Odisha Weather Update: ପ୍ରବଳ ତାତିରୁ ମିଳିବ ଆଶ୍ୱସ୍ତି, ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha1604654

Odisha Weather Update: ପ୍ରବଳ ତାତିରୁ ମିଳିବ ଆଶ୍ୱସ୍ତି, ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Odisha Weather Update: ପାଶ୍ଚାତ୍ୟ ବିକ୍ଷୋପର ପ୍ରଭାବ ଯୋଗୁଁ ଶୁକ୍ରବାର ଦିନ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିଲା । ଶନିବାର ଦିନ ମଧ୍ୟ ରାଜ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି । ଦାରିଙ୍ଗିବାଡ଼ିରେ ଶୁକ୍ରବାର ଦିନ ୮.୩୦ରୁ ସନ୍ଧ୍ୟା ୫.୩୦ ମଧ୍ୟରେ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କୋରାପୁଟରେ ଏହି ସମୟ ମଧ୍ୟରେ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

Odisha Weather Update: ପ୍ରବଳ ତାତିରୁ ମିଳିବ ଆଶ୍ୱସ୍ତି, ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Odisha Weather Update, Odisha Rain: ଓଡ଼ିଶା ବାସୀଙ୍କୁ ପ୍ରବଳ ତାତିରୁ ମିଳିବ ଆଶ୍ୱସ୍ତି । ରାଜ୍ୟର କିଛି ଅଞ୍ଚଳରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଭାରତ ପାଣିପାଗ ବିଭାଗ (IMD) କହିଛି ଯେ, ଆଗାମୀ ୪ ଦିନ ପ୍ରଚଣ୍ଡ ଖରାରୁ ଆଶ୍ୱସ୍ତି ମିଳିବ । ସେହିପରି ଶନିବାର ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା (Rain) ହେବାର ସମ୍ଭାବନା ଅଛି । ଶନିବାର ଦିନ ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ ଏବଂ ଗଞ୍ଜାମ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ପାଶ୍ଚାତ୍ୟ ବିକ୍ଷୋପର ପ୍ରଭାବ ଯୋଗୁଁ ଶୁକ୍ରବାର ଦିନ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିଲା ।

ଶନିବାର ଦିନ ମଧ୍ୟ ରାଜ୍ୟ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre) ର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି । ଦାରିଙ୍ଗିବାଡ଼ିରେ ଶୁକ୍ରବାର ଦିନ ୮.୩୦ରୁ ସନ୍ଧ୍ୟା ୫.୩୦ ମଧ୍ୟରେ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କୋରାପୁଟରେ ଏହି ସମୟ ମଧ୍ୟରେ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ବର୍ଷା ଗତିବିଧି ଓ ବଦଳୁଥିବା ପାଣିପାଗର ପରିସ୍ଥିତି ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ଦିନର ପାରା ତଳ ସ୍ତରକୁ ଖସି ଆସିଛି ।​ ମାଲକାନଗିରି ୩୭ ଡିଗ୍ରୀ ସେଲସିୟସ ସହ ସବୁଠାରୁ ଉତ୍ତପ୍ତ ଜିଲ୍ଲା ଥିବାବେଳେ ଝାରସୁଗୁଡାରେ ୩୬.୬ ଡିଗ୍ରୀ, ବୌଦ୍ଧ ୩୬.୫ ଡିଗ୍ରୀ ଏବଂ ସମ୍ବଲପୁର ୩୬.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ଭୁବନେଶ୍ୱର ଓ କଟକରେ ଯଥାକ୍ରମେ ୩୨.୨ ଡିଗ୍ରୀ ଓ ୩୩.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ଚାରି ଦିନ ଧରି ରାଜ୍ୟରେ ଦିନର ତାପମାତ୍ରାରେ କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ । ତେବେ ଏହା ପରେ ଧୀରେ ଧୀରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ:-ଖୁସି ଖବର: ୫୦୦ ଟଙ୍କା ଶସ୍ତାରେ ମିଳୁଛି ଗ୍ୟାସ ସିଲିଣ୍ଡର! ଶୀଘ୍ର କରନ୍ତୁ

ଅଧିକ ପଢ଼ନ୍ତୁ:-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ମଝିରେ ହଠାତ୍ ବଦଳିଗଲେ ଦଳର ଅଧିନାୟକ, ଏହି ଖେଳାଳିଙ୍କୁ ମିଳିଲା କମାଣ!

ଅଧିକ ପଢ଼ନ୍ତୁ:-BCCI ଚାଲିଲେ ଖତରନାକ୍ ଚାଲ୍, ହଠାତ୍ ୮ ମାସ ପରେ ଦିନିକିଆ ଦଳରେ ଏହି ଘାତକ ଖେଳାଳଙ୍କ ହେଲା ଏଣ୍ଟ୍ରି!

ସେପଟେ ପାଣିପାଗ ବିଭାଗ ଅନୁଯାୟୀ, ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ମେଘୁଆ ରହିବ । କେତେକ ଅଞ୍ଚଳରେ ହାଲୁକା ବର୍ଷା ମଧ୍ୟ ହୋଇପାରେ । ଏହି ସମୟରେ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ଓ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ହୋଇପାରେ । ଏହାର ଅର୍ଥ ଗରମରୁ ଆଶ୍ୱସ୍ତି ମିଳିବ ଓ ପାଗ ସୁଖଦ ରହିବ । ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ମଣିପୁର ଓ ତ୍ରିପୁରାରେ ମଧ୍ୟ ହାଲୁକା ବର୍ଷା ହୋଇପାରେ । ଏହା ବ୍ୟତୀତ ଝାଡ଼ଖଣ୍ଡ, ବିହାର ଏବଂ ଉତ୍ତର ପୂର୍ବର କେତେକ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ଦୁଇ ଦିନ ଉତ୍ତର ପଶ୍ଚିମ, ପଶ୍ଚିମ ଏବଂ ମଧ୍ୟ ଭାରତର ତାପମାତ୍ରା ବୃଦ୍ଧି ପାଇବ, ଯାହା ପରେ ତାପମାତ୍ରା ହ୍ରାସ ପାଇବ ।