Brown Rice: ଆଦିବାସୀ ମହିଳାଙ୍କୁ ରୋଜଗାର ଦେଉଛି ଢିଙ୍କିକୁଟା ଚାଉଳ
Advertisement
Article Detail0/zeeodisha/odisha1590125

Brown Rice: ଆଦିବାସୀ ମହିଳାଙ୍କୁ ରୋଜଗାର ଦେଉଛି ଢିଙ୍କିକୁଟା ଚାଉଳ

ରାଉରକେଲା (ସୁଶାନ୍ତ କୁମାର ଦାଶ) Odisha News:ସମୟ ସହିତ ତାଳ ଦେଇ ଆଗକୁ ବଢ଼ି ଚାଲିଛି ମଣିଷ। ବିଜ୍ଞାନର ତାଳେ ତାଳେ ନୂତନ ଜ୍ଞାନ କୌଶଳର ବିନିଯୋଗ କରି ପ୍ରସ୍ତୁତ କରି ଚାଲିଛି ଅନେକ ନୂଆ ନୂଆ ସାମଗ୍ରୀ। ଅନ୍ୟପଟେ ନୂଆ ଜ୍ଞାନ କୌଶଳ ପାଇ ଅନେକ ପୁରାତନ ସାମଗ୍ରୀ,କାର୍ଯ୍ୟ ପ୍ରଣାଳୀ ଆଦିକୁ ଭୂଲିବାରେ ଲାଗୁଛି ସମାଜ। କିନ୍ତୁ ଏସବୁ ମଧ୍ୟରେ ଅନେକ ପୁରାତନ ପଦ୍ଧତି ଏବଂ ସାମଗ୍ରୀ ତାର ଗୁଣବତ୍ତା ପାଇଁ ବର୍ତ୍ତମାନ ପୁଣି ଲୋକାଦୃତ ହେବାରେ ଲାଗିଛି।

Brown Rice: ଆଦିବାସୀ ମହିଳାଙ୍କୁ ରୋଜଗାର ଦେଉଛି ଢିଙ୍କିକୁଟା ଚାଉଳ

ରାଉରକେଲା (ସୁଶାନ୍ତ କୁମାର ଦାଶ) Odisha News: ସମୟ ସହିତ ତାଳ ଦେଇ ଆଗକୁ ବଢ଼ି ଚାଲିଛି ମଣିଷ। ବିଜ୍ଞାନର ତାଳେ ତାଳେ ନୂତନ ଜ୍ଞାନ କୌଶଳର ବିନିଯୋଗ କରି ପ୍ରସ୍ତୁତ କରି ଚାଲିଛି ଅନେକ ନୂଆ ନୂଆ ସାମଗ୍ରୀ। ଅନ୍ୟପଟେ ନୂଆ ଜ୍ଞାନ କୌଶଳ ପାଇ ଅନେକ ପୁରାତନ ସାମଗ୍ରୀ,କାର୍ଯ୍ୟ ପ୍ରଣାଳୀ ଆଦିକୁ ଭୂଲିବାରେ ଲାଗୁଛି ସମାଜ। କିନ୍ତୁ ଏସବୁ ମଧ୍ୟରେ ଅନେକ ପୁରାତନ ପଦ୍ଧତି ଏବଂ ସାମଗ୍ରୀ ତାର ଗୁଣବତ୍ତା ପାଇଁ ବର୍ତ୍ତମାନ ପୁଣି ଲୋକାଦୃତ ହେବାରେ ଲାଗିଛି। ଯାହା ମଧ୍ୟରେ ରହିଛି ପୃଷ୍ଟିରେ ଭରପୁର ଢ଼ିଙ୍କି କୁଟା ଚାଉଳ(Brown Rice)। ବର୍ତ୍ତମାନ ସମୟରେ ବଜାରରେ ଢିଙ୍କିକୁଟା ଚାଉଳର (Brown rice) ଚାହିଦା ବଢୁଛି। 

ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମହିଳାମାନଙ୍କ (Sundargarh Tribal Women) ଦ୍ୱାରା ପ୍ରସ୍ତୁତ ଢିଙ୍କିକୁଟା ଚାଉଳ(Brown Rice) ସ୍ଥାନୀୟ ବଜାର ସହିତ ଓରମାସ ମେଳା ଆଦି ମାଧ୍ୟମରେ ଭଲ ବିକ୍ରି ହେଉଛି। ଫଳରେ ଏହା ସ୍ଥାନୀୟ ଆଦିବାସୀ ପରିବାରର ମହିଳାମାନଙ୍କ ପାଇଁ ରୋଜଗାରର ବଡ଼ ମାଧ୍ୟମ ମଧ୍ୟ ହୋଇପାରିଛି। ସୁନ୍ଦରଗଡ଼ (Sundargarh _ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ଜିଲ୍ଲାର ୯ଟି ବ୍ଲକ ରହିଛି। ଏହି ବ୍ଲକଗୁଡ଼ିକରେ ଆଇଟିଡିଏ ପକ୍ଷରୁ ମୋଟ ୧୮ଟି ‘ବନ ଧନ ବିକାଶ କେନ୍ଦ୍ର’ ବା ଭିଡିଭିକେ ୟୁନିଟ୍ ଗଠନ କରାଯାଇଛି। ଏହା ମାଧ୍ୟମରେ (Sundargarh Tribal Women)ଆଦିବାସୀ ପରିବାରର ମହିଳାମାନଙ୍କୁ (Tribal Women) ବିଭିନ୍ନ ଜୀବିକା ବିକାଶ ଲାଗି ଆର୍ଥିକ ପ୍ରୋତ୍ସାହନ ସହ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ଏହି ଭିଡିଭିକେ ୟୁନିଟଗୁଡ଼ିକ ମାଧ୍ୟମରେ ଜିଲ୍ଲାର ଆଦିବାସୀ ବର୍ଗର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଢିଙ୍କିକୁଟା ଚାଉଳ ଉତ୍ପାଦନ କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିଛନ୍ତି। 

ଏହାବି ପଢନ୍ତୁ : ପୋଲିସ ବାବୁଙ୍କ ଉପରେ ରହିଛି ୫୦ ଲକ୍ଷ ଟଙ୍କାର ବକେୟା ରାଶି, ମାଡ଼ି ବସିଛନ୍ତି ସରକାରୀ କ୍ୱାର୍ଟର !

ଏହାବି ପଢନ୍ତୁ : Pramila Tripathy: ସରକାରୀ ଘରକୁ ମାଡ଼ିବସିଛନ୍ତି ସମାଜସେବୀ ପ୍ରମିଳା ମାଉସୀ, ଥାନାରେ ଏତଲା

ବଜାରରେ ଏହି ବ୍ରାଉନ୍ ରାଇସ୍ ବା ପୁଷ୍ଟିଯୁକ୍ତ ଚାଉଳର(Brown Rice) ଭଲ ଚାହିଦା ରହିଛି। ଏଥିରେ ପୋଷଣ ଗୁଣ ରହିଥିବାରୁ ସାଧାରଣ ଚାଉଳଠାରୁ ଏହା ଅଧିକ ଦାମରେ ବିକ୍ରି ହେଉଛି। ପ୍ରତି ଭିଡିଭିକେ ୟୁନିଟରେ ୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡ଼ା ଯାଇଛି। ଫଳରେ ପ୍ରତି ୟୁନିଟ ଅଧୀନରେ ୩୦୦ରୁ ଅଧିକ ମହିଳା ସାମିଲ ହୋଇଛନ୍ତି। ଢିଙ୍କିକୁଟା ଚାଉଳ ଉତ୍ପାଦନ ପାଇଁ ପ୍ରତି ଦୁଇ ଜଣ ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଗୋଟିଏ କରି ପାରମ୍ପରିକ ଢିଙ୍କି ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ମୋଟ ୧୨୦୦ ମହିଳାଙ୍କ ପାଇଁ ୬୦୦ଟି ଢିଙ୍କି (Brown Rice)ଯୋଗାଇ ଦିଆଯାଇଛି। ଏହାସହ ସେମାନଙ୍କୁ ଓଜନ ମାପ ଓ ପ୍ୟାକେଜିଂ ମେସିନ ମଧ୍ୟ ଦିଆଯାଉଛି।

‘ବନ ଧନ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଆଇଟିଡିଏ ପକ୍ଷରୁ ଆମକୁ ଢିଙ୍କି ମିଳିଛି। ସେଥିରେ ଆମେ ଲୁସରି ଧାନକୁ କୁଟି ନାଲି ଚାଉଳ ବାହାର କରୁଛୁ। ତାହାକୁ ବିକି ଭଲ ଦି’ପଇସା ପାଉଛୁ’,ବୋଲି କହିଛନ୍ତି ଲେଫ୍ରିପଡ଼ା ବ୍ଲକ୍ ସାହେବଡେରା ଗ୍ରାମରେ ଥିବା ତ୍ରିବେଣୀ ଭିଡିଭିକେ ୟୁନିଟର ସଦସ୍ୟା ଚଞ୍ଚଳା ନାଏକ।
ଭିଡିଭିକେ ସଦସ୍ୟାମାନେ ଢିଙ୍କି କୁଟି ଧାନରୁ ପୁଷ୍ଟିଯୁକ୍ତ ଚାଉଳ ବାହାର କରୁଛନ୍ତି। ତାକୁ ଓଜନ ମେସିନରେ ମାପି ପରେ ତା’ର ପ୍ୟାକେଜିଂ କରୁଛନ୍ତି। ବଜାରରେ ସାଧାରଣ ଚାଉଳ ଅପେକ୍ଷା ଏହି ଢିଙ୍କିକୁଟା ଚାଉଳ କିଲୋଗ୍ରାମ୍ ପିଛା ପ୍ରାୟ ୩ଗୁଣା ଅଧିକ ଦରରେ ବିକ୍ରି ହେଉଛି। 

ଏହି ଚାଉଳ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ତେଣୁ ବଜାରରେ ଏହାର ଚାହିଦା ବଢୁଥିବାରୁ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ମା’ମାନଙ୍କ ପାଇଁ ଏହା ଏକ ଭଲ ରୋଜଗାରର ବାଟ ହୋଇପାରିଛି। ‘ଢିଙ୍କିକୁଟା ଚାଉଳ ଉତ୍ପାଦନ କରିବା ପାଇଁ ଆମକୁ ଆଇଟିଡିଏ ପକ୍ଷରୁ ତାଲିମ ଦିଆଯାଇଛି। ଢିଙ୍କି ସହ ବିଭିନ୍ନ ମେସିନ ମଧ୍ୟ ଦିଆଯାଇଛି। ଧାନକୁ କୁଟି ନାଲି ଚାଉଳ କରିବା ପରେ ତାକୁ ପ୍ୟାକେଜିଂ କରି ଆମେ ସ୍ଥାନୀୟ ବଜାର ଓ ବିଭିନ୍ନ ମେଳାରେ ବିକୁଛୁ’ବୋଲି କହିଛନ୍ତି ଭିଡିଭିକେ ୟୁନିଟର ଆଉ ଜଣେ ସଦସ୍ୟା ପୁଷ୍ପା ମାଝି।