Paradeep: ଆମୋନିଆ ଗ୍ୟାସ ଲିକକୁ ନେଇ ମକଡ୍ରିଲ୍
Advertisement
Article Detail0/zeeodisha/odisha1550504

Paradeep: ଆମୋନିଆ ଗ୍ୟାସ ଲିକକୁ ନେଇ ମକଡ୍ରିଲ୍

Ammonia Gas Mock drill: ପାରାଦ୍ୱୀପ ଇଫକୋ ସାର କାରଖାନାରେ ଆମୋନିଆ ଗ୍ୟାସକୁ ନେଇ ମକ ଡ୍ରିଲ୍ ଅନୁଷ୍ଠିତ ହୋଇଛି । ଆମୋନିଆ ଗ୍ୟାସ କୌଣସି କାରଣରୁ ଲିକ୍ ହେଲେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ନହୋଇ କିପରି ତାର ମୁକାବିଲା କରାଯାଇ ପାରିବ ଏନେଇ ଇଫକୋ (IFFCO) କମ୍ପାନୀ ସହଯୋଗରେ ଏହି ଆମୋନିଆ ସୁରକ୍ଷା ଜନିତ କର୍ମଶାଳା ଆୟୋଜିତ କରାଯାଇଥିଲା ।

Paradeep: ଆମୋନିଆ ଗ୍ୟାସ ଲିକକୁ ନେଇ ମକଡ୍ରିଲ୍

Ammonia Gas Mock drill: ପାରାଦ୍ୱୀପ ବନ୍ଦରକୁ(Paradeep Port) ଭିତ୍ତି କରି ଅନେକ ଛୋଟ ବଡ଼ ଶିଳ୍ପାନୁଷ୍ଠାନ ଗଢି ଉଠିଛି । ସେଥି ମଧ୍ୟରୁ ଦୁଇଟି ବୃହତ ସାର କାରଖାନାରେ ଲକ୍ଷାଧିକ ଟନର ବିପଦଜ୍ଜନକ ଆମୋନିଆ ଗ୍ୟାସ ଗଚ୍ଛିତ ହୋଇ ରହିଛି । ଯଦି ପ୍ରାକୃତିକ ବିପର୍ଯ୍ୟୟ ବା କୌଣସି କାରଣବଶତଃ କମ୍ପାନୀର ଗଚ୍ଛିତ ଆମୋନିଆ ଗ୍ୟାସ ଲିକ୍ (Ammonia Gas Leak )ହୁଏ, ତେବେ କମ୍ପାନୀ ପରିସରରେ ଥିବା ଶ୍ରମିକଙ୍କ ସମେତ ପବନରେ ଏହି ଗ୍ୟାସ ପ୍ରଭାହିତ ହୋଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ରହିଛି । ତେଣୁ ଏହାର ସଫଳତାର ସହ ମୁକାବିଲା କରିବା ସହ, ସୁରକ୍ଷିତ ଭାବେ କିପରି ଲୋକଙ୍କ ଧନ ଜୀବନ ରକ୍ଷା କରାଯାଇ ପାରିବ ସେ ନେଇ ପାରାଦ୍ୱୀପ ଇଫକୋ ପ୍ଲାଣ୍ଟ ପରିସରରେ ଇଫକୋ ୟୁନିଟ୍ ପକ୍ଷରୁ ଏକ ମକଡ୍ରିଲ(Mock Drill) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଅନୁଷ୍ଠିତ ଏହି ଶିବିରରେ ପାରାଦ୍ୱୀପ ଅଞ୍ଚଳର ବିଭିନ୍ନ ଶିଳ୍ପ ସଂସ୍ଥାର ସୁରକ୍ଷା କର୍ମୀ, ଅଗ୍ନିଶମ ବିଭାଗ,( Fire Brigade) ଏନଡିଆରଏଫ୍, ଇଫକୋ ୟୁନିଟର ସୁରକ୍ଷା କର୍ମୀଙ୍କ ସହ ସମସ୍ତ ଟେକନିସିଆନ୍ ମାନଙ୍କୁ ନେଇ ଏହି ମକଡ୍ରିଲ୍ (Mock Dril) ହୋଇଥିଲା । ଗ୍ୟାସ ଲିକ୍ ସମୟରେ ଗ୍ୟାସ ବାୟୁମଣ୍ଡଳରେ ନମିଶିବା ପାଇଁ ଘନଘନ ପାଣି ମାଡ଼ କରିବା ସହିତ ସଫଳତାର ସହିତ ଗ୍ୟାସ ଲିକକୁ ରୋକିବା ଓ ଗ୍ୟାସ ଲିକ୍ ଜନିତ ଦୁର୍ଘଟଣାରେ ବେହୋସ ହୋଇ ପଡି଼ଥିବା ଶ୍ରମିକ ମାନଙ୍କୁ କିପର ଉଦ୍ଧାର କରାଯିବ ଏନେଇ ସମ୍ପୂର୍ଣ୍ଣ କଳା ପ୍ରଦର୍ଶନ କରାଯାଇଥିଲା ।

Also Read-puri crime: ନିଶାରେ ଉଡ଼ିଲା ହୋସ, କଲେ ଏପରି ଜଘନ୍ୟ କାଣ୍ଡ ଯେ ପୋଲିସ ବି ହେଲା ଚକିତ

Also Read-Indian Railways:ଦେଶର ଏହି ଟ୍ରେନରେ ମାଗଣାରେ କରିହେବ ଯାତ୍ରା

Also Read-Cricketers Life partners:ବିଦେଶିନୀଙ୍କୁ ଜୀବନ ସାଥୀ କରିଛନ୍ତି ଏହି ଭାରତୀୟ ଖେଳାଳି

ଓଡି଼ଶା ସରକାରଙ୍କ ଫ୍ୟାକ୍ଟ୍ରି ଆଣ୍ଡ ବୟଲର୍ ବିଭାଗ ସହଯୋଗରେ ଆମୋନିଆ ଲିକ୍( Ammonia Gas Leak)  ଜନିତ ସୁରକ୍ଷା କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ପାରାଦ୍ବୀପ ବନ୍ଦର, ପିପିଏଲ୍, ଆଇଓସିଏଲ୍ ସମେତ ଅନେକ ଛୋଟ ବଡ଼ ଶିଳ୍ପାନୁଷ୍ଠାନର ସୁରକ୍ଷା ଅଧିକାରୀଙ୍କ ସମେତ ଅଧିକାରୀ, ମେଡ଼ିକାଲ ଟିମ,(Medical Team)  ଅଗ୍ନିଶମ ବିଭାଗ ଓ ଟେକନିସିଆନ୍ ମାନେ ଅଂଶଗ୍ରହଣ କରିଥିଲେ । ଆମୋନିଆ ଗ୍ୟାସ ଲିକ୍ ଜନିତ ଜରୁରୀକାଳୀନ ପରିସ୍ଥିତିରେ ପ୍ରଭାବିତ ଲୋକମାନଙ୍କୁ କିପରି ଉଦ୍ଧାର କରାଯାଇପାରିବ, ସ୍ଥାନୀୟ ଅଞ୍ଚଳକୁ ଏହା କିପରି ପ୍ରଭାବିତ ନହେବ ଓ ଗ୍ୟାସକୁ କିପରି ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯିବ ଏନେଇ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କୁ ଅବଗତ କରାଯାଇଛି ।

ଏହି କର୍ମଶାଳାରେ ଫ୍ୟାକ୍ଟ୍ରି ଆଣ୍ଡ ବ୍ରୟଲର ବିଭାଗର ସହକାରୀ ନିର୍ଦ୍ଦେଶକ ଚନ୍ଦ୍ରକାନ୍ତ ଦଳାଇଙ୍କ ସମେତ ପାରାଦ୍ୱୀପ ଇଫକୋ ୟୁନିଟ୍ ମୁଖ୍ୟ କେ.ଜେ.ପଟ୍ଟେଲ ଓ ସମସ୍ତ ଛୋଟ ବଡ଼ କମ୍ପାନୀର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।