Student Drowning Death: କୋଳେଇ ନେଇଗଲା ଦେବୀ ନଦୀ, ଗୋଧୋଇବାକୁ ଯାଇ ପରପାରିକୁ ଚାଲିଗଲେ ତିନି ଛାତ୍ର
Advertisement

Student Drowning Death: କୋଳେଇ ନେଇଗଲା ଦେବୀ ନଦୀ, ଗୋଧୋଇବାକୁ ଯାଇ ପରପାରିକୁ ଚାଲିଗଲେ ତିନି ଛାତ୍ର

Student Drowning Death News In Odia : ଜଗତସିଂହପୁର ଜିଲ୍ଲା ମାଛଗାଁ ନିକଟସ୍ଥ ଦେବୀ ନଦୀ ଘାଟକୁ ଗାଧୋଇବାକୁ ଆସିଥିଲେ । ତପନ ନଦୀ ପଠା ଉପରେ ବସି ଫଟୋ ଉଠାଉଥିବା ବେଳେ ଅନ୍ୟ ତିନି ଜଣ ଯାକ ନଦୀ ଭିତରେ ପଶି ଗାଧୋଉ ଥିଲେ । ହେଲେ ଏମାନେ ଅସାବଧାନତା ବସତଃ ଅଧିକ ଗଭୀରକୁ ଚାଲି ଯିବାରୁ ପାଣିରେ ବୁଡି ଯାଇଥିଲେ । ଏମାନେ ବୁଡି ଯିବାର ଦେଖି ତପନ ମଧ୍ୟ ପାଣିରେ ପଶି ଏମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କର ମଧ୍ୟ ଗୋଡ଼ ଖସି ଯାଇଥିଲା।

Student Drowning Death: କୋଳେଇ ନେଇଗଲା ଦେବୀ ନଦୀ, ଗୋଧୋଇବାକୁ ଯାଇ ପରପାରିକୁ ଚାଲିଗଲେ ତିନି ଛାତ୍ର

Student Drowning Death News In Odia : ଜଗତସିଂହପୁର ଜିଲା ମାଛଗାଁ ନିକଟସ୍ଥ ଦେବୀ ନଦୀ ଘାଟରେ ୩ଛାତ୍ର ନିଖୋଜ ଘଟଣା। ନଦୀରେ ଗାଧୋଉ ଥିବା ବେଳେ ତିନି ଜଣ ଛାତ୍ର ନିଖୋଜ ହୋଇ ଯାଇଥିବା ବେଳେ ଗତ କାଲି ୨ଜଣକର ମୃତ ଦେହ ଅଗ୍ନିଶମ ବାହିନୀ ଉଦ୍ଧାର କରାଯାଇଥିଲା। ସେହିପରି ଅନ୍ୟ ଜଣଙ୍କର ମୃତଦେହ ଆଜି ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଗତ ସୋମବାର ନଦୀରେ ଗାଧୋଇବାକୁ ଯାଇ ଭାସିଯାଇଥିଲେ ତିନି ଛାତ୍ର । ଜଗତସିଂହପୁର ଜିଲା ଆମ୍ବଶାଳ ପଂଚାୟତ ଚନ୍ଦ୍ରପଡା ଗାଁର କ୍ଷୀରୋଦ ବାରିକଙ୍କ ପୁଅ ସତ୍ୟଜିତ ବାରିକ,ମାନଶ ବାରିକଙ୍କ ପୁଅ ସ୍ୱାଭିମାନ ବାରିକ, ଭୁବନେଶ୍ୱର ସତ୍ୟନଗରରେ ରହୁଥିବା କୈଳାଶ ପାତ୍ର ଙ୍କ ପୁଅ ସୁଭମ ପାତ୍ର ଓ ଦୀପକ ମାର୍ଥାଙ୍କ ପୁଅ ତପନ ମାର୍ଥା। 

ଏମାନେ ସମସ୍ତେ ଭୁବନେଶ୍ୱର ରେ ରହି ଭିନ୍ନ ଭିନ୍ନ ଶ୍ରେଣୀରେ ପାଠ ପଢ଼ୁଥିଲେ । ସମସ୍ତେ ସାଙ୍ଗ ହୋଇ ଗତକାଲି ଚନ୍ଦ୍ରପଡା ସ୍ଥିତ ସତ୍ୟବ୍ରତ ଙ୍କ ଘରକୁ ବୁଲିବାକୁ ଆସିଥିବା ସହ ୪ଜଣ ଯାକ ଜଗତସିଂହପୁର ଜିଲ୍ଲା ମାଛଗାଁ ନିକଟସ୍ଥ ଦେବୀ ନଦୀ ଘାଟକୁ ଗାଧୋଇବାକୁ ଆସିଥିଲେ । ତପନ ନଦୀ ପଠା ଉପରେ ବସି ଫଟୋ ଉଠାଉଥିବା ବେଳେ ଅନ୍ୟ ତିନି ଜଣ ଯାକ ନଦୀ ଭିତରେ ପଶି ଗାଧୋଉ ଥିଲେ । ହେଲେ ଏମାନେ ଅସାବଧାନତା ବସତଃ ଅଧିକ ଗଭୀରକୁ ଚାଲି ଯିବାରୁ ପାଣିରେ ବୁଡି ଯାଇଥିଲେ । ଏମାନେ ବୁଡି ଯିବାର ଦେଖି ତପନ ମଧ୍ୟ ପାଣିରେ ପଶି ଏମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କର ମଧ୍ୟ ଗୋଡ଼ ଖସି ଯାଇଥିଲା। ପାଟି ଶୁଣି ସ୍ଥାନୀୟ ଲୋକେ ତପନ କୁ ଉଦ୍ଧାର କରି କୂଳକୁ ଆଣିଥିବା ବେଳେ ଅନ୍ୟ ମାନେ ନିଖୋଜ ହୋଇ ଯାଇଥିଲେ । 

ଖବର ପାଇ ବାଲିକୁଦା ଅଗ୍ନିଶମ ବାହିନୀ ,ଓଡ୍ରାଫ ଟିମ ଓ ସ୍ଥାନୀୟ କିଛି ମସ୍ୟଜୀବି ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଖୋଜା ଖୋଜି କରିବା ପରେ ସତ୍ୟବ୍ରତ ଓ ତପନ ମାର୍ଥ ଙ୍କର ମୃତ ଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣଙ୍କର କୌଣସି ସନ୍ଧାନ ମିଳିପାରିନଥିଲା। ତେବେ ଆଜି ସକାଳୁ  ନିଖୋଜ ଥିବା ଭୂବନେଶ୍ୱର ସତ୍ୟ ନଗରର ଛାତ୍ର ଶୁଭମ୍ ପାତ୍ର ମାଛଗାଁ ଦେକୋଣୀ ଗୁରୁଜ ଅଞ୍ଚଳରରୁ ମୃତ ଦେହ ଉଦ୍ଧାର ହୋଇଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ  ଦେବୀ ନଦୀ ଘାଟ ର ଏହି ସ୍ଥାନରେ ବାରମ୍ବାର ଅଘଟଣ ଘଟି ଚାଲିଥିବା ବେଳେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି ।

Also Read: Odisha News: ଧୋକାବାଜ୍ କନେଷ୍ଟବଳ ପ୍ରେମିକ! ୭ ବର୍ଷ ଲିଭିଇନରେ ରହିବା ପରେ ଫେରାର...

Also Read: Fake Certificate: ପୋଷ୍ଟାଲରେ ନିଯୁକ୍ତି, ଜାଲ୍ ସାର୍ଟିଫିକେଟରେ ଚାକିରି ପାଇଁ ଆବେଦନ କରି ଫସିଲେ ୬ ଆଶାୟୀ