Odisha News: ଏଣିକି ପୋଷା କୁକୁରଙ୍କ ପାଇଁ ଆସିବ ନୂଆ ନିୟମ, ବାହାରେ ମଳତ୍ୟାଗ କଲେ ଏତିକି ଟଙ୍କାର ଜରିମାନା ଗଣିବେ ମାଲିକ
Advertisement

Odisha News: ଏଣିକି ପୋଷା କୁକୁରଙ୍କ ପାଇଁ ଆସିବ ନୂଆ ନିୟମ, ବାହାରେ ମଳତ୍ୟାଗ କଲେ ଏତିକି ଟଙ୍କାର ଜରିମାନା ଗଣିବେ ମାଲିକ

Odisha News: ମଙ୍ଗଳବାର ଦିନ ଏନେଇ ବିଏମସି କାର୍ଯ୍ୟାଳୟରେ ମେୟର ସୁଲୋଚନା ଦାସଙ୍କ ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାନଗରର ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ । ଚିଠା ପ୍ରସ୍ତାବ ଉପରେ କର୍ପୋରେଟର ମାନଙ୍କଠାରୁ ଆପତ୍ତି ଓ ପରାମର୍ଶ ଆସିବା ପରେ ଏହି ବୈଠକରେ ଆଲୋଚନା ହୋଇଛି । 

ସୌ(ସୋସିଆଲ ମିଡିଆ)

Odisha News: ଏଣିକି ଘରେ ରଖୁଥିବା ପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସି(BMC) । ସହରରେ ବା ଘରେ ରଖୁଥିବା କୁକୁରଙ୍କ ପାଇଁ ଖୁବଶ୍ରୀଘ ଆସିବ ସ୍ବତନ୍ତ୍ର ନିୟମ । କୁକୁରମାନଙ୍କ ପଞ୍ଜୀକରଣ ଓ ନିୟନ୍ତ୍ରଣ ବାବଦରେ ଆସିବାକୁ ଥିବା ଏହି ଲିଖିତ ନିର୍ଦ୍ଦେଶାବଳୀକୁ ଅନୁପାଳନ କରିବେ ମାଲିକ ।

ରାଜଧାନୀ ଭୁବନେଶ୍ବରରେ(Bhubaneswer) ଦିନକୁ ଦିନ ବୁଲା କୁକୁରଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଏନେଇ ମଙ୍ଗଳବାର ଦିନ ଏନେଇ ବିଏମସି କାର୍ଯ୍ୟାଳୟରେ ମେୟର ସୁଲୋଚନା ଦାସଙ୍କ(Mayor Sulochana Das) ଅଧ୍ଯକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାନଗରର ସମସ୍ତ କର୍ପୋରେଟର ଉପସ୍ଥିତ ଥିଲେ । ଚିଠା ପ୍ରସ୍ତାବ ଉପରେ କର୍ପୋରେଟର ମାନଙ୍କଠାରୁ ଆପତ୍ତି ଓ ପରାମର୍ଶ ଆସିବା ପରେ ଏହି ବୈଠକରେ ଆଲୋଚନା ହୋଇଛି । ପ୍ରାୟ ୫୩ଟି ଆପତ୍ତି ଓ ପରାମର୍ଶ ଉପରେ ତର୍ଜମା କରାଯାଇ ଦୁଇଟି ନିୟମକୁ ସଂଶୋଧନ କରାଯାଇଛି । କୁକୁର ରଖୁଥିବା ମାଲିକ ମାନେ ଚାହିଁଲେ ସେମାନଙ୍କ ଘରେ ଦୁଇରୁ ଅଧିକ ପୋଷା କୁକୁର ରଖିପାରିବେ । ଏହାସହ କୁକୁରଙ୍କ ପାଇଁ ଇନସ୍ୟୁରାନ୍ସ ବ୍ୟବସ୍ଥା କରିବାକୁ ସ୍ଥିର କରାଯାଇଛି । ଦିନକୁ ଦିନ ବଢୁଥିବା କୁକୁରଙ୍କ ଦୌରାମ୍ୟ ଓ ସମସ୍ୟା ଉପରେ ଲଗାମ ଲଗାଇବା ନେଇ  ଏହି କାର୍ଯ୍ୟକ୍ରମ ଉପରେ ଫୋକସ କରିଛି ବିଏମସି । ମ୍ୟୁନିସିପାଲ କର୍ପୋରେନସ ଆକ୍ଟ ଭାଗ ୪୦୯ (B) ଓ ୫୪୩ (B) ଅନୁଯାୟୀ କୌଣସି ବ୍ୟକ୍ତି କୁକୁର ପାଳିଲେ ତାଙ୍କୁ ବର୍ତ୍ତମାନଠାରୁ କିଛି ନିୟମର ଅନୁପାଳନ କରିବାକୁ ପଡ଼ିବ । ଯେମିତି କି, କୁକୁରଙ୍କୁ ଟିକାକରଣ, ବନ୍ଧ୍ୟାକରଣ, ଲାଇସେନ ଓ ଛୁଆ ଜନ୍ମ ଇତ୍ୟାଦି । ଏହି ନିୟମକୁ ଲାଗୁ କରିବା ପୂର୍ବରୁ କୁକୁର ରଖୁଥିବା ମାଲିକ ମାନେ କିପରି ପଞ୍ଜୀକରଣ କରିବେ । ପରେ ସେମାନଙ୍କର ରହିବା ସ୍ଥାନ, ସ୍ବାସ୍ଥ୍ୟ, ବ୍ୟବସ୍ଥା, କୁକୁର ମୃତ୍ୟୁ ପରେ ମୃତ ଶରୀରକୁ ଏଣେତେଣେ ନ ଫିଙ୍ଗି ନିର୍ଦ୍ଧାରିତ ସ୍ଥାନରେ ନିୟମ ଅନୁଯାୟୀ ପୋତିବା । ଏହି ଉପବିଧି୍ରେ ନିୟମକୁ ବାଧ୍ୟତାମୂଳକ କରଯାଇଥିବା ବେଳେ ପଞ୍ଜୀକରଣ ଦେୟ ବାର୍ଷିକ ୫୦୦ ଟଙ୍କା ରଖାଯାଇଛି ।

ଏହାମଧ୍ଯ ପଢନ୍ତୁ- Earthquake: କାହିଁକି ଆସେ ଭୂମିକମ୍ପ, ଓଡ଼ିଶା ପାଇଁ ରହିଛି କେତେ ବିପଦ ?

ତେବେ ଏହି ଆଲୋଚନାରେ କେତେକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଯେପରି କି ଏଣିକି ରାଜଧାନୀର ରାସ୍ତା କଡ଼ରେ ପୋଷା କୁକୁର ମାନେ ମଳତ୍ୟାଗ କରିପାରିବେ ନାହିଁ । ଯଦି ମଳତ୍ୟାଗ କଲେ ଏନେଇ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ନିୟମ ନ ମାନିଲେ ୧୦ ହଜାର ଟଙ୍କାର ପର୍ଯ୍ୟନ୍ତ ଜୋରିମାନା ଆଦାୟ ହୋଇପାରେ । ବିନା ଟ୍ୟାଗରେ ପୋଷା କୁକୁରଙ୍କୁ ବାହାରକୁ ଆଣିପାରିବ ନାହିଁ । ପୁନଃ ପଞିକରଣ, କୁକୁର ବ୍ୟାଗ ସଂପର୍କରେ ମାର୍ଗଦର୍ଶିକା ଜାରି କରାଯିବ । ବ୍ୟବସାୟିକ ଉଦ୍ଦେଶ୍ୟରେ କୁକୁରଙ୍କୁ ରଖିବାର ସୂତନ୍ତ୍ର ବିଧି ବ୍ୟବସ୍ଥା ରହିବ । ତେବେ ଏହି ସବୁ ନିୟମର ଅନୁପାଳନ କରିବା ନେଇ ମେୟର ସହରବାସୀଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ଅତିରିକ୍ତ ବିଏମସି କମିଶନର ଓ ଡ଼େପୁଟି କମିଶନର ମଧ୍ୟ ଉପସ୍ଥିତ ଥିଲେ ।