Swachh Bharat Mission Corruption: ୧୬ ଲକ୍ଷର ପାଇଖାନା ଖାଇଗଲେ ୨୧ ଅଫିସର, ଘଣ୍ଟ ଘୋଡାଉଥିଲେ କି ଜିଲ୍ଲାପାଳ?
Advertisement

Swachh Bharat Mission Corruption: ୧୬ ଲକ୍ଷର ପାଇଖାନା ଖାଇଗଲେ ୨୧ ଅଫିସର, ଘଣ୍ଟ ଘୋଡାଉଥିଲେ କି ଜିଲ୍ଲାପାଳ?

Swachh Bharat Mission Corruption: ରିପୋର୍ଟରୁ ଜଣାପଡ଼ିଥିଲା ଯେ, ୧୧୯ଟି ପାଇଖାନା ନିର୍ମାଣ ନକରି ବିଲ୍ କରାଯାଇଛି। ୩୪ଟି ପାଇଖାନା ନିର୍ମାଣ ଅଧା ରହିଥିବାବେଳେ ସମ୍ପୂର୍ଣ୍ଣ ବିଲ୍ କରାଯାଇଛି। ବିଲ୍ ବାବଦ ଅର୍ଥକୁ ଦାୟିତ୍ବରେ ଥିବା ଅଧିକାରୀଙ୍କ ସମ୍ପୃକ୍ତ ବ୍ୟକ୍ତିବିଶେଷ ଆତ୍ମସାତ୍ କରିଛନ୍ତି। ସମୁଦାୟ ୧୬ ଲକ୍ଷ ୩୨ ହଜାର ଟଙ୍କାର ଦୁର୍ନୀତି କରାଯାଇଥିବା ଭିଜିଲାନ୍ସର ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Swachh Bharat Mission Corruption: ୧୬ ଲକ୍ଷର ପାଇଖାନା ଖାଇଗଲେ ୨୧ ଅଫିସର, ଘଣ୍ଟ ଘୋଡାଉଥିଲେ କି ଜିଲ୍ଲାପାଳ?

Swachh Bharat Mission Corruption, ପୁରୀ: ପ୍ରହସନ ପାଲଟିଛି ସ୍ୱଚ୍ଛ ଭାରତ ଅଭିଯାନ। କାଗଜ କଲମରେ ତିଆରି ହେଲା ପାଇଖାନା। ଲୋକେ ତାହାକୁ ବ୍ୟବହାର କଲେ, କିନ୍ତୁ କାହାକୁ ଦେଖାଗଲା ନାହିଁ! କିନ୍ତୁ ଭିଜିଲାନ୍ସ ବିଭାଗ ସେହି ଅଦୃଶ୍ୟ ପାଇଖାନାକୁ ଖୋଳି ବାହାର କରିଛି। ଖୁବଶୀଘ୍ର ଏହି ପାଇଖାନା ଲୁଚାଇଥିବା ଅଫିସର ବନ୍ଧା ହେବେ। ପୁରୀ ଗୋପ ବ୍ଲକ୍ ପାଇଖାନା ଦୁର୍ନୀତିରେ ୨୧ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ଭିଜିଲାନ୍ସ ବିଭାଗକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। 

ଗୋପ ବ୍ଲକ୍ ପାଇଖାନା ଦୁର୍ନୀତି ମମାଲାକୁ ଲୋକାୟୁକ୍ତ ଗୁରୁତର ଭାବେ ନେଇଛନ୍ତି। ଅଭିଯୋଗକୁ ଆଧାରକରି ୨୧ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ଇନ୍ସପେକ୍ଟର ମମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ପଞ୍ଚାୟତର ଘରେ ଘରେ ବୁଲି ତଦନ୍ତ କରି ତତ୍ ସଂକ୍ରାନ୍ତୀୟ ପ୍ରାଥମିକ ରିପୋର୍ଟ ଲୋକାୟୁକଙ୍କ ନିକଟରେ ଦାଖଲ କରିଥିଲେ। 

Also Read: Odisha Administration: ପ୍ରଶାସନିକ ସ୍ତରରେ ଓଡିଶା ସରକାରଙ୍କ ବଡ ଅଦଳବଦଳ

ଏହି ରିପୋର୍ଟରୁ ଜଣାପଡ଼ିଥିଲା ଯେ, ୧୧୯ଟି ପାଇଖାନା ନିର୍ମାଣ ନକରି ବିଲ୍ କରାଯାଇଛି। ୩୪ଟି ପାଇଖାନା ନିର୍ମାଣ ଅଧା ରହିଥିବାବେଳେ ସମ୍ପୂର୍ଣ୍ଣ ବିଲ୍ କରାଯାଇଛି। ବିଲ୍ ବାବଦ ଅର୍ଥକୁ ଦାୟିତ୍ବରେ ଥିବା ଅଧିକାରୀଙ୍କ ସମ୍ପୃକ୍ତ ବ୍ୟକ୍ତିବିଶେଷ ଆତ୍ମସାତ୍ କରିଛନ୍ତି। ସମୁଦାୟ ୧୬ ଲକ୍ଷ ୩୨ ହଜାର ଟଙ୍କାର ଦୁର୍ନୀତି କରାଯାଇଥିବା ଭିଜିଲାନ୍ସର ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ରିପୋର୍ଟ ଆଧାରରେ ଲୋକାୟୁକ୍ତ ସମସ୍ତ ୨୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

fallback

ଅଭିଯୁକ୍ତମାନେ ହେଲେ-

ଗୋପ ବ୍ଲକର କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ତ୍ରିପାଠୀ
ଗ୍ରାମ୍ୟ ପାନୀୟ ଜଳ ବିଭାଗ, ଭୁବନେଶ୍ଵରର କନିଷ୍ଠ ଯନ୍ତ୍ରୀ ଗୀତାଞ୍ଜଳି ସାହୁ (ନିଲମ୍ବିତ)
ଅଣ୍ଡରା ଇଚ୍ଛାପୁର ପଞ୍ଚାୟତର ପୂର୍ବତନ କାର୍ଯ୍ୟନିର୍ବାହୀ କାଳୁ ଚରଣ ନାୟକ
ଆର୍‌ଡବ୍ଲ୍ୟୁଏସ୍ଏସ୍ ନିମାପଡ଼ାର ପୂର୍ବତନ ଡାଟା ଏଣ୍ଟ୍ରି ଅପରେଟର୍ ଚିନ୍ନୟ ବେହେରା ଓ ରଶ୍ମିରଞ୍ଜନ ପ୍ରଧାନ

Also Read: ଜାତୀୟ ସ୍ତରର ସନ୍ତରଣକାରୀ ଏବେ ଦିନ ମଜୁରିଆ, ଧୃତରାଷ୍ଟ୍ର ପାଲଟିଛି ପ୍ରଶାସନ

ପାଇଖାନା ଦୁର୍ନୀତିରେ ସହଯୋଗ କରିଥିବା ତଥା ଫଟୋ ଟାମ୍ପରିଂ କରିଥିବା NGOର କର୍ମଚାରୀଙ୍କ ନାମରେ ମଧ୍ୟ ମାମଲା ରୁଜୁ କରିବାକୁ ଲୋକୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଯାହାପରେ ଗୋପ ବ୍ଲକରେ କକୁଆ ଭୟ ସୃଷ୍ଟି ହୋଇଛି। ତେବେ କେବଳ ଅଣ୍ଡରା ଇଚ୍ଛାପୁର ପଞ୍ଚାୟତ ନୁହଁ, ଅନ୍ୟ ପଞ୍ଚାୟତ ଗୁଡିକରେ ମଧ୍ୟ ଏଭଳି ଦୁର୍ନୀତି ହୋଇଛି, ତଦନ୍ତ ହେଲେ ଅନେକ କଥା ପଦାକୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

fallback

ସୂଚନାଯୋଗ୍ୟ, ଗୋପ ବ୍ଳକ୍‌ର ଅଣ୍ଡରା ଇଚ୍ଛାପୁର ପଞ୍ଚାୟତରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ସମୁଦାୟ ୭୫୦ ପାଇଖାନା ନିର୍ମାଣ କରାଯାଇ ସମ୍ପୃକ୍ତ ହିତାଧିକାରୀଙ୍କୁ ବିଲ୍ ପୈଠ କରାଯାଇଥିବା ବ୍ଲକ ପକ୍ଷରୁ ଦର୍ଶାଯାଇଥିଲା। ଏଥିରେ ଦୁର୍ନୀତି ହୋଇଥିବା ନେଇ ଗୋପ ବ୍ଲକ୍ ଦୁର୍ନୀତି ନିବାରଣ ମଞ୍ଚର ଆବାହକ ଗଙ୍ଗାଧର ପାଇକରାୟ ସ୍ଥାନୀୟ ବିଡିଓ ଓ ପୁରୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଏହାଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ସେ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ।