Weather Update: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୭ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha1635018

Weather Update: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୭ଟି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

Weather Update: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । କେତେକ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

ସୌ(ସୋସିଆଲ ମିଡିଆ)

Weather Update: ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଏନେଇ କଟକ, ଢେଙ୍କାନାଳ, ଯାଜପୁର, ବାଲେଶ୍ବର, ମୟୂରଭଞ୍ଜ ସମେତ କେନ୍ଦୁଝର ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି(Thunderstorm) ସହ ବର୍ଷା(rain) ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଏହାସହ ଉପକୂଳ ଓ ଏହାର ସଂଲଗ୍ନ ଅଞ୍ଚଳରେ ଝଡ଼ ବର୍ଷା ସହ ପବନର ବେଗ ୪୦ରୁ ୫୦ କିମି ଛୁଇଁଥିବା ଜଣାପଡ଼ିଛି । ତେବେ ଏହାର ପ୍ରଭାବରେ ଆସନ୍ତାକାଲି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, ଗଜପତି, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କୋରାପୁଟରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ ବର୍ଷା ହେବା ନେଇ ଏହି ସମସ୍ତ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର(Bhubaneswar Metrology Department) ପକ୍ଷରୁ ୟେଲୋ ୱାର୍ଣ୍ଣିଂ(yellow Alert) ଜାରି କରାଯାଇଛି ।

ପଶ୍ଚିମା ଝଡ଼ ପ୍ରଭାବରେ ଗତକାଲି ମଧ୍ଯ ରାଜ୍ୟର ବହୁ ସ୍ଥାନରେ ବର୍ଷା ଲାଗି ରହିଥିଲା । ଗତକାଲି ସଂଧ୍ଯା ସୁଦ୍ଧା ଢେଙ୍କାନାଳ ଜିଲ୍ଲାରେ ୨୮.୬ ମିମି, ନୟାଗଡ଼ରେ ୧୩ ମିମି, ଚାନ୍ଦବାଲିରେ ୧୦ ମିମି ବର୍ଷା ହୋଇଥିବା ବେଳେ ଜଗତସିଂହପୁରରେ ସର୍ବାଧିକ ୩୩.୨ ମିମି ବର୍ଷା ରେର୍କଡ଼ କରାଯାଇଛି । ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହ କେତେକ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି ।  ପଶ୍ଚିମା ଝଡ଼ ପ୍ରଭାବରେ ଟୁଇନ ସିଟିରେ ପ୍ରବଳ ବର୍ଷା ହୋଇଛି । ଶନିବାର ଦିନ ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଛି । ତେବେ ଏବେ ମଧ୍ୟ ବର୍ଷା ଲାଗି ରହିଛି । ଅସରାଏ ବର୍ଷାରେ ବେହାଲ ହୋଇପଡ଼ିଛି ରାଜଧାନୀ । ଗତକାଲି ସଂନ୍ଧ୍ୟାରେ ହୋଇଥିବା ବର୍ଷା ଯୋଗୁଁ ରାସ୍ତା ପାର୍ଶ୍ବରେ ପାଣିର ସୁଅ ଦେଖିବାକୁ ମିଳିଥିଲା । ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଥିଲା । ଲୋକେ ଯାତାୟତ ନେଇ ଅସୁବିଧାରେ ପଡ଼ିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ସେପଟେ ଦେଶର ଅନେକ ରାଜ୍ୟରେ ବର୍ଷା ସହ ଆରମ୍ଭ ହୋଇଛି ଏପ୍ରିଲ ମାସ। ଫେବୃଆରୀ ମାସରେ ଟାଣ ଖରା ସାଙ୍ଗକୁ ପ୍ରବଳ ଗରମ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଥିବାବେଳେ ମାର୍ଚ୍ଚ ମାସରେ ପାଗରେ ପରିବର୍ତ୍ତନ ଆସିଥିଲା । ଫଳରେ ଲୋକମାନଙ୍କୁ ଆଶ୍ବସ୍ୟ ମିଳିଥିଲା। ଆଜି ମଧ୍ୟ ଅନେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଲଦାଖ, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ତୁଷାରପାତ ହେବା ନେଇ ସମ୍ଭାବନା ରହିଛି । ଏଥି ସହିତ ଅନେକ ଅଞ୍ଚଳରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ମାଡ଼(Hail rain) ହେବା ନେଇ ମଧ୍ଯ ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ଯୋଗୁଁ ଦେଶର ଅନେକ ଅଞ୍ଚଳରେ ପାଗ ବଦଳିଛି। ଏଥି ସହିତ ଉପ-ହିମାଳୟ ପଶ୍ଚିମବଙ୍ଗରୁ ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଦେଇ ଉତ୍ତର ଓଡ଼ିଶାକୁ ଏକ ଟ୍ରଫ୍ ଲାଇନ ଯାଉଛି। ଯାହାର ପ୍ରଭାବରେ ଏହି ସବୁ ଅଞ୍ଚଳ ଗୁଡିକରେ ପାଗରେ ପରିବର୍ତ୍ତନ ଆସିଛି ।

ଏହାର ପ୍ରଭାବରେ ହିମାଳୟ ଅଞ୍ଚଳରେ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ବର୍ଷା ଓ ତୁଷାରପାତ ହେବା ନେଇ ସମ୍ଭାବନା ରହିଛି। ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣାର ଅନେକ ଅଞ୍ଚଳରେ କୁଆପଥର ମାଡ଼ ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ(IMD) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ସମତେ ଓଡି଼ଶାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି। ପୂର୍ବ ମଧ୍ୟପ୍ରଦେଶ ଓ ଛତିଶଗଡରେ କୁଆପଥର ମାଡ଼ ହେବା ନେଇ ପୂର୍ବାନୁମାନ କରାଯାଇଛି।ଏହାସହ ଉତ୍ତର-ପୂର୍ବ ଭାରତରେ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ବଜ୍ରପାତ ହେବା ନେଇ ଆଶଙ୍କା ରହିଛି। ଦେଶକ ଅନେକ ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଅରୁଣାଚଳ ପ୍ରଦେଶ, ସିକ୍କିମ, ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉପ-ହିମାଳୟ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।

ଏହାମଧ୍ଯ ପଢନ୍ତୁ-  Bhubaneswar: ରାଜଧାନୀରେ ଗଡ଼ିବ ମେଟ୍ରୋ! ସମୀକ୍ଷା କଲେ ୫-ଟି ସଚିବ..