚିମା ଝଡ଼! ୨୬ରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement

Weather Update: ତାଣ୍ତବ ରଚିପାରେ ଆଉ ଏକ ପଶ୍ଚିମା ଝଡ଼! ୨୬ରେ ଏହି ସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Westerly storm: ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମାର୍ଚ୍ଚ ମାସରେ ସାଧାରଣତଃ ଯେଉଁ ବର୍ଷା ହୁଏ ସେଥିରେ କୁଆପଥର(Hail) ବର୍ଷା ହେବା ନେଇ ବେଶି ସମ୍ଭାବନା ରହିଥାଏ । ତେବେ ଆସିବାକୁ ଥିବା ଏହି ପଶ୍ଚିମା ଝଡ଼କୁ ନେଇ ବର୍ତମାନ କୌଣସି ସ୍ପଷ୍ଟ ସୂଚନା ନାହିଁ। ଆଉ ଦୁଇ ଦିନ ପରେ ଏନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ସୌ(ସୋସିଆଲ ମିଡିଆ)

Weather Update: ଆସୁଛି ଆଉ ଏକ ପଶ୍ଚିମା ଝଡ଼ । ଆସନ୍ତା ୨୬ ତାରିଖରେ ରାଜ୍ୟରେ ପୁଣି ଆଉ ଏକ ପଶ୍ଚିମା ଝଡ଼ର(Westerly storm) ପ୍ରଭାବ ଦେଖିବାକୁ ମିଳିବ। ଏହି ସମୟରେ ବିଜୁଳି, ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବୋହିବା ନେଇ ଅନୁମାନ କରାଯାଇଛି । ଏମିତି କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ । ତେବେ ଏହି ପଶ୍ଚିମା ଝଡ଼ ପ୍ରଭାବରେ ୨୭ ତାରିଖରୁ ବର୍ଷା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ(Bhubaneswar metrology department) । ୧୧ଟି ଉପକୂଳ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଏହି ସମୟରେ ପବନର ବେଗ ମଧ୍ଯ ଅଧିକ ରହିବ । ତେବେ ଆଉ ଏକ ପଶ୍ଚିମା ଝଡ଼ ଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଛି । ତେଣୁ ଚାଷୀଙ୍କୁ ଅମଳକ୍ଷମ ପନିପରିବା ଅନ୍ୟ ଖାଦ୍ୟ ଖସ୍ୟକୁ ଅମଳ କରି ନେବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିଥିଲା । ଏହାର ପ୍ରଭାବରେ ରାଜ୍ୟବାସୀଙ୍କ ଅସହ୍ୟ ତାତି ଓ ଡ଼ହ ଡ଼ହ ଖରାରୁ ମୁକ୍ତି ପାଇଥିଲେ । ପଶ୍ଚିମା ଝଡ଼ ଯୋଗୁଁ ବହୁ ଜିଲ୍ଲାରେ ପାଣିପାଗରେ ପରିବର୍ତ୍ତନ ହେବା ସହ ପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଥିଲା । ଖାଲି ଏତିକି ନୁହେଁ କେତେକ ସ୍ଥାନରେ ତାଣ୍ତବ ରଚିଥିଲା ଏହି ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀଙ୍କ ଏକର ଏକର ଫସଲ ନଷ୍ଟ ହୋଇଯାଇଥିଲା । କେଉଁଠି ପନିପରିବା ତ କେଉଁଠି ବିରି, ମୁଗ ଫସଲ ଉଜୁଡ଼ି ଯାଇଥିବାର ଚିତ୍ର ସାମ୍ନାକୁ ଆସିଥିଲା । ତେବେ ଚାଷୀଙ୍କ ଦୁର୍ଦ୍ଦଶା କମିନଥିବା ବେଳେ ଆଉ ଏକ ପଶ୍ଚିମା ଝଡ଼ ନେଇ ଚିନ୍ତାରେ ଚାଷୀକୂଳ ।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ମାର୍ଚ୍ଚ ମାସରେ ସାଧାରଣତଃ ଯେଉଁ ବର୍ଷା ହୁଏ ସେଥିରେ କୁଆପଥର(Hail) ବର୍ଷା ହେବା ନେଇ ବେଶି ସମ୍ଭାବନା ରହିଥାଏ । ତେବେ ଆସିବାକୁ ଥିବା ଏହି ପଶ୍ଚିମା ଝଡ଼କୁ ନେଇ ବର୍ତମାନ କୌଣସି ସ୍ପଷ୍ଟ ସୂଚନା ନାହିଁ। ଆଉ ଦୁଇ ଦିନ ପରେ ଏନେଇ ଚିତ୍ର ସ୍ପଷ୍ଟ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଏହାମଧ୍ଯ ପଢନ୍ତୁ-Odisha: ସମୁଦ୍ର ଜଳରେ ଲୀନ ହୋଇଗଲାଣି ରାଜ୍ୟର ୧୬ ଗ୍ରାମ, ବିପଦରେ ୨୪୭ ଗାଁ

ଗୁରୁବାର ଦିନ ରାଜ୍ୟର ପାଗ ଆଂଶିକ ମେଘୁଆ ରହିଥିବା ବେଳେ ରାଜଧାନୀ ଭୁବନେଶ୍ବର(Bhubaneswar) ସମେତ କୋରାପୁଟ, ନବରଙ୍ଗପୁର, ଗଜପତି, ରାୟଗଡ଼ା, ମାଲକାନଗିରି, ବାଲେଶ୍ବର, ମୟୂରଭଞ୍ଜ, କନ୍ଧମାଳ ଆଦି ଜିଲ୍ଲାର କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ସାମନ୍ୟ ବର୍ଷା ହୋଇଥିଲା । ତେବେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୨ରୁ ୪ ଡ଼ିଗ୍ରୀ ଯାଏ ବଢିବା ନେଇ ସମ୍ଭାବନା ରହିଛି । ଆଜି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ ।