Advertisement
Photo Details/zeeodisha/odisha1593658
photoDetails0hindi

Odisha News: ବାଙ୍ଗାଲୋରରେ ଧମାଲ କଲେ ପୁରୀର କୁନି ଝିଅ, ନିଜ ନାଁରେ ଲେଖିଲେ ଏହି ରେକର୍ଡ

ପୁରୀ: ବାଙ୍ଗାଲୋରରେ କମାଲ କରିଛନ୍ତି ପୁରୀର କୁନି ଝିଅ ଦିବ୍ୟାଶ୍ରୀ। ଦେବାଶିଷ ଏବଂ ଦେବୀଙ୍କ ଝିଅ ଦିବ୍ଯାଶ୍ରୀ ଡି ବେହେରା ହାସଲ କରିଛନ୍ତି ଆଇରନ ମ୍ଯାନ୍ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ମୃତି ଜାତୀୟ ପୁରସ୍କାର-୨୦୨୩। ବାଙ୍ଗାଲୋରର ଜେସି ରୋଡ ଟାଉନହଲରେ ଏକ ଭବ୍ଯ ଉତ୍ସବରେ ଏଭଳି ପୁରସ୍କାର ପାଇବା ପରେ ବେଶ୍ ଉତ୍ସାହିତ ହୋଇଛନ୍ତି ଦିବ୍ଯାଶ୍ରୀ ଓ

1/4

ତେବେ ଦିବ୍ଯାଶ୍ରୀ ଯେ କେବଳ ଓଡିଶୀ କି ସମ୍ବଲପୁରୀ ନୃତ୍ୟ ନୁହେଁ ସଂଗୀତ ଏବଂ ମଡେଲିଂ ଦୁନିଆରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଯେତେବେଳେ ଦିବ୍ଯାଂଶୀକୁ ପ୍ରାୟ ୪ବର୍ଷ ବୟସ ହୋଇଥିଲା ସେହି ସମୟରେ ସେ ଆନ୍ତର୍ଜାତୀୟ ସ୍ତରରେ ଜର୍ଜିଆରେ ହାସଲ କରିଥିଲେ ଇଣ୍ଟରନ୍ଯାସନଲ ଟପ୍ ମଡେଲ ପଦକ। ୧୨ଟି ଦେଶକୁ ପଛରେ ପକାଇ ଦିବ୍ଯାଶ୍ରୀ ଟପ୍ ମଡେଲ ଉଇନ କରିଥିଲେ। 

Also Read: New EPFO Pension: ଜାଣନ୍ତୁ ଅବସର ପରେ କେମିତି ପାଇବେ ୧୮,୮୫୭ ଟଙ୍କା ପେନସନ୍, ପଢନ୍ତୁ କ’ଣ ରହିଛି ପୂରା ପ୍ରକ୍ରିୟା

2/4

ସେପଟେ କେବଳ ଟପ୍ ମଡେଲ ନୁହେଁ କଷ୍ଟ୍ଯୁମରେ ମଧ୍ୟ ପ୍ରଥମ ଥର ପାଇଁ ଭାରତକୁ ଦେଇଥିଲେ ଏକ ଗୌରବମୟ ସଫଳତା। ସେ ୧୨ଟି ଦେଶକୁ ପଛରେ ପକାଇ ଜିତିଥିଲେ ବେଷ୍ଟ ନ୍ଯାସନାଲ କଷ୍ଟ୍ଯୁମ  ଆୱର୍ଡ। ସେହି ଜର୍ଜିଆରେ ଅନୁଷ୍ଠିତ ୱର୍ଡ ରାଇଜିଙ୍ଗ୍ ଷ୍ଟାର ବ୍ଯୁଟି କଣ୍ଟେଷ୍ଟରେ ଦିବ୍ଯାଶ୍ରୀଙ୍କ ଟ୍ଯାଲେଣ୍ଟ ଓ ସୁନ୍ଦର ବ୍ଯବହାର ପାଇଁ ତାଙ୍କୁ ମିଳିଥିଲା ଜୁରୀ ଆୱର୍ଡ। ଏବଂ ପୁରସ୍କାର ସ୍ୱରୁପ ତାଙ୍କୁ ଟିବ୍ଲିଫ୍ ଫାଇଭଷ୍ଟାର ହୋଟେଲରେ ମାଗଣାରେ ପାଞ୍ଚଦିନ ରହିବା ପାଇଁ ସୁଯୋଗ ମିଳିଥିଲା। 

Also Read: ସୁସ୍ମିତା ସେନଙ୍କୁ ହାର୍ଟ ଆଟାକ୍, ଅଭିନେତ୍ରୀ ନିଜେ କଲେ ଖୁଲାସା

3/4

ସେପଟେ ଦିବ୍ଯାଶ୍ରୀ କୁନିପିଲା ହୋଇଥିଲେ ମଧ୍ୟ ନିଜର କଳାତ୍ମକ ପ୍ରତିଭା ପାଇଁ ବିଶ୍ୱସ୍ତରରେ ଏକାଧିକ ଆୱର୍ଡ ପାଇ ଦେଶକୁ ଗୌରବାନ୍ନିତ କରିଥିବାରୁ ୨୦୨୧ରେ ତାଙ୍କ ନାମ ଇଣ୍ଟରନ୍ଯାସନଲ ବୁକ୍ ଅଫ୍ ୱର୍ଡ ରେକର୍ଡରେ ସ୍ଥାନ ପାଇଛି। କେବଳ ଏତିକି ନୁହେଁ ଦେଶର ବିଭିନ୍ନ ସ୍ଥାନରେ ନିଜର କଳାତ୍ମକ ନୈପୁଣ୍ଯତା ପ୍ରଦର୍ଶିତ କରି ଏବେଠୁଁ ବହୁ ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି। 

Also Read: ନିର୍ବାଚନୀ ଥୋପ! ମିଶନ ଶକ୍ତି କମ୍ୟୁନିଟି ପାର୍ଟନରଙ୍କୁ ୮ ହଜାର ସାଇକେଲ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

4/4

ଦିବ୍ଯାଶ୍ରୀ ପୁରୀ ମାର୍କର୍ଣ୍ଡେଶ୍ୱର ସାହିର ଦେବାଶିଷ ବେହେରା ଓ ଦେବୀଙ୍କ ଏକମାତ୍ର ଝିଅ। ବାପାମାଆ ଦୁଇଜଣ ବାଙ୍ଗାଲୋରରେ ଆଇଟି ସେକ୍ଟରରେ କାର୍ଯ୍ୟ କରନ୍ତି। ଏଣୁ ଦିବ୍ଯାଶ୍ରୀ ବାଙ୍ଗାଲୋରରେ ପାଠ ପଢିବା ସହ ମଡେଲିଂ ଦୁନିଆରେ ପାଦ ଥାପିବା ସହ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ମଧ୍ୟ କାର୍ଯ୍ୟ କରୁଥିବା କହିଛନ୍ତି ତାଙ୍କ ପରିବାର।

Also Read: ଆଖୁ ରସ ପିଇବାରୁ ମିଳିଥାଏ ଏହି ୫ଟି ଆଶ୍ଚର୍ଯ୍ୟଜନକ ଲାଭ, ଜାଣି ଚକିତ ହେବେ ଆପଣ