ସ୍ୱେଚ୍ଛାସେବୀଙ୍କ ଦ୍ଵାରା ଭୀମସାର୍ ଠାରେ ଆରମ୍ଭ ହେଲା 'ଭୋଜନ' ଯୋଜନା
Advertisement
Article Detail0/zeeodisha/odisha1218915

ସ୍ୱେଚ୍ଛାସେବୀଙ୍କ ଦ୍ଵାରା ଭୀମସାର୍ ଠାରେ ଆରମ୍ଭ ହେଲା 'ଭୋଜନ' ଯୋଜନା

ସମ୍ବଲପୁରର ସ୍ବେଚ୍ଛାସେଵୀ ନିଜସ୍ୱ ଉଦ୍ୟମରେ କିଛି ସପ୍ତାହ ହେଲା ଭୋଜନ ଯୋଜନା କରି ରୋଗୀଙ୍କ ପରିଜନଙ୍କୁ ମାଗଣାରେ ପ୍ରତ୍ୟେକ ରବିବାର ରନ୍ଧାଖାଦ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ସ୍ୱେଚ୍ଛାସେବୀଙ୍କ ଦ୍ଵାରା ଭୀମସାର୍ ଠାରେ ଆରମ୍ଭ ହେଲା 'ଭୋଜନ' ଯୋଜନା

ସମ୍ବଲପୁର: ଜିଲ୍ଲାର ବୁର୍ଲାସ୍ଥିତ ଭୀମସାର୍ ମେଡିକାଲ ଠାରେ ରୋଗୀଙ୍କ ପରିଜନଙ୍କ ପାଇଁ ଆରମ୍ଭ ହୋଇଛି "ଭୋଜନ" ଯୋଜନା। କିଛି ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ୱାରା ପରିଚାଳିତ ଏହି ଯୋଜନା ମାଧ୍ୟମରେ ଭୀମସାର ଠାରେ ରୋଗୀ ପରିଜନଙ୍କୁ ପ୍ରତି ରବିବାର ଯୋଗାଇ ଦିଆଯାଉଛି ମାଗଣା ରନ୍ଧା ଖାଦ୍ୟ। ଭିମସାର ଠାରେ ଏହି ଭୋଜନ କାଯ୍ୟକ୍ରମକୁ କିଛିଦିନ ପୂର୍ବରୁ ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ର ହରିପାଲ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏହା ରୋଗୀଙ୍କ ପରିଜନଙ୍କ ଲାଗି ବେଶ ସହାୟକ ହେବ ବୋଲି ଆଶା କରାଯାଉଛି।

ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ କୁହାଯାଉଥିବା ବୁର୍ଲା ଭୀମସାର ଠାରେ ଆରମ୍ଭ ହୋଇଯାଇଛି ଭୋଜନ କାଯ୍ୟକ୍ରମ। ଭୀମସାର ଉପରେ ପଶ୍ଚିମ ଓଡିଶା ସମେତ ପଡୋଶୀ ଛତିଶଗଡ଼ ଏବଂ ଝାରଖଣ୍ଡ ରାଜ୍ୟର ବହୁ ରୋଗୀ ଚିକିତ୍ସା ଲାଗି ନିର୍ଭର କରୁଥିବା ବେଳେ ବହୁ ଦୂରାରୋଗ୍ୟରେ ପୀଡିତ ରୋଗୀ ଏଠାରେ ରହି ଚିକିତ୍ସିତ ହୋଇଥାନ୍ତି। ପୂର୍ବରୁ ସରକାରଙ୍କ ଆହାର ଯୋଜନା ମାଧ୍ୟମରେ ଭୀମସାର ଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ପରିଜନଙ୍କୁ ୫ ଟଙ୍କା ମୂଲ୍ୟରେ ଆହାର ଦିଆଯାଉଥିବା ବେଳେ ରବିବାର ଦିନ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ରୋଗୀଙ୍କ ପରିଜନ। 

ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁରର ସ୍ବେଚ୍ଛାସେଵୀ ନିଜସ୍ୱ ଉଦ୍ୟମରେ କିଛି ସପ୍ତାହ ହେଲା ଭୋଜନ ଯୋଜନା କରି ରୋଗୀଙ୍କ ପରିଜନଙ୍କୁ ମାଗଣାରେ ପ୍ରତ୍ୟେକ ରବିବାର ରନ୍ଧାଖାଦ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଭୀମସାର ମେଡିକାଲକୁ ଚିକିତ୍ସା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଅଞ୍ଚଳରୁ ରୋଗୀ ଆସୁଥିବାରୁ ଏଠି ରବିବାର ଖାଇବା ପାଇଁ ବହୁତ ଅସୁବିଧା ଭୋଗିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଏକତ୍ରୀତ ହୋଇ କିଛି ଦିନ ପୂର୍ବରୁ ଆରମ୍ଭ କରାଯାଇଥିବା "ଭୋଜନ" ଯୋଜନାରେ ପ୍ରଥମ ଦିନ ୮୦୦ ଜଣଙ୍କ ଖାଇବା ପାଇଁ ବ୍ୟବସ୍ଥା କରିଥିଲେ। ଏହାର ପରବର୍ତ୍ତୀ ରବିବାରରେ ମଧ୍ୟ ବହୁ ରୋଗୀ ପରିଜନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛି ଏହି ଭୋଜନ କାର୍ଯ୍ୟକ୍ରମ। ଭୋଜନ ଯୋଜନା ମାଧ୍ୟମରେ ରୋଗୀଙ୍କ ପରିଜନଙ୍କୁ ଭାତ, ଡାଲମା ସମେତ ସୁସ୍ୱାଦୁ  ଗରମା ଗରମ ରନ୍ଧାଖାଦ୍ୟ ପ୍ରତ୍ୟେକ ରବିବାର ମାଗଣାରେ ଯୋଗାଇ ଦିଆଯାଉଛି। 

ଏପରି ଉଦ୍ୟମ ପାଇଁ ରୋଗୀଙ୍କ ପରିଜନ ଭୋଜନ ବ୍ୟବସ୍ଥା ଆରମ୍ଭ କରିଥିବା ସ୍ୱେଚ୍ଛାସେବୀଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି। ଯେହେତୁ ଆହାର କେନ୍ଦ୍ର ରବିବାର ବନ୍ଦ ରହୁଥିଲା ତେଣୁ ଗରିବ ଲୋକେ ହଇରାଣ ହେଉଥିଲେ। ହେଲେ ଏହି ଯୋଜନାକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ। କିଛିଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଭୋଜନ ଯୋଜନାରେ ରୋଗୀଙ୍କ ପରିଜନ ରନ୍ଧା ଖାଦ୍ୟ ଖାଇ ଖୁସି ପ୍ରକଟ କରିଥିବା ବେଳେ ଆଗକୁ ଆବଶ୍ୟକ ହେଲେ ଆହୁରି ଅଧିକ ରୋଗୀ ପରିଜନଙ୍କ ଲାଗି ଖାଦ୍ୟର ବ୍ୟବସ୍ଥା କରିବାକୁ ଲକ୍ଷ ରଖାଯାଇଛି ବୋଲି ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।