ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅକ୍ସିଜେନ ପ୍ଳାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ
Advertisement
Article Detail0/zeeodisha/odisha928492

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅକ୍ସିଜେନ ପ୍ଳାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ

 ଜିଲ୍ଲାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି  ଅକ୍ସିଜେନ ପ୍ଳାଣ୍ଟ ସ୍ଥାପନ ପାଇଁ ହୋଇଥିଲା ଘୋଷଣା। 

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅକ୍ସିଜେନ ପ୍ଳାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ

ଗଜପତି: ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅକ୍ସିଜେନ ପ୍ଳାଣ୍ଟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। କୋରନା ମହାମାରୀ ସମୟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମିକୁ ସଦୃଢ କରିବା ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। 

ଗଜପତି ଭଳି ଏକ ପଛୁଆ ଜିଲ୍ଲାରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି  ଅକ୍ସିଜେନ ପ୍ଳାଣ୍ଟ ସ୍ଥାପନ ପାଇଁ ହୋଇଥିଲା ଘୋଷଣା। ଜିଲ୍ଲାର ମୋହନା ବ୍ଲକସ୍ଥିତ କାଳିଆପଟା ଠାରେ ରହିଥିବା କୋଭିଡ କେୟାର ସେଣ୍ଟର ଠାରେ ୧୦ଟି ଆଇସିୟୁ ଶଯ୍ୟା (ICU Bed) ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବ୍ରହ୍ମପୁର ସାଂସଦ (Berhampur MP) ଚନ୍ଦ୍ର ଶେଖର ସାହୁ (Chandra Sekhar Sahoo)। ଏନେଇ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲାର ଦୁଇ ବିଧାୟକ ସମେତ ଅନ୍ୟାନ୍ୟ ଜନ ପ୍ରତିନିଧି, ଜିଲ୍ଲାପାଳ ଅନୁପମ ସାହା ଏବଂ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ କୋରୋନା ମହମାରୀର ତୃତୀୟ ଲହର ଆସିବାର ଆଶଙ୍କା ରହିଥିବାରୁ ପୂର୍ବରୁ ଘୋଷଣା ହୋଇଥିବା ଆରଟପିସିଆର ଟେଷ୍ଟ ଲ୍ୟାବ (RTPCR Test Lab) ମଧ୍ୟ କାର୍ଯ୍ୟକ୍ଷମ ହେବାର ଆବଶ୍ୟକତା ରହିଛି।