Padampur: ଜିଲ୍ଲା ଗଠନକୁ ତେଜିଲା ରାଜନୀତି, ପ୍ରତିକ୍ରିୟା ରଖିଲେ ୩ ଦଳ
Advertisement
Article Detail0/zeeodisha/odisha1444692

Padampur: ଜିଲ୍ଲା ଗଠନକୁ ତେଜିଲା ରାଜନୀତି, ପ୍ରତିକ୍ରିୟା ରଖିଲେ ୩ ଦଳ

Padampur Politics: ପଦମପୁର ଗଡ଼ ବଞ୍ଚାଇବା ପାଇଁ ସବୁ ଦଳ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ବର୍ତ୍ତମାନ ଏହି ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ବେଳେ ପଦମପୁର ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା ପ୍ରସଙ୍ଗକୁ ସରଗରମ ହୋଇଉଠିଛି ରାଜନୀତି।

Padampur: ଜିଲ୍ଲା ଗଠନକୁ ତେଜିଲା ରାଜନୀତି, ପ୍ରତିକ୍ରିୟା ରଖିଲେ ୩ ଦଳ

Proposed Padampur District: ପଦମପୁର କ୍ରିୟାନୁଷ୍ଠାନ କମିଟିକୁ ଘରେ ବସେଇ ବୁଝେଇ ଦେଲେ ମୁଖ୍ୟମନ୍ତ୍ରୀ। ଆଉ ବାହାରେ ଭାଣ୍ଡିଆ ହୋଇଗଲେ ବିରୋଧୀ। ଚାଷୀଙ୍କ କଥା ମାନି ନାମାଙ୍କନ ନ ଭରି ବିଜେପି ଯେଉଁ ମାଇଲେଜ ନେଇଥିଲା, ତାହାକୁ ଜିଲ୍ଲା ମାନ୍ୟତା ପ୍ରସଙ୍ଗରେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ମ୍ୟାନେଜ୍ କରି ନେଇଛନ୍ତି। ଯାହାକୁ ଦେଖି ବିଜେପି ବିଚଳିତ। ବିଜେପି କହିଛି ଏବେ ହଠାତ୍ କାହିଁକି ମନେ ପଡିଲା ପଦମପୁର ପ୍ରେମ। ଆମେ ଦାବି କରୁଛୁ ୨୦୦ କୋଟିର ଇନପୁଟ୍ ଘୋଷଣା ତଥ୍ୟକୁ ସାର୍ବଜନୀନ କରନ୍ତୁ। କଂଗ୍ରେସ କହିଛି ଏହା କେବଳ ଏକ ନିର୍ବାଚନୀ ଧୂଆଁବାଣ।

ପଦମପୁର ଗଡ଼ ବଞ୍ଚାଇବା ପାଇଁ ସବୁ ଦଳ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ କ୍ରିୟାନୁଷ୍ଠାନ କମିଟି ସହ ଆଲୋଚନା କରି ବିରୋଧୀଙ୍କ ସବୁ ଚାଲ ବିଗାଡ଼ି ଦେଇଛନ୍ତି। ଏହାକୁ ଦେଖି ଚାଷ ଏବଂ ଚାଷୀଙ୍କ ସମସ୍ୟାକୁ ନେଇ ଆକ୍ରମଣ କରିଛି ବିଜେପି। ବିଜେପି କହିଛି ରାଜ୍ୟ ସରକାର ଚାଷୀ ହତ୍ୟାକାରୀ ସରକାର। ଗତ ୨୦୧୨ ରୁ ୨୦୧୭ ମଧ୍ୟରେ ଦେଶରେ ସର୍ବାଧିକ ଚାଷୀ ଆତ୍ମହତ୍ୟା ରାଜ୍ୟରେ ହୋଇଛି। ଏହାର କାରଣ ୭୦ ପ୍ରତିଶତ ଜମି ଜଳ ସେଚିତ ହୋଇ ପାରିନାହିଁ। ସରକାରୀ ସାହାଯ୍ଯ ପହଞ୍ଚି ପାରୁନି। ଏବେ ହଠାତ୍ ଇନପୁଟ୍ ସବସିଡ ଘୋଷାଣ କଲେ ତାହା ଆଶ୍ଚର୍ଯ୍ୟ ଲାଗୁଛି। 

ଯେଉଁ ପଦମପୁର ଉପରେ ସରକାରଙ୍କ ଆଖି ପଡୁ ନଥିଲା, ଆଜି ଉପନିର୍ବାଚନ ଅଛି ବୋଲି ଏମିତି ଘୋଷଣା କରାଯାଇଛି। ଗତ ବର୍ଷ ଖରିଫ ମରୁଡ଼ି ପାଇଁ ଚାଲିଥିବା ଆନ୍ଦୋଳନ ଉପରେ କେହି ନଜର ଦେଉ ନଥିଲେ ବୋଲି ଦଳ ଅଭିଯୋଗ କରିଛି। ମୁଖ୍ୟମନ୍ତ୍ରୀ ଏବେ ପ୍ରହେଳିକା, ଅସତ୍ୟ ପ୍ରଥା ଅବଲମ୍ବନ କରୁଛନ୍ତି, ସେ ଏପରି ନିଷ୍ପତ୍ତି ନିର୍ବାଚନ ବେଳେ ନିଅନ୍ତି। ଗତ ୨୦୧୧ ରେ ସେହି ଅଞ୍ଚଳରେ ବ୍ୟାପକ ମରୁଡ଼ି ଜନିତ କ୍ଷତି ହୋଇଥିଲା ଆଉ ଅନାବୃଷ୍ଟି ଏହାର କାରଣ ଥିଲା। ଏନେଇ ୨୦୨୧ ରେ ବରଗଡ଼ ଜିଲ୍ଲାପାଳ ଚିଠି ଲେଥିଖିଲେ। ହେଲେ ଆଜି ଯାଏଁ ସରକାରଙ୍କ ନିଦ ଭାଙ୍ଗିଲା ନାହିଁ। ହେଲେ ଏବେ ହଠାତ୍ କହିକି ମନେ ପଡିଲା। ଆମେ ଦାବି କରୁଛୁ ୨୦୦ କୋଟିର ଇନପୁଟ୍ ଘୋଷଣା ତଥ୍ୟକୁ ସାର୍ବଜନୀନ କରନ୍ତୁ।

ସେପଟେ କଂଗ୍ରେସ କହିଛି ଓଡ଼ିଶାରେ ଆହୁରି ଜିଲ୍ଲା ହେବା କଥା କେବଳ ପଦମପୁର କାହିଁକି? ଟିଟିଲାଗଡ଼ବାସୀ ଦୀର୍ଘ ବର୍ଷ ହେବ ଦାବି କରି ଆସୁଛନ୍ତି। କଣ୍ଟାବାଞ୍ଜିକୁ ସବ୍ ଡିଭିଜନ ମାନ୍ୟତା ଦେବା ପାଇଁ ଦାବି ହେଉଛି। ସରକାର ସବୁ ଦାବି ମାନିବେ? ସେପଟେ ମାସେ ତଳେ ଚାଷୀଙ୍କୁ ଇନପୁଟ୍ ସହାୟତା ଘୋଷଣା କରିଥିଲେ ଭଲ ହୋଇଥାନ୍ତା। ନିର୍ବାଚନ ଆସିବ ଯିବ, ଯୋଜନା ବି ଘୋଷଣା ହେବ।  କିନ୍ତୁ ହିତାଧିକାରୀ ଅର୍ଥାତ ସ୍ଥାନୀୟ ବାସିନ୍ଦା ନିଜ ହକ୍ କେମିତି କେବେ ପାଉଛନ୍ତି ତାହା କେବଳ ସେମାନଙ୍କୁ ଜଣା।