Budh Guru Yuti 2024: ବୁଧ-ବୃହସ୍ପତିଙ୍କ କୃପାରୁ ଏହିସବୁ ରାଶିଙ୍କ ହେବ ଭାଗ୍ୟ ଉଦୟ, ପାଇବେ ନୂଆ ଚାକିରି ସାଙ୍ଗକୁ ଘରକୁ ଆସିପାରେ...
Advertisement
Article Detail0/zeeodisha/odisha2325190

Budh Guru Yuti 2024: ବୁଧ-ବୃହସ୍ପତିଙ୍କ କୃପାରୁ ଏହିସବୁ ରାଶିଙ୍କ ହେବ ଭାଗ୍ୟ ଉଦୟ, ପାଇବେ ନୂଆ ଚାକିରି ସାଙ୍ଗକୁ ଘରକୁ ଆସିପାରେ...

Budh Guru Yuti 2024: ବୈଦିକ ଜ୍ୟୋତିଶ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ସନ୍ତାନ, ଧନ, ଦାନ, ପୂଣ୍ୟ ଏବଂ ବୃଦ୍ଧିର କାରକ ବୋଲି ବିବେଚନା କରାଯାଏ।  ଦେବଗୁରୁ ବର୍ତ୍ତମାନ ସିଂହ ରାଶିରେ ବିରାଜମାନ ଅଛନ୍ତି। ସେହି ରାଶିକୁ  ଜୁଲାଇ ୧୯ ତାରିଖ ସକାଳ ୮ଟା ୪୮ ମିନିଟ୍ ସମୟରେ ଗ୍ରହମାନଙ୍କ ରାଜକୁମାର ବୁଧ ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ମହା ମିଳନ ଦୁର୍ଲଭ ସଂଯୋଗ ବା ବୁଧ-ବୃହସ୍ପତି ୟୁତି ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ କିଛି ରାଶିକୁ ଶୁଭଫଳ ଦେବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ବିପଦ ଡାକି ଆଣିବ। 

Also Read: Today Horoscope: ଆଜି ଏହିସବୁ ରାଶିରେ ଅଛି ବିପଦ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସପ୍ତାହର ଶେଷ ଦିନ ?

ଲାଭବାନ୍ ହେବେ ଏହି ସବୁ ରାଶି:

ସିଂହ : ଏହି ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ।  ସିଂହ ରାଶିର ନବମ ଘରେ ବୁଧ-ଗୁରୁ ଚଳନ କରିବେ।  ଏହି ଅବଧି ମଧ୍ୟରେ ଆର୍ଥିକ ଲାଭ ମିଳିବ । ଧନରେ ବୃଦ୍ଧି ଘଟିବ। ବ୍ୟବସାୟରେ ଆର୍ଥିକ ଲାଭ ମିଳିବ । ଦୂରସ୍ଥାନକୁ ଯାତ୍ରା ନେଇ ଯୋଗ ରହିଛି । ପରିବାରରେ ହସଖୁସି ଲାଗି ରହିବା ସହ ଆକସ୍ମାତ୍ ଧନଲାଭର ଯୋଗ ରହିଛି। ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିପାରେ।

ମେଷ : ବୁଧ-ଗୁରୁ ୟୁତି ଏହି ରାଶିଙ୍କୁ ମାଲେମାଲ୍ କରିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ଯେଉଁମାନେ ଚାକିରି କରୁଛନ୍ତି । ସେମାନଙ୍କୁ କାର୍ଯ୍ୟାଳୟରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି।  ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ନିଜ ସନ୍ତାନ ସନ୍ତତିଙ୍କ ଠାରୁ ଭଲ ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ଏହି ଅବଧି ମଧ୍ୟରେ, ଷ୍ଟକ୍ ମାର୍କେଟରେ ଆପଣ ଟଙ୍କା ଲଗାଇପାରିବେ। ଏହି ସମୟରେ ଆପଣ କୌଣସି ବି ବ୍ୟବସାୟ ଆରମ୍ଭ କଲେ ଶୁଭଫଳ ପ୍ରାପ୍ତ କରିପାରିବେ। 

କର୍କଟ ରାଶି:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଯେଉଁମାନେ ସାମାଜିକ କାର୍ଯ୍ୟରେ ଜଡି଼ତ ସେମାନଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। ବୈବାହିତ ଜୀବନ ସୁଖମୟ ହେବେ। ଆକସ୍ମିକ ଧନଲାଭର ଯୋଗ ରହିଛି। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ କରିବ।

ତୁଳା ରାଶି : ବୁଧ-ଗୁରୁ ୟୁତି ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ପ୍ରେମ ଜୀବନରେ ମଧୁରତା ବଢିବ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଅଫର ମିଳିବ। କାର୍ଯ୍ୟାଳୟର ପ୍ରମୋସନ ହେବାର ମଧ୍ୟ ସମ୍ଭାବନା ରହିଛି। ଆୟ ବଢିବା ସହ ବ୍ୟବସାୟରେ ଲାଭ ହେବ। ପରିବାର ଲୋକଙ୍କ ସମର୍ଥନ ପାଇବେ। ନୂଆ ଗାଡି଼ -ଜମି କିଣିବାର ସ୍ୱପ୍ନ ପୂରଣ ହେବ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)