Flight Service: ଝାରସୁଗୁଡା-ହାଇଦ୍ରାବାଦ ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ କରିବ ସ୍ପାଇସ୍ ଜେଟ୍
Advertisement
Article Detail0/zeeodisha/odisha1514501

Flight Service: ଝାରସୁଗୁଡା-ହାଇଦ୍ରାବାଦ ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ କରିବ ସ୍ପାଇସ୍ ଜେଟ୍

Flight Service in Odisha: ରାଜ୍ୟରେ ବିମାନ ସେବାକୁ ନେଇ ଆସିଛି ଖୁସି ଖବର। ଆସନ୍ତା ୨୦ ଜାନୁଆରୀରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଝାରସୁଗୁଡା-ହାଇଦ୍ରାବାଦ ମଧ୍ୟରେ ବିମାନ ସେବା ଦିନ ସମୟରେ ଉପଲବ୍ଧ ହେବ। 

 Flight Service: ଝାରସୁଗୁଡା-ହାଇଦ୍ରାବାଦ ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ କରିବ ସ୍ପାଇସ୍ ଜେଟ୍

Jharsuguda Hyderabad Flight Service: ରାଜ୍ୟରେ ଆଞ୍ଚଳିକ ଯୋଗାଯୋଗକୁ ନେଇ ଆସିଛି ବଡ଼ ଖବର। ପୁଣି ଥରେ ଝାରସୁଗୁଡା-ହାଇଦ୍ରାବାଦ ମଧ୍ୟରେ ବିମାନ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ସ୍ପାଇସ ଜେଟ। ଏହି ବିମାନ ସେବା ଆସନ୍ତା ୨୦ ତାରିଖରୁ ପୁଣି ଥରେ ଆରମ୍ଭ ହେବ। ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ହାଇଦ୍ରାବାଦସ୍ଥିତ ରାଜୀବ ଗାନ୍ଧୀ ବିମାନ ବନ୍ଦର ମଧ୍ୟରେ ବିମାନ ସେବା ଆରମ୍ଭ କରିବ ସ୍ପାଇସ ଜେଟ। 

ପୂର୍ବରୁ ଝାରସୁଗୁଡା-ହାଇଦ୍ରାବାଦ ମଧ୍ୟରେ ବିମାନ ସେବା ଯୋଗାଉଥିଲା ସ୍ପାଇସ ଜେଟ। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ନିର୍ଦ୍ଦେଶନାମା ପରେ ଏହାକୁ କିଛି ମାସ ପାଇଁ ସ୍ଥଗିତ ରଖା ଯାଇଥିଲା। ସ୍ପାଇସ୍ ଜେଟ୍ ପୁଣି ଥରେ ଏ ସମ୍ପର୍କିତ ଏକ ପ୍ରସ୍ତାବ ଦାଖଲ କରିବା ପରେ ଏହି ବିମାନ ସେବା ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨୦ ଜାନୁଆରୀରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଝାରସୁଗୁଡା-ହାଇଦ୍ରାବାଦ ମଧ୍ୟରେ ବିମାନ ସେବା ଦିନ ସମୟରେ ଉପଲବ୍ଧ ହେବ। ଆସନ୍ତା ୧୬ ମାର୍ଚ୍ଚରୁ ଏହି ବିମାନ ସେବା ସନ୍ଧ୍ୟା ସମୟରେ ମିଳିବ। 

ସ୍ପାଇସ୍ ଜେଟ୍ ପୂର୍ବରୁ ଝାରସୁଗୁଡା-ଦିଲ୍ଲୀ ମଧ୍ୟରେ ବିମାନ ସେବା ଯୋଗାଉଥିଲା। ଅନ୍ୟପଟେ ଆଲାଏନ୍ସ ଏୟାର ଝାରସୁଗୁଡାରୁ ଭୁବନେଶ୍ୱର ଏବଂ କୋଲକାତା ପର୍ଯ୍ୟନ୍ତ ବିମାନ ସେବା ଯୋଗାଉଥିଲା। ଝାରସୁଗୁଡ଼ା ବିମାନ ବନ୍ଦର ଯାହା ବୀର ସୁରେନ୍ଦ୍ର ସାଇ ବିମାନ ବନ୍ଦର ମଧ୍ୟ କୁହାଯାଏ, ତାହା ପଡୋଶୀ ରାଜ୍ୟକୁ ଆଞ୍ଚଳିକ ସଂଯୋଗ ଯୋଗାଇ ଆସୁଛି। ପଡୋଶୀ ଛତିଶଗଡ ଏବଂ ଝାଡଖଣ୍ଡ ଯାତ୍ରୀ ଏହା ଉପରେ ନିର୍ଭର କରିଆସୁଛନ୍ତି। ଦେଶର ମୋଟ ୫୮ ବିମାନ ବନ୍ଦର ରହିଛି। ଯାହା କୃଷି ଉଡାନ ୨.୦ ଯୋଜନାରେ ଅନ୍ତର୍ଭୂକ୍ତ ହୋଇଛି।