Sambalpur Accident: ଶାସନ କେନାଲରେ ବରଯାତ୍ରୀ ଗାଡ଼ି ଓଲଟି ୭ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ
Advertisement
Article Detail0/zeeodisha/odisha1636105

Sambalpur Accident: ଶାସନ କେନାଲରେ ବରଯାତ୍ରୀ ଗାଡ଼ି ଓଲଟି ୭ ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

Sambalpur Accident: ପରମାଣପୁର ନିକଟସ୍ଥ ଶାସନ କେନାଲରେ ଏକ ବରଯାତ୍ରୀ ଗାଡି଼ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା l ତେବେ ଏନେଇ ଶନିବାର ଦିନ ଓଡିଶା ରୋଡ଼ ସେଫଟି ସେଲ ଓ ଜିଲ୍ଲା ପରିବହନ ବିଭାଗ ଏହାର ତଦନ୍ତ ଆରମ୍ଭ କରିଛି l 

ସୌ(ସୋସିଆଲ ମିଡିଆ)

Sambalpur Accident: ଗତ ଗୁରୁବାର ଦିନ ବିଳମ୍ବିତ ରାତିରେ ସମ୍ବଲପୁର(Sambalpur) ଜିଲ୍ଲା ଶାସନ କେନାଲ ନିକଟରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା(Accident) । କେନାଲକୁ ଏକ ବରଯାତ୍ରୀ ଗାଡ଼ି ଖସିପଡ଼ିବାକୁ ଅକାଳରେ ଚାଲିଯାଇଛି ୭ଟି ଜୀବନ । ଏଥିରେ ଜଣେ ନିଖୋଜ ରହିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଏହି ଦୁର୍ଘଟଣା ପରେ ଶନିବାର ଦିନ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ସୂଚନା ଅନୁଯାୟୀ, ମାର୍ଚ୍ଚ ୩୧ ଅର୍ଥାତ୍ ଗୁରୁବାର ଦିନ ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ପରମାଣପୁର ନିକଟସ୍ଥ ଶାସନ କେନାଲରେ ଏକ ବରଯାତ୍ରୀ ଗାଡି଼ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା l ତେବେ ଏନେଇ ଶନିବାର ଦିନ ଓଡିଶା ରୋଡ଼ ସେଫଟି ସେଲ ଓ ଜିଲ୍ଲା ପରିବହନ ବିଭାଗ ଏହାର ତଦନ୍ତ ଆରମ୍ଭ କରିଛି l ଏହାର ଏକ ଟିମ୍ ଶନିବାର ଦିନ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲା । କେଉଁ ପରିସ୍ଥିତିରେ ଦୁର୍ଘଟଣା ହୋଇଥିଲା ସେନେଇ ବିଭିନ୍ନ ଦିଗ ଉପରେ ତର୍ଜମା କରାଯାଇଛି l

ଏନେଇ ସ୍ଥାନୀୟ ପୋଲିସ ରୋଡ଼ ନିର୍ମାଣକାରୀ ସଂସ୍ଥା, ବ୍ରିଜ କେନାଲ ନିର୍ମାଣକାରୀ ସଂସ୍ଥାର ଅଧିକାରୀଙ୍କୁ ପଚରାଉଚରା କରିଛି l ଏହାପରେ ଏହି ଟିମ୍ ଏକ ରିପୋର୍ଟ ପ୍ରସ୍ତୁତ କରି  ଜିଲ୍ଲା ରୋଡ଼ ସେଫଟି ସେଲ(District Road Safety Cell) ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ପ୍ରଦାନ କରିବ ବୋଲି ସୂଚନା ରହିଛି l ସାଧାରଣତଃ କୌଣସି ବଡ଼ ଧାରଣର ଦୁର୍ଘଟଣା ଘଟିଲେ ରୋଡ଼ ସେଫଟି ସେଲ ପକ୍ଷରୁ ଏକ ତଦନ୍ତ ହୋଇଥାଏ l ସୂଚନାଯୋଗ୍ୟ, ଭୋଜି ଖାଇ ସମ୍ବଲପୁର ଜିଲ୍ଲା ପରମାଣପୁରରୁ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ବଡଧରା ଗାଁକୁ ବରଯାତ୍ରୀ ଗାଡି଼ଟି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଡ୍ରାଇଭର ବୁଲାଣିରେ ରାସ୍ତା ଜାଣି ନପାରିବାରୁ ଗାଡି଼ଟି ଶାସନ କେନାଲ ଭିତରକୁ ପଶି ଯାଇଥିଲା। ଗାଡ଼ିରେ ମୋଟ ୧୧ ଜଣ ଥିଲେ । ଗାଡି଼ ଭିତରୁ ବାହାରି ନପାରିବାରୁ ୭ ଜଣଙ୍କର ଶ୍ୱାସରୁଦ୍ଧ(suffocation) ହୋଇ ମୃତ୍ୟୁ(Death) ହୋଇଥିବା, ବେଳେ ୪ ଜଣେ ଆହତ ହୋଇଥିଲେ  ।

ଏହି ଦୁର୍ଘଟଣା ବିଳମ୍ବିତ ରାତି ପ୍ରାୟ ୨ଟାରେ ଘଟି ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବିତ ହୋଇଥିଲା । ଆହତ ୪ ଜଣଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ମୃତକ ମାନେ ହେଲେ ଅଜିତ ଖମାରୀ, ଦିବ୍ୟ ଲୁହା, ସରୋଜ ସେଟ, ସୁମନ୍ତ ଭୋଇ, ସୁବୋଲ ଭୋଇ, ରମାକାନ୍ତ ଭୂୟାଁ ଓ ଶତ୍ରୁଘ୍ନ ଭୋଇ । ପରେ ଶାସନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କେନାଲରୁ ବୋଲେରୋ ଗାଡି ଉଦ୍ଧାର କରିଥିଲା । ବୁର୍ଲା ଭୀମସାର ମେଡିକାଲରେ ୭ ଜଣଙ୍କ ଶଵ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା l ଶୋକାକୂଳ ପରିବେଶ ଭିତରେ ବଡଧରା ଗାଁର ଗୋଟିଏ ସ୍ଥାନରେ ଶବ ସତ୍କାର କରାଯାଇଥିଲା  l ମିଳିଥିବା ସୂଚନା ଅନୁସାରେ ମୃତ ସୁମନ୍ତ ଭୋଇ ଓ ସୁବୋଲ ଭୋଇ ଗୋଟିଏ ପରିବାରର ଅଟନ୍ତି l ଠିକ୍ ସେହିପରି ଶତ୍ରୁଘ୍ନ ଭୋଇ, ରମାକାନ୍ତ ଭୂୟାଁ ଓ ଦିବ୍ୟ ଲୁହା ନିଜ ନିଜ ପରିବାରର ଏକମାତ୍ର ପୁଅ ଥିଲେ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ-National News in Odia: ଖାଇବାକୁ ନ ପାଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି, ସୁଇସାଇଡ଼ ନୋଟ ପଢି କାନ୍ଦି ପକାଇଲା ପୋଲିସ

ଏହା ବି ପଢନ୍ତୁ-Aadhaar Pan Card: ଏଣିକି PPF-SSY ସମେତ ସ୍ୱଳ୍ପ ସଞ୍ଚୟ ପାଇଁ ପ୍ୟାନ ଓ ଆଧାର କାର୍ଡ଼ ବାଧ୍ୟତାମୂଳକ