Kendujhar News: ରତ୍ନଗର୍ଭାରେ ଦାରିଦ୍ର୍ୟ ରାଜୁତି, ଗରିବୀର ସୀମାରେଖା ଲଂଘିବେ ୬୦ ହଜାର ପରିବାର
Advertisement

Kendujhar News: ରତ୍ନଗର୍ଭାରେ ଦାରିଦ୍ର୍ୟ ରାଜୁତି, ଗରିବୀର ସୀମାରେଖା ଲଂଘିବେ ୬୦ ହଜାର ପରିବାର

Kendujhar News: ଖଣି ଖଦାନ ଭରା କେନ୍ଦୁଝର ଜିଲ୍ଲା। ଜିଲାର ମାଟି ତଳେ ଭାରି ରହିଛି ରନ୍ତଗର୍ଭା। ଏହି ଜିଲ୍ଲା ରାଜ୍ୟ ରାଜକୋଷକୁ ସମୃଦ୍ଧି ମଧ୍ୟ କରୁଛି। ତେଣୁ ଜିଲାରେ ପ୍ରଚରୁ ପରିମାଣ ରେ ମାଟି ତଳେ ଗଛିତ ରହିଛି ଆଇରନ, ମାଙ୍ଗାନିଜ। 

Kendujhar News: ରତ୍ନଗର୍ଭାରେ ଦାରିଦ୍ର୍ୟ ରାଜୁତି, ଗରିବୀର ସୀମାରେଖା ଲଂଘିବେ ୬୦ ହଜାର ପରିବାର

Kendujhar News: କେନ୍ଦୁଝର: ଖଣି ଖଦାନ ଭରା କେନ୍ଦୁଝର ଜିଲ୍ଲା। ଜିଲାର ମାଟି ତଳେ ଭାରି ରହିଛି ରନ୍ତଗର୍ଭା। ଏହି ଜିଲ୍ଲା ରାଜ୍ୟ ରାଜକୋଷକୁ ସମୃଦ୍ଧି ମଧ୍ୟ କରୁଛି। ତେଣୁ ଜିଲାରେ ପ୍ରଚରୁ ପରିମାଣ ରେ ମାଟି ତଳେ ଗଛିତ ରହିଛି ଆଇରନ, ମାଙ୍ଗାନିଜ । ଆଉ ଏହି ଖଣିଜ ପଦାର୍ଥ କୁ ଟ୍ରକ ଯୋଗେ ବିଭିନ୍ନ ସ୍ଥାନ କୁ ଟ୍ରକ ଯୋଗେ ପରିବହନ କରି ଜିଲ୍ଲାର ଟ୍ରକ ବ୍ୟବସାଇ ମାନେ ନିଜର ପରିବାର ପ୍ରତି ପୋଷଣ କରି ଥାନ୍ତି। ହେଲେ କେନ୍ଦୁଝର ଜିଲ୍ଲାରେ ଏକାଧିକ କମ୍ପାନୀ ଏବେ ସ୍ଲରି ପାଇପ ଲାଇନ ଜରିଆରେ ଲୁହାପଥର ପରିବହନ ଆରମ୍ଭ କରିଛନ୍ତି।ଏହା ସହ ଆଗକୁ ରେଳ ଯୋଗେ ଲୁହାପଥର ପରିବହନ ଯୋଗୁ ଏବେ ଜିଲ୍ଲା ଟ୍ରକ ବ୍ୟବସାୟ ବେଶ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ତେଣୁ ଆଗକୁ ଜିଲ୍ଲାର ଏହି ବ୍ୟବସାୟ ବୁଡି ଯିବାଜୁ ବସିଲାଣି।

ଜିଲ୍ଲାରେ ପାଖାପାଖି ୩୦ ହଜାର ଟ୍ରକ ଚଳାଚଳ କରୁଥିବା ବେଳେ ପ୍ରତ୍ୟକ୍ଷ ଭାବରେ ୬୦ ହଜାର ପରିବାର ନିର୍ଭର କରିଥାନ୍ତି। ଏହା ସହ ଟ୍ରକ ସହ ଜଡ଼ିତ ବିଭିନ୍ନ ବ୍ୟବସାୟ ୨୦ ହଜାର ଲୋକଙ୍କ ସହ ପାଖାପାଖି ୮୦ ହଜାର ପରିବାର ଖଣିଜ ପରିବହନ ଉପରେ ନିର୍ଭର କରିଥାନ୍ତି। ତେଣୁ ଏହି ପରିବହନ କେନ୍ଦୁଝର ଭାତହାଣ୍ଡି ଉପରେ ଏବେ ବେଶ ବିପଦ ମାଡି ଆସୁଛି। କେନ୍ଦୁଝର ଜିଲ୍ଲାର ଖଣିଜ ପଦାର୍ଥ ଚୀନ ଜାପାନ ଏବଂ ଅନ୍ୟାନ୍ୟ ଦେଶକୁ ଲୁହାପଥର ରପ୍ତାନୀ ହୋଇଥଏ। ଲୁହା ପଥର ପାରାଦୀପ ଗୋପାଳପୁର ପୋର୍ଟ କୁ ଟ୍ରକ ଯୋଗେ ପରିବହନ କରାଯାଇ ଥାଏ। ଏହାକୁ ଟ୍ରକ ଯୋଗେ ପରିବହନ କରି ଟ୍ରକ ମାଲିକ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ବର୍ତ୍ତମାନ ଏସାରଷ୍ଟିଲ ଓ ବିଆରର୍ପିଏଲ କମ୍ପାନୀର ର ପାଇପ ଲାଇନ ରେ ଖଣିଜ ପଦାର୍ଥ ପରିବହନ ଯୋଗୁ ଆଗକୁ ଟ୍ରକ ରେ ଖଣିଜ ପଦାର୍ଥ ପରିବହନ ପାଇଁ ଅଳ୍ପ କିଛି ଟ୍ରକ ର ଆବଶ୍ୟକ ରହିବ। ଫଳରେ ଜିଲ୍ଲାର ଭାତହାଣ୍ଡି ଉପରେ ଚଡକ ପଡିଛି। ଟ୍ରକ ବ୍ୟବସାୟୀ ସହ ଜଡିତ ଟାୟାର ଦୋକାନ ମୋଟର ପାର୍ଟ ସହ ଅନ୍ୟାନ୍ୟ ବ୍ୟବସାୟ ଉପରେ ବେଶ ଗୁରୁତର ଭାବ ରେ ପ୍ରଭାବିତ ହେବାର ଆଶଙ୍କା ଦେଖା ଦେଇଛି। 

ଜିଲ୍ଲାରେ ଥିବା ୮ଟି ଟ୍ରକ ମାଲିକ ସଂଘ ଚାଲୁ ରହିଛି। ପୂର୍ବରୁ ଏ ସବୁ ଟ୍ରକ ମାଲିକ ସଂଘ ସ୍ଲରି ପାଇପ କୁ ବରୋଧ କରି ଆନ୍ଦୋଳନ କରିଥିଲେ । ପରେ କିଛି ଦିନ ଠିକଠାକ ଏହି ବ୍ୟବସାୟୀ ଚାକିଥିଲା ଏବେ ପୁଣି ସେହି ଅବସ୍ଥା ରେ ପହଁଚି ଯାଇଛି। ଫଳରେ ଜିଲ୍ଲା ର ଭାତହାଣ୍ଡି ଉପରେ ପଡିଛି ଚଡକ। ଜିଲ୍ଲା ର ବିଭିନ୍ନ ରାସ୍ତା କଡ ରେ ହଜାର ହଜାର ଟ୍ରକ ଛିଡା ହୋଇ ରହିଛି। ଚିନ୍ତା ରେ ଅଛନ୍ତି ଟ୍ରକ ମାଲିକ । ଋଣ କରି ଆଣିଥିବା ଟ୍ରକ ର ଋଣ ପରିଶୋଧ କରିବା ଏବେ ଚିନ୍ତା ରେ ଟ୍ରକ ମାଲିକ। ତେଣୁ ଟ୍ରକ ମାଲିକ ନିଜର ପେଟ ପାଟଣା ପାଇଁ ଆଗକୁ ଆନ୍ଦୋଳନ ର ଭୟଙ୍କର ରୁପ ନେବା ପୂର୍ବରୁ ସରକାର ଏହାକୁ ଗୁରୁତର ନେବା ସହ ଟ୍ରକ ରେ କିପରି ସୁରୁଖୁରୁ ରେ ଖଣିଜ ପଦାର୍ଥ ପରିବହନ ହେଇ ପାରିବ ଓ ଟ୍ରକ ମାଲିକ କରିଥିବା ଋଣ କିପରି ସୁଝି ବା ସହ ନିଜର ପରିବାର ପ୍ରତିପୋଷଣ କରିପାରିବେ ସେ ନେଇ ଚିନ୍ତା କରିବାର ଆବଶ୍ୟକ ରହିଛି।

Also Read: ଶ୍ରମ ମନ୍ତ୍ରୀଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ବିଜେଡ଼ି ମହିଳା ନେତ୍ରୀ

Also Read: ସହରକୁ ଗ୍ରାସିଲାଣି ଦୂଷିତ ଖାଦ୍ୟ, ନିଘୋଡ଼ ନିଦ୍ରାରେ ଖାଦ୍ୟ ସୁରକ୍ଷା ବିଭାଗ