Heat Wave warning: ୪୫ ଡ଼ିଗ୍ରୀ ପାର କରିବ ତାପମାତ୍ରା! ୪ ଜିଲ୍ଲାକୁ ଆଲର୍ଟ ଜାରି
Advertisement
Article Detail0/zeeodisha/odisha1696298

Heat Wave warning: ୪୫ ଡ଼ିଗ୍ରୀ ପାର କରିବ ତାପମାତ୍ରା! ୪ ଜିଲ୍ଲାକୁ ଆଲର୍ଟ ଜାରି

Heat Wave: ବଢିବ ତାପମାତ୍ରା । ଜଳିବ ସାରା ଓଡ଼ିଶା । ତେବେ ରାଜ୍ୟର ୪ଟି ଜିଲ୍ଲା ଯଥା ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼କୁ ହିଟ୍ ୱେବ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏଠାରେ ତାପମାତ୍ରା ୪୫ ଡିଗ୍ରୀ ପାର କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Heat Wave warning in Odisha: ଆଜିଠୁ ଆହୁରି ବଢିବ ତାପମାତ୍ରା । ଜଳିବ ସାରା ଓଡ଼ିଶା । ଆହୁରି କଲବଲ ହେବ ଲୋକେ । ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଛି (Heat Wave) । ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ଦିନ ୧୦ ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ତେବେ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟର ୪ଟି ଜିଲ୍ଲା ଯଥା ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼କୁ ହିଟ୍ ୱେବ ନେଇ ୟେଲୋ ୱାର୍ଣ୍ଣିଂ(yellow warning) ଜାରି କରାଯାଇଛି । ଏଠାରେ ତାପମାତ୍ରା ୪୫ ଡିଗ୍ରୀ ପାର କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ସେହିପରି ୧୬ ତାରିଖରେ ଅନୁଗୁଳ, ଦେବଗଡ଼, ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ୱଲପୁର, ସୋନପୁର ଓ ଝାରସୁଗୁଡ଼ା ଓ ୧୭ରେ ସମ୍ୱଲପୁର, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଆଦି ଜିଲ୍ଲାକୁ ହିଟ୍ ୱେବ ୱାର୍ଣ୍ଣିଂ (Heat wave warning) ଜାରି କରାଯାଇଛି । ତେବେ ଏହି ସମୟରେ ତାପମାତ୍ରା ୩ରୁ ୫ ଡ଼ିଗ୍ରୀ ବୃଦ୍ଧି ପାଇବା ସହ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ପାର କରିବା ସହ ଗତ ୨୨ ତାରିଖ ଯାଏଁ ତାତି ବଢିବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି । କାଳବୈଶାଖୀ ପ୍ରଭାବ ରାଜ୍ୟରେ କମିଥିବାବେଳେ ଉତ୍ତର ପଶ୍ଚିମ ଦିଗରୁ ଆସୁଥିବା ଗରମ, ଶୁଷ୍କ ବାୟୁ  ସହ ସୂର୍ଯ୍ୟଙ୍କ ପ୍ରଖର ଯୋଗୁଁ ରାଜ୍ୟରେ ଆଗାମୀ ଦିନରେ ତାପମାତ୍ରା ୪୫ ଡ଼ିଗ୍ରୀ ପାର କରିବା ନେଇ ଆଶଙ୍କା କରାଯାଇଛି । ଖରା ଯୋଗୁଁ ଶରୀରରେ ପାନୀୟ ଜଳ କମିଯିବାର ସମ୍ଭାବାନ ଥିବାରୁ ପର୍ଯ୍ୟପ୍ତ ପରିମାଣର ପାଣି ପିଇବା ସହ ମଦ୍ୟପାନ, ଚା, କଫି ଓ ଶର୍କରାଯୁକ୍ତ ମୃଦୁ ପାନୀୟଠାରୁ ଦୂରେଇ ରହିବା ନେଇ ପାଣିପାଗ କେନ୍ଦ୍ର (METEOROLOGICAL CENTRE BHUBANESWAR) ପକ୍ଷରୁ ପରାମର୍ଶ ଦିଆଯାଇଛି । ସେପଟେ ଏହି ସମୟରେ ଆଖୁ, ମକା ଓ ଡ଼ାଲି ଜାତୀୟ ଫସଲ ସହ ଖରାଦିନିଆ ଫସଲ ଓ ପନି ପରିବାରେ ଜଳସେଚନ ଜାରି ରଖିବା ନେଇ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ପ୍ରକାଶଥାଉ କି, ରବିବାର ଦିନ ସୁନ୍ଦରଗଡ଼଼ରେ ସର୍ବୋଚ୍ଚ ତାପମାତ୍ରା ୪୧.୫ ଡିଗ୍ରୀ ରହିଥିବା ବେଳେ, ଅନୁଗୁଳରେ ୪୦.୧ ଡିଗ୍ରୀ, ଟିଟିଲାଗଡ଼ ଓ ବରଗଡ଼ରେ ୪୦ ଡିଗ୍ରୀ ରହିଥିଲା । ଅନ୍ୟପଟେ ଉପକୂଳରେ ତାପମାତ୍ରା କମ୍ ଥିବା ସତ୍ତ୍ବେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା ।

Also Read-Bhubaneswar to Dubai flight: ଆଜି ଭୁବନେଶ୍ବରରୁ ଦୁବାଇକୁ ଉଡି଼ବ ଫ୍ଲାଇଟ୍,ଏତିକି ରହିଛି ଟିକେଟ୍ ମୂଲ୍ୟ

Also Read-MLA Deepali Das to take oath: ଆଜି ବିଧାୟିକା ଭାବେ ଶପଥ ନେବେ ଦୀପାଳି

ସେପଟେ, ବଙ୍ଗୋପସାଗରେ (Bay of Bengal) ସୃଷ୍ଟି ହୋଇଥିବା ବାତ୍ୟା “ମୋକା” (Cyclone Mocha) ସ୍ଥଳ ଦେଇ ଅତିକ୍ରମ କରିବା ବେଳେ ବାଂଲାଦେଶ ଓ ମିଆଁମାରରେ (Bangladesh and Myanmar) ତାଣ୍ତବ ରଚିଛି । ପ୍ରବଳ ପବନ ଓ ବର୍ଷା ଯୋଗୁଁ ଦୁଇ ଦେଶରେ ବ୍ୟାପକ କ୍ଷତି ହୋଇଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୨ ଶହ କିଲୋମିଟର ରହିଥିଲା । ଆଇଏଡ଼ିର(India Meteorological Department) ଆକଳନ ଅନୁସାରେ ବାଂଲାଦେଶ କକ୍ସ ବଜାର ଓ ମିଆଁମାରର କାୟୁକପିୟୁର ମଧ୍ୟବର୍ତ୍ତୀ ଅଞ୍ଚଳ ସିଟୱ ନିକଟରେ ବାତ୍ୟା “ମୋକା” ଲାଣ୍ତଫଲ କରିଥିଲା  । ସ୍ଥଳଭାଗ ଅତିକ୍ରମ କରିବା ବେଳେ ପ୍ରଥମେ ପବନର ବେଗ ୧୮୦ରୁ ୧୯୦ କିଲୋମିଟର ରହିଥିବା ବେଳେ ମଝିରେ ମଝିରେ ବେଗ ୨୧୦ କିଲୋମିଟର ବଢି ଯାଇଥିବା ଅନୁମାନ କରାଯାଉଛି । ପ୍ରାୟ ୩ ଘଣ୍ଟା ଧରି ବାଂଲାଦେଶ ଓ ମିଆଁମାର ଉପକୂଳରେ ତାଣ୍ତବ ରଚିଥିଲା “ମୋକା” ।